ARTICLE AD BOX
ଅହମଦାବାଦ: ଦେଶର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ଘଟାଇବାକୁ ଯୋଜନା କରୁଥିବା ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ (ଜେଇଏମ୍) ସହ ସମ୍ପୃକ୍ତ ଆଉ ୫ ଜଣ ସନ୍ଦିଗ୍ଧଙ୍କୁ ଗୁଜରାଟ ପୁଲିସର ଆତଙ୍କବାଦ ନିରୋଧୀ ଦଳ (ଏଟିଏସ୍) ଗିରଫ କରିଛି। ଏହି ଗିରଫଦାରି ସହ ଏହି ମାମଲାରେ ମୋଟ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି। ପୁଲିସ କହିଛି, ଅଭିଯୁକ୍ତମାନେ ଦେଶର ବିଭିନ୍ନ ସହରରେ ବିସ୍ଫୋରଣ ଘଟାଇବା ପାଇଁ ଷଡ଼୍ଯନ୍ତ୍ରକରୁଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ବିଲାଲ ଆବିଦ୍ ଶେରା, ମହମ୍ମଦ ଆୟୁବ କାଦିୱାଲ ଓରଫ ମହମ୍ମଦ ଖାଦିୟାସନ, ମହମ୍ମଦ ଶାଫି ମୁଖୀ ଓରଫ ଶାଫି ଚାପି, ମହମ୍ମଦ ହାସନ କରାଡିଆ ଓରଫ ହାସନ ହାଇଦରପୁରୀ ଓ ମହମ୍ମଦ ଆୟୁବ ସୁନାସାରା ଓରଫ ମହମ୍ମଦ ଖାଲି।
ଆହୁରି ପଢନ୍ତୁ:Prafulla Samal Hospitalised ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅସୁସ୍ଥ, ଭୁବନେଶ୍ୱରର ଘରୋଇ ହସ୍ପିଟାଲରେ ଭର୍ତ୍ତି
ପୁଲିସକହିଛି, ନୂଆକରି ଗିରଫ ହୋଇଥିବା ୫ ଜଣଙ୍କୁ ଗୁଜରାଟ, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଚାଲିଥିବା ସମନ୍ୱିତ ଅଭିଯାନରେ ଧରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା କରିବା ପରେ ଏହି ନୂଆ ଗିରଫଦାରି ସମ୍ଭବ ହୋଇଥିବା ପୁଲିସ କହିଛି। ତଦନ୍ତରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସୋସିଆଲ ମିଡିଆ ଓ ସୁରକ୍ଷିତ ଅନ୍ଲାଇନ୍ ମାଧ୍ୟମରେ ଜୈସ୍-ଏ-ମହମ୍ମଦର ପାକିସ୍ତାନସ୍ଥିତ ସଂଚାଳକଙ୍କ ସହ ଯୋଗାଯୋଗରେ ଥିଲେ। ସେମାନଙ୍କୁ ବିସ୍ଫୋରକ ପ୍ରସ୍ତୁତି, ଲକ୍ଷ୍ୟସ୍ଥଳ ଚୟନ ଓ ଆକ୍ରମଣ ପ୍ରକ୍ରିୟା ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଉଥିଲା। ପୁଲିସ ବିଭିନ୍ନ ଇଲେକ୍ଟ୍ରୋନିକ୍ ଉପକରଣ, ମୋବାଇଲ ଫୋନ୍ ଓ ଡିଜିଟାଲ ପ୍ରମାଣ ଜବତ କରିଛି, ଯାହାର ଯାଞ୍ଚ ଚାଲିଛି।
ଆହୁରି ପଢନ୍ତୁ:Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ ଇକ୍ରିସାଟ୍ ସହ ବୁଝାମଣାପତ୍ର
ପୁଲିସ କହିଛି, ଅଭିଯୁକ୍ତମାନଙ୍କ ଯୋଜନା ଆରମ୍ଭିକ ପର୍ଯ୍ୟାୟରେ ଥିଲା ଏବଂ ସମୟ ଥାଉଥାଉ ଏହାକୁ ପଣ୍ଡ କରାଯାଇଛି। ଏହି ଚକ୍ର ସହ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଥିବାରୁ ତଦନ୍ତକୁ ଆହୁରି ବ୍ୟାପକ କରାଯାଇଛି। ପୁଲିସ କହିଛି, ଜାତୀୟ ସୁରକ୍ଷା ସହ ଜଡ଼ିତ ଏହି ମାମଲାରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହ ସମନ୍ୱୟ ରଖି ତଦନ୍ତ କରାଯାଉଛି। ଅଭିଯୁକ୍ତମାନଙ୍କ ଆର୍ଥିକ କାରବାର, ଯୋଗାଯୋଗ ବ୍ୟବସ୍ଥା ଓ ସମ୍ଭାବ୍ୟ ନେଟ୍ୱର୍କର ମଧ୍ୟ ଖୋଳତାଡ଼ କରାଯାଉଛି। ପୁଲିସ ମତରେ, ଏହି ଅଭିଯାନ ଫଳରେ ଏକ ବଡ଼ ଆତଙ୍କବାଦୀ ଷଡ଼୍ଯନ୍ତ୍ର ବିଫଳ ହୋଇଛି।

1 hour ago
1


