ARTICLE AD BOX
ହାତୀ ହେଉଛି ପୃଥିବୀର ସର୍ବବୃହତ୍ ସ୍ଥଳଚର ପ୍ରାଣୀ। ଆଫ୍ରିକୀୟ ସାଭାନ୍ନା ପ୍ରଜାତିର ପୁରୁଷ ହାତୀର ଉଚ୍ଚତା ୧୦ରୁ ୧୩ ଫୁଟ୍ ଏବଂ ହାରାହାରି ଓଜନ ୬୦୦୦ କିଲୋଗ୍ରାମ୍ ହୋଇଥାଏ।
/sambad/media/media_files/2026/04/16/elephant-2026-04-16-00-12-12.jpg)
ହାତୀମାନଙ୍କ ସୁରକ୍ଷା ତଥା ସଂରକ୍ଷଣ ଲାଗି ପ୍ରତି ବର୍ଷ ଅଗଷ୍ଟ ୧୨ ତାରିଖ ଦିନ ବିଶ୍ବ ହସ୍ତୀ ଦିବସ ପାଳନ କରାଯାଇଥାଏ। ଏହି ଅବସରରେ ହାତୀ ବିଷୟରେ କିଛି ରୋଚକ କଥା:
l ହାତୀ ହେଉଛି ପୃଥିବୀର ସର୍ବବୃହତ୍ ସ୍ଥଳଚର ପ୍ରାଣୀ। ଆଫ୍ରିକୀୟ ସାଭାନ୍ନା ପ୍ରଜାତିର ପୁରୁଷ ହାତୀର ଉଚ୍ଚତା ୧୦ରୁ ୧୩ ଫୁଟ୍ ଏବଂ ହାରାହାରି ଓଜନ ୬୦୦୦ କିଲୋଗ୍ରାମ୍ ହୋଇଥାଏ।
l ଉଭୟ ଅଣ୍ଡିରା ଓ ମାଈ ଆଫ୍ରିକୀୟ ହାତୀମାନଙ୍କର ବାହ୍ୟ ଦାନ୍ତ ଥିବାବେଳେ କେବଳ ଅଣ୍ଡିରା ଏସୀୟ ହାତୀମାନେ ଦନ୍ତା ହୋଇଥାନ୍ତି। ଦୁଇ ବର୍ଷ ବୟସରେ ଦୁଇଟି ବାହ୍ୟ ଦାନ୍ତ ବାହାରିବା ଆରମ୍ଭ କରେ ଏବଂ ଆଜୀବନ ବଢ଼ିଥାଏ।
l ହାତୀମାନଙ୍କ ଶୁଣ୍ଢରେ ୧,୫୦,୦୦୦ଟି ମାଂସପେଶୀ ଥାଏ। ସେହି କାରଣରୁ ଏହା ଅତି ସୂକ୍ଷ୍ମ ଭାବରେ ସ୍ପର୍ଶ ବାରିପାରେ। ହାତୀ ଶୁଣ୍ଢରେ ପ୍ରାୟ ଆଠ ଲିଟର ପାଣି ରଖିପାରେ।
l ହାତୀମାନେ ଗୋଟିଏ ଦିନର ତିନି-ଚତୁର୍ଥାଂଶ ସମୟ ଖାଇବାରେ ଅତିବାହିତ କରନ୍ତି। ସେମାନେ ଦିନକୁ ହାରାହାରି ୧୫୦ କିଲୋଗ୍ରାମ୍ ଖାଦ୍ୟ ଖାଆନ୍ତି।
l ହାତୀମାନେ ଦୁଇଟି ଉପାୟରେ ଭାବ ବିନିମୟ କରନ୍ତି: ଶୁଣ୍ଢ ସାହାଯ୍ୟରେ ଗର୍ଜନ କରି ଏବଂ ଭୂମିରେ କମ୍ପନ ସୃଷ୍ଟି କରି। ଅଧିକାଂଶ ଶୁଣ୍ଢ ଶବ୍ଦ ଏତେ ଧୀର ଯେ ମଣିଷ ସେଗୁଡ଼ିକୁ ଶୁଣିବାକୁ ଅକ୍ଷମ।
l ହାତୀ ଘଣ୍ଟାପ୍ରତି ସର୍ବାଧିକ ୪୦ କିଲୋମିଟର୍ ବେଗରେ ଦୌଡ଼ିପାରେ।
l ହାତୀର ହୃତ୍ପିଣ୍ଡ ମିନିଟ୍କୁ ହାରାହାରି ୨୭ ଥର ସ୍ପନ୍ଦନ କରିଥାଏ।
l ହାତୀ ଡେଇଁପାରେ ନାହିଁ।
Advertisment
![]()
Sambad is now on WhatsApp
Join and get latest news updates delivered to you via WhatsApp

3 days ago
3


