Playing loud music: ଟ୍ରେନ୍‌ରେ ଜୋର୍‌ରେ ଗୀତ ବଜାଇଲେ ଜେଲ୍‌!

57 minutes ago 1
ARTICLE AD BOX

ଯାତ୍ରୀବାହୀ ବସ୍‌ ବା ଟ୍ରେନ୍‌ରେ ଅଯଥା ହୋହଲ୍ଲା, ମୋବାଇଲ୍‌ରେ ଉଚ୍ଚ ସ୍ବରରେ କଥାବାର୍ତ୍ତା ବା ରିଲ୍‌ସ ଦେଖି ଅନ୍ୟମାନଙ୍କୁ ସମସ୍ୟାରେ ପକାଇବା ଭଳି ଅନେକ ଅଭିଯୋଗ ହୁଏ। ବିଶେଷକରି ବୟସ୍କ ବ୍ୟକ୍ତି ଓ ଶିଶୁମାନେ ଏହାଦ୍ବାରା ବିଶେଷ ଅତିଷ୍ଠ ହୋଇଥାନ୍ତି। ହେଲେ ଏବେ ଟ୍ରେନ୍‌ ଯାତ୍ରା ସମୟରେ ପାଟିତୁଣ୍ଡ ବା ମୋବାଇଲ୍‌ର ଅତ୍ୟଧିକ ଶବ୍ଦକୁ ନେଇ ଅସୁବିଧା ଭୋଗୁଥିବା ଯାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ଆସିଛି। ଭାରତୀୟ ରେଳବାଇ ପକ୍ଷରୁ ଶାନ୍ତିପୂର୍ଣ୍ଣ ଯାତ୍ରା ସୁନିଶ୍ଚିତ କରିବାକୁ କଠୋର ନିର୍ଦ୍ଦେଶନାମା ଜାରି କରାଯାଇଛି। 

Durga puja: ଦିଲ୍ଲୀରରେ ପ୍ରବାସୀ ଓଡ଼ିଆଙ୍କ ଦୁର୍ଗାପୂଜାର ରଜତ ଜୟନ୍ତୀ ପାଳନ

ଏବେ ଟ୍ରେନ୍‌ ଭିତରେ ଉଚ୍ଚ ସ୍ୱରରେ ମୋବାଇଲ୍‌ରେ ଗୀତ ବଜାଇବା, ଲାଉଡ୍‌ ସ୍ପିକର୍‌ ମୋଡ୍‌ରେ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ସ ବା ଭିଡିଓ ଦେଖିବା ତଥା ଜୋର୍‌ରେ ଫୋନ୍‌ରେ କଥା ହେବା ଉପରେ କଟକଣା ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଜରିମାନା ସହ ଜେଲ୍‌ଦଣ୍ଡର ବ୍ୟବସ୍ଥା ବି ରହିଛି। ଭାରତୀୟ ରେଳବାଇ ଆକ୍ଟ୍‌ର ୧୪୫ ଧାରା ଅନୁସାରେ, ଯଦି କୌଣସି ଯାତ୍ରୀଙ୍କ ଏଭଳି କାର୍ଯ୍ୟକଳାପ ଯୋଗୁଁ ଅନ୍ୟମାନଙ୍କ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରାଥମିକ ଭାବେ ନିୟମ ଭଙ୍ଗକାରୀଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ପରିସ୍ଥିତି ଜଟିଳ ହେଲେ ବା ବାରମ୍ବାର ଏଭଳି କଲେ ୫୦୦୦ ଟଙ୍କାର ଜରିମାନା ସହ ୬ ମାସ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ।

Indravati: ଇନ୍ଦ୍ରାବତୀ ବିଦ୍ୟୁତ ଉତ୍ପାଦନରେ ନୂଆ ରେକର୍ଡ: ଲଗାଥାର ୧୮ଦିନ ୬୦୦ ମେଗାୱାଟ୍ ଘଣ୍ଟା ଉପରେ ଉତ୍ପାଦନ

ରେଳବାଇ ତା’ର ଡିଭିଜନ୍‌ଗୁଡ଼ିକୁ ଷ୍ଟେସନ୍‌ ତଥା ଟ୍ରେନ୍‌ରେ ନୋଟିସ୍‌ ଲଗାଇବା ସହ ଆଞ୍ଚଳିକ ଭାଷା, ହିନ୍ଦୀ ଓ ଇଂରାଜୀରେ ଘୋଷଣା ମାଧ୍ୟମରେ ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦେଇଛି। ଯାତ୍ରୀମାନଙ୍କୁ ସଙ୍ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ସମୟରେ ଇଅର୍‌ଫୋନ୍‌ ବ୍ୟବହାର, ଫୋନ୍‌କୁ ସାଇଲେଣ୍ଟ୍‌ କିମ୍ବା ଭାଇବ୍ରେସନ୍‌ ମୋଡ୍‌ରେ ରଖିବା ଓ ଉଚ୍ଚ ସ୍ୱରରେ କଥାବାର୍ତ୍ତା ନକରିବାକୁ ପରାମର୍ଶ ଦିଆଯାଇଛି। ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଟିକେଟ୍‌ ପରୀକ୍ଷକ (ଟିଟିଇ)ଙ୍କ ସମେତ ଅଧିକୃତ ରେଳ କର୍ମଚାରୀମାନେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲଗାଇପାରିବେ। ପରିସ୍ଥିତି ଦେଖି ଯାତ୍ରୀଙ୍କୁ ରେଳବାଇ ପରିସରରୁ ବାହାର ମଧ୍ୟ କରାଯାଇପାରେ। ଯାତ୍ରୀମାନେ ଏଭଳି କୌଣସି ଅସୁବିଧା ଭୋଗିଲେ ‘ରେଲ୍‌ ମଦତ୍ ଆପ୍‌’ ଜରିଆରେ ଅଭିଯୋଗ ମଧ୍ୟ କରିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.