Brown sugar: ୧୨ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ: ନଗଦ ୪ ଲକ୍ଷ ୬୨ ହଜାର ଟଙ୍କା ବି ମିଳିଲା

19 minutes ago 1
ARTICLE AD BOX

ବାଲେଶ୍ୱର: ବାଲେଶ୍ୱର ସହରରେ ବ୍ରାଉନସୁଗାର କାରବାର ବିରୋଧରେ ପୁଲିସକୁ ମିଳିଛି ବଡ଼ ସଫଳତା। ସହରର ଗୋପାଳଗାଁ ଅଞ୍ଚଳରେ ଚଢ଼ଉ କରି ଟାଉନ ଥାନା ପୁଲିସ ୧୦ କେଜି ୨୩୩ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଛି। ଯାହାର ମୂଲ୍ୟ ୧୨ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏଥିସହ ନଗଦ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା ଜବତ କରାଯାଇଥିବା ବେଳେ ଜଣେ ଯୁବକ ଓ ଜଣେ ମହିଳାଙ୍କୁ ପୁଲିସ ଗିରଫ କରିଛି। ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ବାଲେଶ୍ବର ଅତିରିକ୍ତ ଏସ୍‌ପି ପରେଶ ରାଉତ ଏ ସଂପର୍କରେ ସୂଚନା ଦେଇଛନ୍ତି। 

Attack: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ

ନଗଦ ୪ ଲକ୍ଷ ୬୨ ହଜାର ଟଙ୍କା ବି ମିଳିଲା
୨ ଗିରଫ, ଲିଭ୍ଇନ୍‌ରେ ରହି ବେପାର ଚଳାଇଥିଲେ

ସୂଚନା ଅନୁସାରେ, ଆଜି ସକାଳେ ୫ କୋଟି ଟଙ୍କାର ବ୍ରାଉନ୍‌ସୁଗାର ନେଣଦେଣ ହୋଇଥାନ୍ତା। ତେବେ ଗତକାଲି ରାତି ପ୍ରାୟ ୧୨ଟାରେ ବିଶ୍ୱସ୍ତ ସୂତ୍ରରୁ ଟାଉନ ଥାନା ଅଧିକାରୀଙ୍କୁ ବ୍ରାଉନ୍‌ସୁଗାର କାରବାର ସମ୍ପର୍କରେ ଖବର ମିଳିଥିଲା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ବଜାର ଅଞ୍ଚଳର ଏସ୍‌କେ ଅସଗର ଓ ହମିଦା ବିବି ବିପୁଳ ପରିମାଣର ବ୍ରାଉନ୍‌ସୁଗାର ରଖି ବିକ୍ରି ଓ ଚାଲାଣ କରୁଥିବା ନେଇ ସୂଚନା ମିଳିଥିଲା। ସେମାନେ ଗୋପାଳଗାଁ ଯଶୋଦାବାଡ଼ି ଅଞ୍ଚଳରେ ଲିଭ୍‌ଇନ୍‌ରେ ରହି ଏହି କାରବାର ଚଳାଇଥିଲେ। ଏହି ସୂଚନା ଆଧାରରେ ଟାଉନ ଥାନା ପୁଲିସ ଗୋପାଳଗାଁସ୍ଥିତ ଏକଘରେ ଚଢ଼ଉ କରି ଉଭୟଙ୍କୁ ଅଟକ ରଖିଥିଲା। ତଲାସି ବେଳେ ୧ କେଜି ୯୧୩ ଗ୍ରାମ ବ୍ରାଉନସୁଗାର (କଞ୍ଚାମାଲ) ଓ ୮ କେଜି ୩୨୦ ଗ୍ରାମ ପାଉଡର ଆକାରର ବ୍ରାଉନ୍‌ସୁଗାର ଜବତ ହୋଇଥିଲା। ଏହାର ମୋଟ ପରିମାଣ ୧୦ କେଜି ୨୩୩ ଗ୍ରାମ। ବ୍ରାଉନ୍‌ସୁଗାର ପାଉଡର୍‌ କିଲୋ ପ୍ରତି ଦର ୧ କୋଟି ରହିଥିବା ବେଳେ ର’ ବ୍ରାଉନ୍‌ସୁଗାରର ବଜାର ମୂଲ୍ୟ ପାଖାପାଖି ୨ କୋଟି ଟଙ୍କା ରହିଛି ବୋଲି ପୁଲିସ କହିଛି।

Horoscope 2026 November 18: ଜାଣନ୍ତୁ ଆଜିର ରାଶିଫଳ...

ଏହି ହିସାବ ଅନୁଯାୟୀ ଜବତ ମୋଟ ବ୍ରାଉନ୍‌ସୁଗାରର ମୂଲ୍ୟ ୧୨ କୋଟିରୁ ଅଧିକ ହେବ ବୋଲି ପୁଲିସ ଅନୁମାନ କରିଛି। ଏଥିସହ ୪ ଲକ୍ଷ ୬୨ ହଜାର ୭୯୦ ଟଙ୍କା ନଗଦ, ୧୧ଟି ଏଟିଏମ୍‌, ବିଭିନ୍ନ ପରିଚୟପତ୍ର, ଗୋଟିଏ ବାଇକ୍‌, ଗୋଟିଏ ସ୍କୁଟି, ୬ଟି ମୋବାଇଲ ଫୋନ୍‌, ବ୍ରୁସିନ୍‌ ଅନ୍‌ହାଇଡ୍ରସ୍‌ ୯୯% (ବିଷ)ର ୬ଟି ବୋତଲ ଏବଂ ଦୁଇଟି ଇଲେକ୍ଟ୍ରୋନିକ୍‌ ଓଜନ ମେସିନ୍‌ ଜବତ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅରଡ଼ବଜାର ଅଞ୍ଚଳର ଏସ୍‌କେ ଅସଗର ଓ ୩୭ ବର୍ଷୀୟା ହମିଦା ବିବି। ଏନେଇ ଟାଉନ ଥାନା କେସ୍‌ ନମ୍ବର ୩୮୧/୨୦୨୬ରେ ଏନ୍‌ଡିପିଏସ୍‌ ଆଇନର ଧାରା ୨୧(ସି) ସମେତ ବିଏନ୍‌ଏସ୍‌ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଟାଉନ୍‌ ଥାନାଧିକାରୀ ବିଜୟ ଦାସ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.