The Railway Recruitment Board: ରେଲୱେ ଏନଟିପିସି ୟୁଜି ନିଯୁକ୍ତି ୨୦୨୬: ୧୬୮୮ ପଦ ପାଇଁ ଆସିବ ବିଜ୍ଞପ୍ତି

14 hours ago 1
ARTICLE AD BOX

ନୂଆଦିଲ୍ଲୀ: ରେଲୱେରେ ସରକାରୀ ଚାକିରି ପାଇଁ ଆଶାୟୀ ଯୁବକ-ଯୁବତୀଙ୍କ ପାଇଁ ବଡ଼ ଖବର। ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ (ଆରଆରବି) ପକ୍ଷରୁ ନନ୍-ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ (ଏନଟିପିସି) ଅଣ୍ଡର ଗ୍ରାଜୁଏଟ୍ ନିଯୁକ୍ତି ୨୦୨୬-୨୭ ପାଇଁ ସର୍ଟ ନୋଟିସ୍ ଜାରି ହୋଇଛି।  ସିଇଏନ ୭/୨୦୨୬ ଅନୁସାରେ ମୋଟ ୧୬୮୮ଟି ପଦ ପୁରଣ ହେବ। ସମ୍ଭାବ୍ୟ ଭାବେ ୨୦୨୬ ଅକ୍ଟୋବର ୧୫ ରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଆବେଦନ ଚାଲିପାରେ।

ଯୋଗ୍ୟତା

ଆବେଦନ କରିବା ପାଇଁ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ବୋର୍ଡ/ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ (୧୦+୨) ପାସ୍ କରିଥିବା ଆବଶ୍ୟକ। କିଛି ପଦ ପାଇଁ ହିନ୍ଦୀ କିମ୍ବା ଇଂରାଜୀ ଟାଇପିଂ ଜ୍ଞାନ ମଧ୍ୟ ଥିବା ଆବଶ୍ୟକ ହେବ। ପ୍ରାର୍ଥୀଙ୍କ ବୟସ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୩୩ ବର୍ଷ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗଙ୍କୁ ନିୟମ ଅନୁସାରେ ବୟସ ସୀମାରେ ଛାଡ଼ ମିଳିବ।

କେଉଁ ପଦରେ କେତେ ନିଯୁକ୍ତି?

•    ଆକାଉଣ୍ଟ୍ସ କ୍ଲର୍କ କମ୍ ଟାଇପିଷ୍ଟ – ୨୦୦ ପଦ 
•    କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ – ୭୦୦ ପଦ 
•    ଜୁନିୟର କ୍ଲର୍କ କମ୍ ଟାଇପିଷ୍ଟ – ୬୦୦ ପଦ 
•    ଟ୍ରେନ୍ସ କ୍ଲର୍କ – ୧୮୮ ପଦ 

ଚୟନ ପ୍ରକ୍ରିୟା

ପ୍ରାର୍ଥୀଙ୍କ ଚୟନ ସିବିଟି-୧, ସିବିଟି-୨, ଟାଇପିଂ/ସ୍କିଲ୍ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ୍ ଏବଂ ମେଡିକାଲ୍ ଟେଷ୍ଟ ଆଧାରରେ କରାଯିବ।

ଆବେଦନ ଶୁଳ୍କ

ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଜେନେରାଲ୍/ଓବିସି/ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କ ପାଇଁ ୫୦୦ ଟଙ୍କା, ଏସ୍‌ସି/ଏସ୍‌ଟି/ପିଡବ୍ଲ୍ୟୁଡି/ମହିଳା ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଶୁଳ୍କ ରହିବ। ସିବିଓ-୧ ପରୀକ୍ଷା ପରେ ନିୟମ ଅନୁସାରେ ଶୁଳ୍କର କିଛି ଅଂଶ/ସମ୍ପୂର୍ଣ୍ଣ ରାଶି ଫେରସ୍ତ କରାଯିବ।

ଟିପ୍ପଣୀ: ଉପରୋକ୍ତ ଆବେଦନ ତାରିଖଗୁଡ଼ିକ ସମ୍ଭାବ୍ୟ। ଅନ୍ତିମ ବିଜ୍ଞପ୍ତି ଜାରି ହେଲେ ଠିକ୍ ତାରିଖ, ବୟସ ସୀମା, ଫିସ୍ ଓ ଅନ୍ୟ ନିୟମ ନିଶ୍ଚିତ ହେବ।

ଖରିଆର ବନାଞ୍ଚଳରେ ଭିଜିଲାନ୍ସ ଚଢ଼ଉ: ଜବତ ହେଲା କଲରାପତରିଆ ବାଘଛାଲ, ଜଣେ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.