ARTICLE AD BOX
ନୂଆଦିଲ୍ଲୀ:ଦିଲ୍ଲୀର ସତ୍ୟ ନିକେତନରେ ମରାମତି କାମ ଚାଲିଥିବା ବେଳେ ବାଳକ ପିଜି କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବାର ମାସକ ପରେ ବୁଧବାର ଅପରାହ୍ନ ପ୍ରାୟ ୩:୩୦ ମିନିଟରେ ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀ ଅଞ୍ଚଳରେ ଆଉ ଏକ କୋଠାର ସମ୍ମୁଖ ଭାଗ ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ଧ୍ୱଂସାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣାର ସୂଚନା ପାଇବା କ୍ଷଣି ଦିଲ୍ଲୀ ଅଗ୍ନିଶମ ସେବାର ଗାଡ଼ି ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି
ପ୍ରତ୍ୟକ୍ଷଦର୍ଶୀ ଓ ପୁଲିସ ସୂଚନାନୁସାରେ, ସୀମାପୁରୀରେ କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟଙ୍କର ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରୁ ମାଟି ଓ କୋଠାର ଭଗ୍ନାବଶେଷ ହଟାଇ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ସେପ୍ଟେମ୍ବର ୬ ତାରିଖରେ ଘଟିଥିବା ପୂର୍ବ ଦୁର୍ଘଟଣାରେ ୭ ଜଣଙ୍କ ପ୍ରାଣହାନି ସହ ଏକାଧିକ ଲୋକ ଆହତ ହୋଇଥିବା ବେଳେ ବାରମ୍ବାର ଏପରି କୋଠା ଭୁଶୁଡ଼ିବା ଘଟଣା ଦିଲ୍ଲୀରେ ସୁରକ୍ଷା ଓ ନିର୍ମାଣ ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Nobel Prize: ହେନେରି କାଗାନ୍, କେନସୋ ସୋଆଇଙ୍କୁ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର

47 minutes ago
1

