ARTICLE AD BOX
ଭୁବନେଶ୍ବର/ବ୍ରହ୍ମପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ ତାରିଖରେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ ୩ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ। ସେହିଦିନ କଟକର ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେଠାରୁ ଫେରି ଲୋକଭବନରେ ରାତ୍ରିଯାପନ କରିବେ।
Support: ବାପା ମାଆ ଛେଉଣ୍ଡ ୪ ଅସହାୟ ଶିଶୁଙ୍କ ପାଖରେ ସ୍ୱାକ୍
୪ ତାରିଖ ସକାଳୁ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ରାଷ୍ଟ୍ରପତି ବ୍ରହ୍ମପୁର ଅଭିମୁଖେ ଯିବେ। ବ୍ରହ୍ମପୁରରୁ ସଡ଼କପଥରେ ତପ୍ତପାଣି ଯିବେ। ସେଠାରେ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ରାଷ୍ଟ୍ରପତି ଗୋପାଳପୁର ନିକଟ ଆର୍ମି ଏଡି କଲେଜ ଗସ୍ତ କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ କହିଛନ୍ତି। ୪ ତାରିଖରେ ରାଷ୍ଟ୍ରପତି ଗୋପାଳପୁରରେ ରାତ୍ରିଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୫ ତାରିଖରେ ରାଷ୍ଟ୍ରପତି ଟ୍ରେନ୍ ଯୋଗେ ବ୍ରହ୍ମପୁରରୁ ଭୁବନେଶ୍ବର ଫେରିବେ। ସେହିଦିନ ସେ ନୂଆଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।
Neglect: ଗୋଟିଏ ଭୁଲରେ ବନ୍ଦ ହେଲା ଆଧାର, ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

1 hour ago
3


