Elephant dead: ୯ ବର୍ଷରେ ମଲେଣି ୧୦ ହାତୀ: ବିଦ୍ୟୁତ୍‌ ଆଘାତରେ ଯାଇଛି ୬ ହାତୀଙ୍କ ଜୀବନ

1 hour ago 1
ARTICLE AD BOX

ପାଇକସାହି: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡରେ ଏବେ ହାତୀ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ବିଶେଷ କରି ଏହି ବନଖଣ୍ଡର ହଣ୍ଡପା, ବାମୁର, ଧଣ୍ଡାତୋପା, ମାଧପୁର ଓ ଆଠମଲ୍ଲିକ ରେଞ୍ଜରେ ହାତୀ ଉପଦ୍ରବ ବୃଦ୍ଧି ସହ ଉଭୟ ମଣିଷ ଓ ହାତୀଙ୍କ ଜୀବନ ଯାଉଛି। ୯ ବର୍ଷରେ ଏହି ଉପଖଣ୍ଡରେ ୧୦ଟି ହାତୀ ମରିଛନ୍ତି। ଶିକାର ପାଇଁ ବସାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ‌୬ଟି ହାତୀଙ୍କ ମୃତ୍ୟୁ ହୋଇଛି। ଫଲରେ ହାତୀ ମୃତ୍ୟୁକୁ ନେଇ ଏବେ ବନ ବିଭାଗ ଚିନ୍ତାରେ ପଡ଼ିଛି।

Attack: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ

୨୦୧୮ ନଭେମ୍ବର ୧୪ରେ ହଣ୍ଡପା ରେଞ୍ଜ ସାପଘରା ପଞ୍ଚାୟତର ହେମାମୁରା ଜଙ୍ଗଲରେ ଏକ ଦନ୍ତା‌ହାତୀ ବିଦ୍ୟୁତ୍‌ ଫାଶରେ ପଡ଼ି ଜୀବନ ହରାଇଥିଲା। ଠିକ୍‌ ବର୍ଷେ ପରେ ୨୦୧୯ ନଭେମ୍ବରରେ ଏହି ପଞ୍ଚାୟତର ଟେଣ୍ଟଲି ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଏହି ରେଞ୍ଜର ନାକଚି ଜଙ୍ଗଲରେ ୨୦୨୧ ଜୁନ୍‌ରେ ଏକ ମାଈହାତୀର ମୃତ୍ୟୁ ହୋଇଥିଲା। ମାଧପୁର ରେଞ୍ଜର ମୁଣ୍ଡାପଡ଼ା ଖେସ୍ରା ଜଙ୍ଗଲରେ ୨୦୨୨ ଅକ୍ଟୋବରରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ସେହି ମାସର ମାଧପୁର ରେଞ୍ଜ ବାମୁର ଶାନ୍ତିପୁର ଜଙ୍ଗଲରେ ମାଈହାତୀର ମୃତ୍ୟୁ ଘଟିଥିଲା। ୨୦୨୪ ଅକ୍ଟୋବର ୮ ତାରିଖରେ ଧଣ୍ଡାତୋପା ରେଞ୍ଜ ପାଇକସାହି ସେକ୍ସନର ଶିଶୁକଟା ଜଙ୍ଗଲରେ ଏକ ଦନ୍ତାହାତୀ ବିଦ୍ୟୁତ୍‌ ଆଘାତରେ ମରିଥିବା ବେଳେ ସେହି ମାସ ୧୩ ତାରିଖରେ ମାଧପୁର ରେଞ୍ଜରେ ଏକ ମାଈହାତୀର ଜୀବନ ଯାଇଥିଲା। ୨୦୨୬ ଜାନୁଆରିରେ ବାମୁର ରେଞ୍ଜର କଦଳୀମୁଣ୍ଡା ଜଙ୍ଗଲରେ ଏକ ଦନ୍ତାହାତୀର ଜୀବନ ଯାଇଥିଲା। ୨୦୨୬ ମେ ମାସରେ ମାଧପୁର ରେଞ୍ଜର ମୁଣ୍ଡବେଡ଼ା ଜଙ୍ଗଲରେ ଏକ ମାଖନା ହାତୀର ମୃତ୍ୟୁ ହୋଇଛି। ହଣ୍ଡପା ରେଞ୍ଜ ଅନ୍ତର୍ଗତ ଝିଲ୍ଲୀମୁଣ୍ଡା ଜଙ୍ଗଲରେ ୨୦୨୬ ଅକ୍ଟୋବର ୨୬ରେ ପୁଣି ବିଦ୍ୟୁତ୍‌ ଫାଶରେ ପଡ଼ି ଦନ୍ତାର ମୃତ୍ୟୁ ଘଟିଛି। 

Horoscope 2026 November 18: ଜାଣନ୍ତୁ ଆଜିର ରାଶିଫଳ...

ଜଙ୍ଗଲରେ କାଠମାଫିଆଙ୍କ ସକ୍ରିୟତା ଯୋଗୁଁ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ହାତୀ ଜନବସତିମୁହାଁ ହେଉଛନ୍ତି। ଏବେ ବନ୍ୟପ୍ରାଣୀ ଶିକାର ପାଇଁ ଫାଶ ବସାଯିବା ଯୋଗୁଁ ହାତୀଙ୍କ ଜୀବନ ଯାଉଛି।  ଏ ନେଇ ଆଠମଲ୍ଲିକ ଡିଏଫ୍‌ଓ ସନ୍ତୋଷ କୋପୁଲା କହିଛନ୍ତି, ହାତୀକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯିବା ସହ ପାଟ୍ରୋଲିଂ କରାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.