Thalapathy Vijay: ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବେ କି ବିଜୟ? ଏଆଇଏଡିଏମ୍‌କେ ନେତାଙ୍କ ବ୍ୟଙ୍ଗାତ୍ମକ ପ୍ରଶ୍ନ

3 days ago 3
ARTICLE AD BOX

ଚେନ୍ନାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍‌ ବିଜୟଙ୍କୁ ନେଇ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏଆଇଏଡିଏମ୍‌କେ ନେତା ଆର୍‌.ବି. ଉଦୟକୁମାର ମଙ୍ଗଳବାର ଏକ ଭିଡିଓ ଜାରି କରି ବିଜୟଙ୍କୁ କଟାକ୍ଷ କରିଛନ୍ତି। ତାମିଲନାଡ଼ୁରେ ବିଜୟଙ୍କ ସରକାର ତାଙ୍କ ଘନିଷ୍ଠ ବ୍ୟକ୍ତିମାନଙ୍କୁ ବିଭିନ୍ନ ସରକାରୀ ପଦରେ ନିଯୁକ୍ତ କରୁଥିବା ବେଳେ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍‌ଙ୍କୁ କେବେ ଉପମୁଖ୍ୟମନ୍ତ୍ରୀ କରାଯିବ ବୋଲି ସେ ପ୍ରଶ୍ନାତ୍ମକ ବ୍ୟଙ୍ଗବାଣ ଛାଡ଼ିଛନ୍ତି।

ଆହୁରି ପଢନ୍ତୁ :Gutkha Ban: କର୍ଣ୍ଣାଟକରେ ତମାଖୁ ଓ ନିକୋଟିନ୍ ସାମଗ୍ରୀ ବିକ୍ରି ଓ ବିତରଣ ଉପରେ ବର୍ଷକ ପାଇଁ କଟକଣା

ଉଦୟକୁମାର କହିଛନ୍ତି, ବିଜୟଙ୍କ ଅଭିନୀତ ଚଳଚ୍ଚିତ୍ରର ନିର୍ମାତା ଓ ପ୍ରଯୁକ୍ତିକର୍ମୀମାନଙ୍କୁ ଏବେ ବିଭିନ୍ନ ସରକାରୀ ଦାୟିତ୍ବ ଦିଆଯାଉଛି। ସେ ଅର୍ଚନା କଲ୍‌ପାଥିଙ୍କୁ ମନ୍ଦିର ଟ୍ରଷ୍ଟର ସଦସ୍ୟ, ଭେଙ୍କଟ ନାରାୟଣଙ୍କୁ ଦିଲ୍ଲୀସ୍ଥିତ ତାମିଲନାଡ଼ୁ ସରକାରଙ୍କ ସ୍ବତନ୍ତ୍ର ପ୍ରତିନିଧି ଏବଂ ଜଗଦୀଶ ପାଲାନିସାମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କରାଯାଇଥିବା ଉଲ୍ଲେଖ କରିଛନ୍ତି। ଏହାସହ ‘ବିଷ୍ଟ’ ଚଳଚ୍ଚିତ୍ରର ସିନେମାଟୋଗ୍ରାଫର୍‌ ମନୋଜ ପରମହଂସଙ୍କୁ ତାମିଲନାଡ଼ୁ ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ କରାଯାଇଥିବା ସେ କହିଛନ୍ତି। ଜନ୍‌ ଆରୋକିଆସ୍ବାମୀ ଓ ରାମକୁମାରଙ୍କୁ ମଧ୍ୟ ସରକାରୀ ପରାମର୍ଶଦାତା କରାଯାଇଥିବା ତାଙ୍କ ଅଭିଯୋଗ।

ଆହୁରି ପଢନ୍ତୁ :Post-Diploma DNB Seats ୩ ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ


ଏହି ନିଯୁକ୍ତିଗୁଡ଼ିକୁ ନେଇ ପ୍ରଶ୍ନ ଉଠାଇ ଉଦୟକୁମାର କହିଛନ୍ତି, ଏତେ ସରକାରୀ ପଦରେ ବିଜୟଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଉଥିବା ବେଳେ ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାର ଘୋଷଣା କେବେ ହେବ, ତାହା ନେଇ ତାମିଲନାଡ଼ୁବାସୀ ଅପେକ୍ଷା କରୁଛନ୍ତି। ତେବେ ତ୍ରିଶାଙ୍କୁ ଉପମୁଖ୍ୟମନ୍ତ୍ରୀ କରିବା ନେଇ ବିଜୟ କିମ୍ବା ତାଙ୍କ ଦଳ ପକ୍ଷରୁ କୌଣସି ଘୋଷଣା ହୋଇନାହିଁ। ଏହି ବିବାଦ ମଧ୍ୟରେ ତ୍ରିଶା ମଙ୍ଗଳବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପରୋକ୍ଷ ବାର୍ତ୍ତା ପୋଷ୍ଟ କରିଥିଲେ। ସେଥିରେ ସେ ଏଭଳି ବିବାଦକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ମଦୁରାଇରେ ତ୍ରିଶାଙ୍କ ପ୍ରଶଂସକ ସଂଘ ପକ୍ଷରୁ ମଧ୍ୟ ଉଦୟକୁମାରଙ୍କ ମନ୍ତବ୍ୟକୁ ସମାଲୋଚନା କରି ପୋଷ୍ଟର ଲଗାଯାଇଥିବା ଜଣାପଡ଼ିଛି।

ଆହୁରି ପଢନ୍ତୁ :Protest: ଦୁର୍ଘଟଣାରେ ଆହତ ଶିକ୍ଷକଙ୍କ ଦେହାନ୍ତ;  ମରଶରୀର ରଖି ଆନ୍ଦୋଳନ ନିଷ୍ପତ୍ତି

ତେବେ ଏହି ଘଟଣାର ପୃଷ୍ଠଭୂମିରେ ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ରହିଛି। ଅଗଷ୍ଟ ୩ରେ ତଞ୍ଜାଭୁରରେ କାବେରୀ ଜଳ ବଣ୍ଟନ ପ୍ରସଙ୍ଗରେ ଆୟୋଜିତ ଏକ ସଭାରେ ତ୍ରିଶାଙ୍କ ନାମ ନିଆଯିବା ପରେ ଉଦୟନିଧି ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଅଗଷ୍ଟ ୪ରେ ଚେନ୍ନାଇସ୍ଥିତ ବାସଭବନରୁ ସକାଳ ୧୦ଟାରେ ତାଙ୍କୁ ଗିରଫ କରାଯାଇ ତଞ୍ଜାଭୁର ନିଆଯାଇଥିଲା। ପରେ ପ୍ରାୟ ରାତି ୮ଟାରେ ତାଙ୍କୁ ଥାନାରୁ ଜାମିନରେ ଛାଡ଼ି ଦିଆଯାଇଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.