ARTICLE AD BOX
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟଯାତ୍ରା ଗତ ସୋମବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ସହିତ ସମ୍ପନ୍ନ ହୋଇଛି। ଜେନାଖାଲ ନିକଟରୁ ମାଣିକେଶ୍ୱରୀ ମନ୍ଦିର ପର୍ଯ୍ୟନ୍ତ ଦୁଇପାର୍ଶ୍ୱରେ ବ୍ୟାରିକେଡ୍ ବାହାରେ ବହୁ ସଂଖ୍ୟାରେ ଲୋକେ ଦର୍ଶନ କରିଥିଲେ। ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା (ଛତର) ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଗତ ୧୮ ତାରିଖ ରବିବାର ମହାଷ୍ଟମୀ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ଉତ୍ତରଦ୍ୱାର ନିକଟରେ ଅବସ୍ଥିତ ବୁଢ଼ାରଜା ଭୈରବଙ୍କ ସମ୍ମୁଖରେ ପୋଢ଼ବଳି ଦିଆଯିବା ପରେ ମାଣିକେଶ୍ୱରୀଙ୍କ ଚଳନ୍ତି ପ୍ରତିମା ଛତରକୁ ଭବାନୀପାଟଣାର ପଶ୍ଚିମ ଦିଗରେ ଜେନାଖାଲ ପର୍ଯ୍ୟନ୍ତ ନିଆଯାଇଥିଲା।
Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ
ସଅଳ ମନ୍ଦିର ପ୍ରବେଶ, ଦର୍ଶନରୁ ବଞ୍ଚିତ ଭକ୍ତ
ବଳିରେ ରକ୍ତରଞ୍ଜିତ ହେଲା ରାସ୍ତା
୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ
ସୋମବାର ପ୍ରାତଃକାଳରେ ଜେନାଖାଲରେ ବୋଦା ବଳି, ମନ୍ତ୍ରଯନ୍ତ୍ର ଓ ତନ୍ତ୍ରପୂଜା ପାଠ ପରେ ମାଣିକେଶ୍ୱରୀଙ୍କ ଛତର ବିଜୟ ଯାତ୍ରା ସକାଳ ୫ଟାରେ ଆରମ୍ଭ ହୋଇଥିଲା। କେବଳ ଜେନାବାଦ୍ୟ ଓ ଘୁମୁରା ମଧ୍ୟରେ ପ୍ରଦେଶୀପଡ଼ା ଛକ ପର୍ଯ୍ୟନ୍ତ ଛତର ଆସିଥିଲେ। ପ୍ରଥମ ଥର ପାଇଁ ଅନ୍ୟ ସାଂସ୍କୃତିକ ଦଳମାନଙ୍କୁ ପ୍ରଦେଶୀପଡ଼ା ଛକ ପର୍ଯ୍ୟନ୍ତ ବାରଣ କରାଯାଇଥିଲା। ସେଠାରେ ପହଞ୍ଚିବା ପରେ ଘଣ୍ଟ ଦଳ ଓ ବିଭିନ୍ନ ସାଂସ୍କୃତିକ ଦଳଗୁଡ଼ିକ ଛତର ସହିତ ଯାଇଥିଲେ। ଜେଲ୍ ନିକଟରେ ପହଞ୍ଚିବା ପରେ କଏଦୀମାନେ ମା’ଙ୍କ ଦର୍ଶନ କରିଥିଲେ। ସକାଳ ୭ଟା ୪୪ ମିନିଟରେ ମା’ଙ୍କ ଛତର ମାଣିକେଶ୍ବରୀ ମନ୍ଦିରରେ ପ୍ରବେଶ କରିଥିଲେ। ମହାରାଜା ଅନନ୍ତପ୍ରତାପ ଦେଓ ଅନୁପସ୍ଥିତ ଥିବାରୁ ତାଙ୍କ ପୁଅ ଯୁବରାଜ ଅଦ୍ବୈୖତକେଶରୀ ଦେଓ ମା’ଙ୍କ ଛତରକୁ ଗ୍ରହଣ କରି ପୂଜାର୍ଚ୍ଚନା କରିଥିଲେ।
Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ
ଛତରରେ ମାନସିକ କରିଥିବା ହଜାର ହଜାର କୁକୁଡ଼ା, ପାରା, ବୋଦା, ମେଣ୍ଢା ଆଦି ରାସ୍ତାର ଦୁଇ ପାର୍ଶ୍ବରେ ବଳି ଦିଆଯିବା ଫଳରେ ସହରର ଗଳି ରାସ୍ତାଗୁଡ଼ିକ ରକ୍ତରଞ୍ଜିତ ହୋଇଥିଲା। ଭକ୍ତମାନେ ପୂଜାର୍ଚ୍ଚନା କରିଥିବା ପାରାମାନଙ୍କୁ ଉଡ଼ାଇଥିଲେ। ବହୁ ଦୂରରୁ ପାରାମାନଙ୍କୁ ଭକ୍ତମାନେ ଉଡ଼ାଇଥିବା ସତ୍ତ୍ବେ ପାରାମାନେ ଉଡ଼ିଆସି ଛତର ଉପରେ ବସିବା ଘଟଣା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିସ୍ମିତ କରିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତେବେ ବହୁ ଶୀଘ୍ର ମା’ଙ୍କ ଛତର ମନ୍ଦିରରେ ପହଞ୍ଚିଯିବାରୁ ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ନିରାଶ ହୋଇଥିଲେ। ଏଥିଯୋଗୁଁ ଗତକାଲି (ମଙ୍ଗଳବାର) ଅପରାହ୍ଣରେ ଲାଖମରାରେ ମା’ଙ୍କ ଛତରକୁ ଦର୍ଶନ କରିବା ପାଇଁ ଅସମ୍ଭାଳ ଭିଡ଼ ହୋଇଥିଲା।

1 hour ago
1


