ARTICLE AD BOX
ଭୁବନେଶ୍ୱର: ରାଜ୍ୟର ୭୨ଟି ଆଇଟିଆଇ ଓ ୩୫ଟି ପଲିଟେକ୍ନିକ୍ ଶିକ୍ଷାନୁଷ୍ଠାନର କାର୍ଯ୍ୟର ସମୀକ୍ଷା ହୋଇଛି। ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ଓ ନୂତନ ବୈଷୟିକ କୌଶଳ ପ୍ରତି ଛାତ୍ରଛାତ୍ରୀଙ୍କ ଅଭିଜ୍ଞତା ବଢ଼ାଇବାକୁ ଗୁରୁତ୍ବ ଦିଆଯାଇଛି।
ବିପିୟୁଟିର ୧୧ତମ ସମାବର୍ତ୍ତନ ଉତ୍ସବ; ରାଷ୍ଟ୍ର ନିର୍ମାଣରେ ବୈଷୟିକ ଶିକ୍ଷା ଗୁରୁତ୍ବପୂର୍ଣ୍ଣ: ରାଜ୍ୟପାଳ
ଭୁବନେଶ୍ୱରସ୍ଥିତ SCTE&VT ଠାରେ ଅନୁଷ୍ଠିତ ଏହି ସମୀକ୍ଷା କାର୍ଯ୍ୟକ୍ରମରେ ରାଜ୍ୟ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିଲେ। ଆଇଟିଆଇ ଓ ପଲିଟେକ୍ନିକ୍ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ସହ ଶିକ୍ଷାନୁଷ୍ଠାନର ସମସ୍ୟା ଓ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ ଆଇଟିଆଇ ଓ ପଲିଟେକ୍ନିକ୍ ଗୁଡ଼ିକ ଓଡ଼ିଶାର ଶିଳ୍ପ ଓ ଅର୍ଥନୈତିକ ବିକାଶର ମୁଖ୍ୟ ଆଧାର। ବଦଳୁଥିବା ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନଗୁଡ଼ିକର ଆଧୁନିକୀକରଣ ଏବଂ ନୂଆ କୌଶଳ ଆପଣାଇବା ଜରୁରୀ।
ରାଜ୍ୟରେ ବୈଷୟିକ ଶିକ୍ଷାଦାନ ଠପ୍: ୩୨ ପଲିଟେକ୍ନିକ୍ରେ ୬୮୪ ଅଧ୍ୟାପକ ଓ ଟେକ୍ନିସିଆନ୍ଙ୍କ ଚୁକ୍ତି ରଦ୍ଦ
ଏହାସହ ମନ୍ତ୍ରୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇ କହିଥିଲେ ଯେ, ଆଇଟିଆଇ ଓ ପଲିଟେକ୍ନିକ୍ରେ ଯେପରି କୌଣସି ସିଟ୍ ଫାଙ୍କା ନରହେ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବା ଦରକାର। ଛାତ୍ରୀ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ବିଶେଷ ଭାବେ ଅନ୍ନୁନତ ଜନଜାତି ଛାତ୍ରଛାତ୍ରୀଙ୍କ ନାମଲେଖା ବୃଦ୍ଧି କରାଯାଉ। ପାଠପଢ଼ା ମଝିରୁ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ଏବଂ ପ୍ଲେସମେଣ୍ଟ (ଚାକିରି ସୁଯୋଗ) ବୃଦ୍ଧି କରାଯାଉ।
ଏହି ବୈଠକରେ ତାଲିମର ଗୁଣବତ୍ତା, ଶିଳ୍ପ ସଂସ୍ଥାଙ୍କ ସହ ସହଯୋଗ, ପ୍ଲେସମେଣ୍ଟ ଓ ଅନୁଷ୍ଠାନର ସୁବିଧାସୁଯୋଗର ସଠିକ୍ ବ୍ୟବହାର ଉପରେ ଆଲୋଚନା ହୋଇଥିଲା।
ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଶାସନ ସଚିବ ଭୂପେନ୍ଦ୍ର ସିଂହ ପୁନିଆ, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

1 hour ago
1


