Thar accident in NH: ଏନ୍‌ଏଚ୍‌ରେ ଥରହର କଲା ଥାର୍‌: ଧକ୍କାଦେଇ ବରିଷ୍ଠ ନାଗରିକ ଓ ଷଣ୍ଢକୁ ମାରିଦେଲା

1 hour ago 1
ARTICLE AD BOX

ଧଉଳି: ବୁଧବାର ଭୋର୍‌ ସମୟରେ ୩୧୬ ନମ୍ବର ଜାତୀୟ ରାଜପଥରେ ଏକ ଥାର୍‌ ଥରହର କରିଥିବା ଦେଖିବାକୁ ମିଳିଛି। ଥାର୍‌ରେ ଥିବା ୪ଜଣ ଉନ୍ମତ୍ତ ଯୁବକ ପିପିଲିରୁ ଗୁଡ଼ିଆପୋଖରୀ ଭିତରେ ଆତଙ୍କ ଖେଳାଇଛନ୍ତି। ସେମାନେ ପିପିଲି ଟୋଲ୍‌ଗେଟ୍‌ର ବାରିକେଡ୍‌ ଭାଙ୍ଗି ପଳାଉଥିବା ବେଳେ ପମସରା ଛକ ନିକଟରେ ଏକ ଷଣ୍ଢ ଓ ଜଣେ ବରିଷ୍ଠ ନାଗରିକଙ୍କୁ ଧକ୍କା ଦେଇଥିଲେ। ଫଳରେ ଉଭୟ ବରିଷ୍ଠ ନାଗରିକ ଓ ଷଣ୍ଢର ଘଟଣାସ୍ଥଳରେ ମତ୍ୟୁ ଘଟିଛି। ମୃତକ ହେଲେ ପମସରା(ଗୁଡ଼ିଆପୋଖରୀ) ନିକଟସ୍ଥ ହାଇଟେକ୍‌ ହେଭେନ୍‌ ଆପାର୍ଟମେଣ୍ଟର ବାସିନ୍ଦା ଅଶୋକ କୁମାର ଦାଶ(୬୫)। ଦୁର୍ଘଟଣା ପରେ ୪ଜଣଯାକ ଯୁବକ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି। କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଗାଡ଼ି ଜବତ କରି ବେପରୁଆ ଚାଳକକୁ ଠାବ କରିବାକୁ ଚେଷ୍ଟା ଚଳାଇଛି। 

Maoists surrender: ଆତ୍ମସମର୍ପଣ କରି ବି ୧୫ବର୍ଷ ଜେଲରେ କାଟିଲି: ମାଓନେତା ଆଜାଦ

ଟୋଲ୍‌ଗେଟ୍‌ ବାରିକେଡ୍‌ ଭାଙ୍ଗି ପଳାଉଥିଲେ ୪ଯୁବକ

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଭୋର୍‌ ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁରୀରୁ ଭୁବନେଶ୍ବର ଆସୁଥିବା ଥାର୍‌ ଗାଡ଼ିଟି ପିପିଲି ଟୋଲ୍‌ଗେଟ୍‌ର ବାରିକେଡ୍‌ ଭାଙ୍ଗି ପଳାଇଆସିଥିଲା। ସେଥିରେ ଥିବା ଯୁବକମାନେ ଉନ୍ମାଦ ଅବସ୍ଥାରେ ଥିବା ଜଣାପଡ଼ିଛି।ଗାଡ଼ିଟି ଗୁଡ଼ିଆପୋଖରୀ ପମସରା ଛକରେ ଭାରସାମ୍ୟ ହରାଇ ଏକ ଷଣ୍ଢ ଦେହରେ ପିଟି ହୋଇଯାଇଥିଲା। ଗାଡ଼ିର ବେଗ ଏତେ ଥିଲା ଯେ ଷଣ୍ଢଟି ପ୍ରାୟ ୨୦ ମିଟର ଦୂରକୁ ଛିଟିକି ପଡ଼ି ସେଇଠି ଛଟପଟ ହୋଇ ମରିଯାଇଥିଲା। ସେହିଭଳି ଥାର୍‌ଟି ମଧ୍ୟ ରାସ୍ତାର ମେଡିଆନ୍‌ ଆଡ଼କୁ ଛିଟିକି ଯାଇଥିଲା। ଠିକ୍‌ ସେତିକିବେଳେ ଅଶୋକ ମେଡିଆନ୍‌ରେ ଲାଗିଥିବା ଗଛରୁ ଫୁଲ ତୋଳୁଥିଲେ।

fsfshhfshfshfs

ଥାର୍‌ଟି ଅଶୋକଙ୍କ ଉପରେ ମାଡ଼ିଯାଇଥିଲା ଏବଂ ମେଡିଆନ୍‌ରୁ ଛିଟିକି ଆସି ଥାର୍‌ଟି ପୁଣି ରାସ୍ତାକଡ଼ରେ ଥିବା ଅଶୋକଙ୍କ ବାଇକ୍‌ରେ ପିଟିହୋଇଥିଲା। ଏହାପରେ ଥାର୍‌ଟି ଦୁଇ ଘେରା ବୁଲି ରାସ୍ତାରେ ଉପରେ ରହିଯାଇଥିଲା। ଏହାପରେ ଗାଡ଼ିରୁ ବାହାରି ୪ ଯୁବକ ଦୌଡ଼ି ଦୌଡ଼ି ପଳାଇଥିଲେ। କୌଣଲ୍ୟାଗଙ୍ଗ ଫାଣ୍ଡି ପୁଲିସ ତୁରନ୍ତ ଅଶୋକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। କିନ୍ତୁ ସେ‌ତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ସୂଚନାଯୋଗ୍ୟ ଯେ ଯାଜପୁରର ମୂଳବାସିନ୍ଦା ଅଶୋକ ଚାକିରିରୁ ଅବସର ନେବା ପରେ ହାଇଟେକ୍‌ ହେଭେନ୍‌ ଆପାର୍ଟମେଣ୍ଟରେ ରହୁଥିଲେ। ପ୍ରତିଦିନ ଭୋର୍‌ ସମୟରେ ସେ ଜାତୀୟ ରାଜପଥକୁ ଆସି ଠାକୁର ପୂଜା ପାଇଁ ଫୁଲ ତୋଳି ନେଉଥିଲେ।

Flood in Odisha: ବିପଦ ସଙ୍କେତ ତଳେ ସାଳନ୍ଦୀ, ବୈତରଣୀର ଜଳସ୍ତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.