ARTICLE AD BOX
ଶ୍ରୀନଗର: ଜମ୍ମୁ-କଶ୍ମୀରର କୁଲଗାମ ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ସମୟରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବାଇକ୍ରେ ଆସିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ଆହତ ହୋଇଛନ୍ତି। ଅପରାହ୍ନ ପ୍ରାୟ ୨ଟା ୧୫ ମିନିଟ୍ରେ ଏହି ଘଟଣା ଘଟିଛି। ଗୁଳିମାଡ଼ କରିବା ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଆହତ ଯବାନମାନଙ୍କୁ ଚିକିତ୍ସା ପାଇଁ ଅନନ୍ତନାଗ ଜିଲ୍ଲାର ଏକ ହସ୍ପିଟାଲକୁ ନିଆଯାଇଛି। ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଅଧିକାରୀଙ୍କ ସୂଚନା ଅନୁସାରେ, ମୀର ବଜାର ନିକଟରେ ଥିବା ସିଆରପିଏଫ କ୍ୟାମ୍ପ ପାଖରେ ଏହି ଆକ୍ରମଣ ହୋଇଛି। ଘଟଣା ପରେ ସମଗ୍ର ଅଞ୍ଚଳକୁ ଘେରାଉ କରାଯାଇ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅଭିଯାନ ଚାଲିଛି। ଆକ୍ରମଣରେ ଆହତ ୩ ଜଣ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସିଆରପିଏଫ୍ ଯବାନ ସନ୍ତୋଷ ଚନ୍ଦ୍ରୁଙ୍କ ପେଟ ଓ ମେରୁଦଣ୍ଡରେ ଗୁଳିମାଡ଼ ଯୋଗୁଁ ଗୁରୁତର ଆଘାତ ଲାଗିଛି। ଅନ୍ୟ ଦୁଇ ଯବାନଙ୍କ ମଧ୍ୟରୁ ସୋମବୀର ସିଂହଙ୍କ ବାମ ହାତରେ ଏବଂ ରାକେଶ ଦାସଙ୍କ ଗୋଡ଼ରେ ଆଘାତ ଲାଗିଛି।
ଅଳ୍ପକେ ବର୍ତ୍ତିଲେ ଉପରାଜ୍ୟପାଳ
ରିପୋର୍ଟ ଅନୁସାରେ, ଆକ୍ରମଣ ପରେ ଘଟଣାସ୍ଥଳରେ ଅତିରିକ୍ତ ବ୍ୟାରିକେଡ୍ ଲଗାଯାଇଛି। ଲାଉଡ୍ସ୍ପିକର୍ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ କରାଯାଇଛି। ଅତିରିକ୍ତ ସୁରକ୍ଷା ବଳ ମଧ୍ୟ ଘଟଣାସ୍ଥଳକୁ ପଠାଯାଇଛି। ଏହି ସମୟରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କୁଲଗାମରେ ଉପସ୍ଥିତ ଥିଲେ। ତେବେ ସେ ଆକ୍ରମଣସ୍ଥଳ ନିକଟରେ ଥିବା ଜଣାପଡ଼ିଛି।
ଟ୍ରକ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଚାଳକ ସମେତ ୧୫ରୁ ଅଧିକ ଆହତ

1 hour ago
1


