ARTICLE AD BOX
କଣ୍ଟାମାଳ (ସୁଶୀଳ କୁମାର ମିଶ୍ର): ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଗୁନ୍ଦୁଲିଆ ଶିକ୍ଷା କ୍ଳଷ୍ଟର ଅଧୀନସ୍ଥ ଡିମିରିଖୋଲ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନଥିବା ଅଭିଯୋଗ ହୋଇଥିଲା। ଏଣୁ ବୌଦ୍ଧ ବ୍ଲକ୍ ଶିକ୍ଷାଧିକାରୀ ଗୁନ୍ଦୁଲିଆ ଉନ୍ନୀତ ଉଚ୍ଚବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକଙ୍କୁ ଡିମିରିଖୋଲ ବିଦ୍ୟାଳୟକୁ ବଦଳି କରିଥିଲେ। ଏହି ଆଦେଶର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ବଦଳି ଆଦେଶ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି।
Secondary teacher Transfer ୨୦୨୬ ମାଧ୍ୟମିକ ଶିକ୍ଷକ ବଦଳି ପୋର୍ଟାଲ୍ ଖୋଲିବାରେ ବିଳମ୍ବର ପ୍ରତିବାଦ
ସୂଚନାନୁସାରେ, ଜୁଲାଇ ୨୭ ତାରିଖ ବିଇଓ ପତ୍ରସଂଖ୍ୟା ୨୦୬୯ରେ ଚାନ୍ଦୁଲିଆ ଉନ୍ନୀତ ଉଚ୍ଚବିଦ୍ୟାଳୟର ଜନୈକ ଶିକ୍ଷକ ଯୁବରାଜ ରାଜହଂସଙ୍କୁ ଡିମିରିଖୋଲ ସ୍କୁଲକୁ ବଦଳି ଆଦେଶ ଦେଇଥିଲେ।
/filters:format(webp)/sambad/media/media_files/2026/08/07/beo-letter-2026-08-07-18-09-43.jpeg)
ତୁରନ୍ତ ଆଦେଶ କାର୍ଯ୍ୟକାରୀ କରିବାକୁ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ମଧ୍ୟ କୁହାଯାଇଥିଲା। ତେବେ ଆଜିକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ପ୍ରଧାନଶିକ୍ଷୟିତ୍ରୀ ତରଙ୍ଗିଣୀ ବେହେରା ଉକ୍ତ ଶିକ୍ଷକଙ୍କୁ ରିଲିଭ୍ କରୁ ନଥିବା ଜଣାଯାଇଛି।
High court: ବିଧାୟକ ଓ ସାଂସଦଙ୍କ ସୁପାରିସରେ ଶିକ୍ଷକ ବଦଳିକୁ ନା: ମେ ୧୩ର ଚିଠି ରଦ୍ଦ କଲେ ହାଇକୋର୍ଟ
ଏ ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ସ୍କୁଲରେ ଶିକ୍ଷକ ଅଭାବ ଅଛନ୍ତି। ପାଠପଢ଼ାରେ ବ୍ୟାଘାତ ହେବା ସମ୍ଭାବନା ଥିବାରୁ ଉକ୍ତ ଶିକ୍ଷକକୁ ସେ ରିଲିଭ୍ କରୁନାହାନ୍ତି। ବ୍ଳକ୍ ଶିକ୍ଷା ଅଧିକାରୀ ଉପେନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି, ଶିକ୍ଷକ ଯୁବରାଜ ଏସ୍ଆଇଆର୍ କାମରେ ନିୟୋଜିତ ଥିବାରୁ ତାଙ୍କ ବଦଳରେ ଅନ୍ୟ ଜଣେ ଶିକ୍ଷକଙ୍କୁ ବଦଳି କରାଯିବ।
ମାଧ୍ୟମିକ ଶିକ୍ଷକ ବଦଳିରେ ବିଭ୍ରାଟ: ଧାର୍ଯ୍ୟ ସମୟରେ ଖୋଲୁନି ପୋର୍ଟାଲ
ଅପରପକ୍ଷରେ ବୁଦ୍ଧିଜୀବୀମାନେ କହିଛନ୍ତି, ଏସ୍ଆଇଆର୍ କାମ କରୁଥିଲେ ମଧ୍ଯ ସେହି କ୍ଳଷ୍ଟର ମଧ୍ୟରେ ବଦଳି ହୋଇ ପାରିବ ବୋଲି ସରକାରୀ ନିୟମ ରହିଛି l ତେବେ କାହିଁକି ଓ କାହା ଚାପରେ ବ୍ଳକ ଶିକ୍ଷା ଅଧିକାରୀ ସମ୍ପୃକ୍ତ ଶିକ୍ଷକଙ୍କୁ ବଦଳି କଲା ପରେ ପୁଣି ସ୍ଥଗୀତ ରଖିଛନ୍ତି ତାହା ତଦନ୍ତ ସାପେକ୍ଷ l ଅନ୍ୟ ପକ୍ଷରେ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକଙ୍କୁ ପଚାରିବାରୁ ସମ୍ପୃକ୍ତ ଶିକ୍ଷକ ଯୁବରାଜଙ୍କୁ ଅଗଷ୍ଟ ୧୯ ତାରିଖରେ ଉପରୋକ୍ତ ସ୍କୁଲକୁ ବଦଳି କରାଯିବ ବୋଲି କହିଛନ୍ତି l ଜିଲ୍ଲାପାଳ, ବିଇଓ ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ କଥାରେ କୌଣସି ତାଳମେଳ ରହୁ ନ ଥିବାରୁ ଡିମିରିଖୋଲ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

1 week ago
6


