Major Maoist Dump Busted ସୀମାନ୍ତରୁ ପୁଣି ଏକ ମାଓଡମ୍ପ୍‌ ଠାବ, ଏକେ-୪୭,ଇନସାସ ସହ ବିପୁଳ ଗୁଳିଗୋଳା ଜବତ

49 minutes ago 1
ARTICLE AD BOX

ମାଲକାନଗିରି:  ମାଲକାନଗରି ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ବାରସୁର ଥାନା ଅଞ୍ଚଳର ମଙ୍ଗନାର, ବୁରଦୁମ, ତୋଡ଼ମା ଓ କୋହକାବେଡ଼ା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାବାହିନୀ ଏକ ବଡ଼ ନକ୍ସଲ ଡମ୍ପ ଠାବ କରିଛି। ଏଠାରୁ ବହୁ ପରିମାଣର ଅସ୍ତ୍ର, ଗୋଳାବାରୁଦ, ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। 

Multiple Maoist Dumps Busted ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଏକାଧିକ ମାଓ ଡମ୍ପ ଠାବ: ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

ଏକ ସାମ୍ବାଦିକ ସମ୍ମିଳନୀରେ ଦନ୍ତେୱାଡ଼ା ଏସ୍‌ପି ଚନ୍ଦ୍ରମୋହନ ସିଂହଙ୍କ ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କଠାରୁ ମିଳିଥିବା ତଥ୍ୟ ଆଧାରରେ ବାରସୁର ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଏକ ମିଳିତ ଟିମ୍‌ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। କୋହକାବେଡ଼ା ଓ ବୁରଦୁମ ମଧ୍ୟରେ ଥିବା ଘଞ୍ଚ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ତଲାସୀ ବେଳେ ମାଟି ତଳେ ଓ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ଡମ୍ପର ସନ୍ଧାନ ମିଳିଥିଲା। ପରେ ସୁରକ୍ଷିତ ଭାବେ ଏହାକୁ ଉଦ୍ଧାର କରାଯାଇଥିଲା। 

Maoist Dump found ମାଓ ଡମ୍ପ୍‌ରୁ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ଗୁଳି ଉଦ୍ଧାର

ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଇନସାସ ରାଇଫଲ, ଗୋଟିଏ ବିଜିଏଲ (ବ୍ୟାରେଲ୍‌ ଗ୍ରେନେଡ୍‌ ଲଞ୍ଚର), ଗୋଟିଏ ପଏଣ୍ଟ ୩୧୫ ବୋର ବନ୍ଧୁକ, ୬ଟି ଭରମାର ବନ୍ଧୁକ, ୯ଟି ବିଜିଏଲ ସେଲ୍,ଏକେ-୪୭ର ୨୩ ରାଉଣ୍ଡ ଗୋଳି, ୫ଟି ବିଜିଏଲ ରାଉଣ୍ଡ ଓ ଗୋଟିଏ ଇନସାସ ମ୍ୟାଗାଜିନ୍ ରହିଛି। ଏହା ସହିତ ସୁରକ୍ଷାବାହିନୀ ପ୍ରାୟ ୨୦ ମିଟର କୋଡେକ୍ସ ତାର, ଟିଫିନ ବୋମା, କୁକର ବୋମା, ତୀର ବୋମା, ପିସ୍ତଲ ରଡ୍ ସ୍ପ୍ରିଙ୍ଗ, ୱାକି-ଟକି ସେଟ୍, ନକ୍ସଲୀ ବର୍ଦ୍ଦି, ଇନଭର୍ଟର ଓ ଅନ୍ୟାନ୍ୟ ଉପକରଣ ଜବତ କରିଛି। ଜବତ ବିସ୍ଫୋରକ ସାମଗ୍ରୀକୁ ନେଇ ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ଆବଶ୍ୟକ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଥିବା କୁହାଯାଇଛି। 

BSF Recovers Maoist Dump: ସ୍ବାଭିମାନ ଅଞ୍ଚଳରୁ ବିଏସଏଫ ପକ୍ଷରୁ ମାଓ ଡମ୍ପ ଉଦ୍ଧାର
ପୁଲିସ ପକ୍ଷରୁ କୁହାଯାଇଛି ଯେ, ନକ୍ସଲମାନେ ଜଙ୍ଗଲ ଓ ଦୁର୍ଗମ ଅଞ୍ଚଳରେ ଲୁଚାଇ ରଖିଥିବା ଅସ୍ତ୍ର ଓ ବିସ୍ଫୋରକ ଡମ୍ପ ଠାବ କରିବା ପାଇଁ ଆଗାମୀ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିବ। ଏହି ସଫଳତାକୁ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.