ARTICLE AD BOX
ଭୁବନେଶ୍ବର: ଆଜି ରାତିରେ ଦଶହରାର ଶେଷ ପର୍ବ ଭାବେ ରାବଣ ପୋଡ଼ି ଉତ୍ସବ ପରେ ମା’ଙ୍କୁ ମେଲାଣି ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। ଅକ୍ଟୋବର ୨୨ରେ ରାତି ୧୦ଟା ପରେ ବାଜା, ବାଣ ଆଦିରେ କଟକଣା ଲଗାଯାଇଥିବାରୁ ସଅଳ ଭସାଣି ଯାତ୍ରା ଶେଷ କରିବାକୁ ଦୁର୍ଗାପୂଜା ସମିତିମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଚଳିତବର୍ଷ ପ୍ରାୟ ୧୯୫ଟି ପୂଜାମଣ୍ଡପରେ ମା’ ପୂଜା ପାଉଥିଲେ। ସୁବିଧାରେ ଏହି ପୂଜାମଣ୍ଡପଗୁଡ଼ିକର ମୃଣ୍ମୟ ମୂର୍ତ୍ତି ବିସର୍ଜନ ପାଇଁ ଚଳିତବର୍ଷ ସହରର ଚତୁର୍ପାର୍ଶ୍ବରେ ୫ଟି ଅସ୍ଥାୟୀ ପୋଖରୀ କରାଯାଇଛି। କୁଆଖାଇଠାରେ ୩ଟି, ଦୟା ନଦୀ ନୂଆ ବ୍ରିଜ୍ଠାରେ ଗୋଟିଏ ଓ ଟଙ୍କପାଣି ରାସ୍ତା ବାସୁଆଘାଇରେ ଗୋଟିଏ ଅସ୍ଥାୟୀ ପୋଖରୀ କରାଯାଇଛି। କୁଆଖାଇଠାରେ ଭୁବନେଶ୍ବର ପାର୍ଶ୍ବରୁ ଦୁଇଟି ଓ କଟକ ପାର୍ଶ୍ବକୁ ଗୋଟିଏ ଅସ୍ଥାୟୀ ପୋଖରୀ କରାଯାଇଛି। ଯେଉଁମାନେ କଟକ ପାର୍ଶ୍ବରୁ ଆସିବେ, ସେମାନେ କଟକ ପାର୍ଶ୍ବ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବେ। ଯେଉଁମାନେ ଭୁବନେଶ୍ବର ସହର ଭିତରୁ ଯିବେ, ସେମାନେ ଭୁବନେଶ୍ବର ପାର୍ଶ୍ବ ଦୁଇ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବେ। ପୁରୁଣା ଭୁବନେଶ୍ବର, କୋରଡ଼କଣ୍ଟା, ବଡ଼ଗଡ଼, ଲିଙ୍ଗିପୁର ଆଦି ଅଞ୍ଚଳ ପାଇଁ ଦୟାନଦୀଠାରେ ଅସ୍ଥାୟୀ ପୋଖରୀ କରାଯାଇଛି। ଶୃଙ୍ଖଳିତ ବିସର୍ଜନ ପାଇଁ ପୂଜାମଣ୍ଡପ ସବୁକୁ ନମ୍ବରିଂ କରାଯାଇଛି। ସିରିଏଲ୍ ନମ୍ବର ଅନୁସାରେ ପୂଜାମଣ୍ଡପମାନେ ମୂର୍ତ୍ତି ପହଞ୍ଚାଇବା ପରେ ହାଇଡ୍ରା ଜରିଆରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ।
Film producer: ଚଳଚ୍ଚିତ୍ର ପ୍ରଯୋଜକ ନିରଞ୍ଜନ ରଣାଙ୍କ ପରଲୋକ
ପ୍ରତିବର୍ଷ କୁଆଖାଇଠାରେ ଅଧିକ ଭିଡ଼ ଲାଗେ। ରସୁଲଗଡ଼, ପଳାଶୁଣି, ନୂଆପଲ୍ଲୀ, ସହିଦନଗର, ବରମୁଣ୍ଡା ଭଳି ସହରର ସବୁ ବଡ଼ ବଡ଼ ପୂଜା ସମିତିମାନେ ଏଠାରେ ମୂର୍ତ୍ତି ବିସର୍ଜନ କରିଥାନ୍ତି। ନମ୍ବର ଅନୁସାରେ ବିସର୍ଜନ ପାଇଁ ଅପରାହ୍ଣ ୪ଟା ପୂର୍ବରୁ ଆସି ବାଣୀବିହାରଠାରେ ପହଞ୍ଚିବାକୁ କୁହାଯାଇଛି। ସେଠାରୁ ଶୋଭାଯାତ୍ରା ସହକାରେ ଭସାଣି ଯାତ୍ରାରେ ସମସ୍ତେ ସାମିଲ୍ ହେବେ। କୁଆଖାଇଠାରେ ଭିଡ଼ ଅଧିକ ରହୁଥିବାରୁ ୪ଟି ହାଇଡ୍ରା, ଜେସିବି ସହ ପୂର୍ତ୍ତ, ବିଦ୍ୟୁତ୍ ଭଳି ୫ରୁ ଅଧିକ ବିଭାଗର ଇଂଜିନିୟରଙ୍କୁ ନିୟୋଜିତ କରାଯାଇଛି। ଅସ୍ଥାୟୀ ପୋଖରୀକୁ ସଂଲଗ୍ନ ରାସ୍ତା ସଜଡ଼ାଯାଇଛି। ଭସାଣି ଯାତ୍ରାରେ ଅଘଟଣ ରୋକିବାକୁ ଏହି ରାସ୍ତା ଓ ଅସ୍ଥାୟୀ ପୋଖରୀ ଚତୁର୍ପାର୍ଶ୍ବକୁ ଆଲୋକୀକରଣ କରାଯାଇଛି। ରାସ୍ତାରେ ବାଧା ସୃଷ୍ଟି କରୁଥିବା ଗଛ ଡାଳ, ତାର ସବୁ ହଟାଯାଇଛି। ବିଏମ୍ସି ପକ୍ଷରୁ ସ୍ବଚ୍ଛତା ସହ ଅନ୍ୟ ସ୍ଥିତି ପରଖିବାକୁ ପ୍ରାୟ ୩୦ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପରିମଳ ଉପରେ ନଜର ରଖିବାକୁ ସଂପୃକ୍ତ ଅଞ୍ଚଳର ପରିମଳ ଏଜେନ୍ସିଗୁଡ଼ିକୁ ନିୟୋଜିତ କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ବୁଡ଼ି, ଅଗ୍ନିକାଣ୍ଡ ଭଳି ଅଘଟଣ ଉପରେ ନଜର ରଖାଯାଇଛି। ବିଏମ୍ସିର ସାଇନ୍ ଟିମ୍ଙ୍କୁ ବି ନିୟୋଜିତ କରାଯାଇଛି। ଯେହେତୁ ଅକ୍ଟୋବର ୨୩ରୁ ଅର୍ବାନ୍ କନ୍କ୍ଲେଭ ଆରମ୍ଭ ହେଉଛି, ୨୩ ତାରିଖ ଭୋର୍ ସୁଦ୍ଧା ସଂପୂର୍ଣ୍ଣ ସହରକୁ ପୂଜା ଆବର୍ଜନାରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

52 minutes ago
1


