The tricolor capital: ତ୍ରିରଙ୍ଗାମୟ ରାଜଧାନୀ

8 hours ago 4
ARTICLE AD BOX

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ସାରା ରାଜଧାନୀ ତ୍ରିରଙ୍ଗାମୟ ହୋଇଯାଇଛି। ସହରର ବହୁ ପ୍ରମୁଖ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ତ୍ରିରଙ୍ଗା ରଙ୍ଗରେ ସଜେଇ ହୋଇଛି। ସହରର ଛକ ବଜାରଠାରୁ ଆରମ୍ଭ କରି ଗଳିକନ୍ଦିରେ ଥିବା ମାଳମାଳ ଦୋକାନରେ ତ୍ରିରଙ୍ଗାର ପସରା ମେଳିଛି। କେବଳ ପତାକା ନୁହେଁ, ଏବେ ତ୍ରିରଙ୍ଗା ପତାକା ଡିଜାଇନ୍‌ର ପୋଷାକ ଓ ଗହଣା ବିକ୍ରି ଅଧିକ ହେଉଥିବା ଦେଖିବାକୁ ମିଳୁଛି। ଦାମ୍ ଅଧିକ ହେଲେ ହେଁ ଖଦି ତ୍ରିରଙ୍ଗା ପତାକା ଉଡ଼ାଇବାରେ ଥାଏ ଦେଶଭକ୍ତି ପ୍ରଦର୍ଶନର ନିଆରା ଅନୁଭବ। ତେଣୁ ରାଜଧାନୀର ବିଭିନ୍ନ ଖଦି ଭଣ୍ଡାରରେ ଏବେ ତ୍ରିରଙ୍ଗା ପତାକା କ୍ରେତାଙ୍କ ଭିଡ଼। ଗାଡ଼ିରେ ଲଗାଇବାକୁ ଓ ଟେବୁଲ୍‌ରେ ରଖିବାକୁ ତିଆରି ହୋଇଥିବା ଛୋଟ ଖଦି ପତାକାର ମୂଲ୍ୟ ୬୦ ଟଙ୍କା ଥିବା ବେଳେ ଉଡ଼ାଇବାକୁ ତିଆରି ହୋଇଥିବା ପତାକା ସବୁ ଅଢ଼େଇ ଶହରୁ ହଜାରେ ଟଙ୍କା ପର୍ଯ୍ୟନ୍ତ ରହିଛି। ଜିପିଓ ପକ୍ଷରୁ ମଧ୍ୟ ପାଖାପାଖି ଦୁଇ ଲକ୍ଷ ପତାକା ବିକ୍ରି  ପାଇଁ ଲକ୍ଷ୍ୟ ରଖାଯାଇଛି। 

Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍‌ଡେଟ୍

ସେହିଭଳି ରାଜଧାନୀର ଫୁଟ୍‌ପାଥ୍‌ରେ ଅନ୍ୟ କପଡ଼ା ଓ କାଗଜରେ ପ୍ରସ୍ତୁତ ତ୍ରିରଙ୍ଗା ପତାକା ବିକ୍ରି କିଛି କମ୍‌ ନୁହେଁ। ଗଳିକନ୍ଦିରେ ମାଳମାଳ ଦୋକାନ। ଦାମ୍‌ କମ୍‌ ଥିବାରୁ ଫୁଟ୍‌ପାଥ୍‌ରେ ବସିଥିବା ଉଠାଦୋକାନୀଙ୍କଠାରୁ ବହୁତ ଲୋକ ତ୍ରିରଙ୍ଗା ପତାକା କିଣୁଛନ୍ତି। କେବଳ ପତାକା ନୁହେଁ, ଉଠାଦୋକାନୀମାନେ ବି ତ୍ରିରଙ୍ଗା ପତାକା ଡିଜାଇନ୍‌ର ଉତ୍ତରୀୟ, ଟୋପି, ସାର୍ଟ, ବ୍ରେସ୍‌ଲେଟ୍‌ ଓ ବ୍ୟାଣ୍ଡ ବିକୁଛନ୍ତି। ଯୁବପିଢ଼ି ବି ଏସବୁ ବହୁତ ପରିମାଣରେ କିଣୁଥିବା ଦେଖାଯାଉଛି। ସେହିଭଳି ମହିଳା, ଯୁବତୀ ଓ ଛାତ୍ରୀମାନଙ୍କ ପାଇଁ ତ୍ରିରଙ୍ଗା ଡିଜାଇନ୍‌ର ହେୟାର୍‌ କ୍ଲିପ୍‌, ଶାଢ଼ି, ଓଢ଼ଣି, ଚୁଡ଼ି, ମୁଦି, କାନଫୁଲ ଓ ଅନ୍ୟାନ୍ୟ ଅଳଙ୍କାର ବିକ୍ରି ହେଉଛି। ଏଭଳି ପୋଷାକ ଓ ଅଳଙ୍କାର କିଣିବାକୁ ଗ୍ରାହକମାନେ ବି ବେଶ୍‌ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଉଠାଦୋକାନୀମାନେ କହିଛନ୍ତି।

Galle Test: ଗଲ୍‌ ଟେଷ୍ଟ: ବିଜୟ ଆଶାରେ ଭାରତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.