The BJP: ସବୁ ପ୍ରସଙ୍ଗରେ ଜବାବ ଦେବ ବିଜେପି: ଭତ୍ତା, ଆବାସ ପ୍ରସଙ୍ଗକୁ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରାଯିବ

42 minutes ago 1
ARTICLE AD BOX

ଭୁବନେଶ୍ବର: ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ସଜବାଜ ହେଉଥିଲା ବେଳେ ଶାସକ ଦଳ ବିଜେପି ତାହାର ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛି। ଆଜି ସନ୍ଧ୍ୟାରେ ବିଜେପିର ବିଧାୟକ ଦଳ ବୈଠକ ବସି ଏ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ କୋଟିଆ, ବନ୍ୟା‌ ପରିଚାଳନା, ଏମଏମଡିଆର୍‌ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିରୋଧୀ କଡ଼ା ଜବାବ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ସମସ୍ତ ବିଧାୟକ ଅଧିବେଶନ ସମୟରେ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି। 

Chief Minister: ‘ନିଶାମୁକ୍ତ ଓଡ଼ିଶା’ ପାଇଁ ବଜ୍ର ଶପଥ: ମୁଖ୍ୟମନ୍ତ୍ରୀ

ସରକାରଙ୍କ ସଫଳତାକୁ ମଧ୍ୟ ବଖାଣିବା ପାଇଁ ଶାସକ ଦଳ ରଣନୀତି ପ୍ରସ୍ତୁତ କରିଛି। ବିଶେଷ କରି ଭତ୍ତା ଓ ଆବାସ ବଣ୍ଟନରେ ସରକାର ଆଖିଦୃଶିଆ ସଫଳତା ହାସଲ କରିଥିବାରୁ ସେହି ଦୁଇଟି ପ୍ରସଙ୍ଗକୁ ଶାସକ ଦଳ ବିଧାୟକମାନେ ଗୃହରେ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରିବେ। ପୂର୍ବ ସରକାର ସମୟରେ ଭତ୍ତା ଓ ଆବାସ ଆଶାୟୀମାନେ କିପରି ହଇରାଣ ହେଉଥିଲେ ତାହାକୁ ଦେଖାଇବା ସହ ବର୍ତ୍ତମାନ ସରକାର  ସେହି ସମସ୍ୟାର ସମାଧାନ କରିଥିବା ଜଣାଇବେ। ବୈଠକ ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଧାୟକମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେଠାରେ ବନ୍ୟା ପରବର୍ତ୍ତୀ ଥଇଥାନ ସମ୍ପର୍କରେ ବିଶେଷ ଭାବେ ଆଲେଚନା ହୋଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ସଭାପତି ମନମୋହନ ସାମଲ, ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ସମେତ ମନ୍ତ୍ରୀ, ବିଧାୟକମାନେ ଉପସ୍ଥିତ ଥିଲେ।

Annual examination pattern: ବଦଳିଲା ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଢାଞ୍ଚା: ବିଷୟରେ ୩୦ ନମ୍ବର ରଖିଲେ ପାସ୍‌

Read Entire Article
LEFT SIDEBAR AD

Hidden in mobile, Best for skyscrapers.