Tax Minerals, Mining: ଖଣି ଉପରେ ରାଜ୍ୟଙ୍କ କ୍ଷମତା କମିବ

5 days ago 4
ARTICLE AD BOX

ନୂଆଦିଲ୍ଲୀ: ଖଣି ଉପରେ କିମ୍ବା ଖଣି ଥିବା ଅଞ୍ଚଳରେ ରାଜ୍ୟଗୁଡ଼ିକର ଟିକସ ଲଗାଇବା କ୍ଷମତାକୁ ସଙ୍କୁଚିତ କରିବାକୁ କେନ୍ଦ୍ର ସରକାର ଏକ ବିଲ୍‌ ଲୋକସଭାରେ ଆଗତ କରିଛନ୍ତି। ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍‌ରେ ରାଜ୍ୟମାନଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ କରାଯାଇଛି। ଏହି ବିଲ୍‌ରେ ଖଣି ଓ ଖଣିଜ ଥିବା ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ଅଧୀନକୁ ନେଇଯିବା ପାଇଁ ପ୍ରୟାସ ହୋଇଛି।ଏହି ବିଲ୍‌ରେ ଏକ ସମ୍ପୂର୍ଣ୍ଣ ନୂଆ ଧାରା ୯(ଡି) ଯୋଡ଼ାଯାଇଛି। ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ରାଜ୍ୟ ସରକାର ଖଣିଜ ଅଧିକାର କିମ୍ବା ଖଣିଜ ଥିବା ଅଞ୍ଚଳ ଉପରେ ଖଣିଜର ପରିମାଣ, ଖଣିଜ ମୂଲ୍ୟ, ରୟାଲ୍‌ଟି କିମ୍ବା ଅନ୍ୟ ଯେକୌଣସି ଉପାୟରେ କୌଣସି ଟିକସ, ସେସ୍‌ କିମ୍ବା ସେହି ଧରଣର ଶୁଳ୍କ ଲଗାଇପାରିବେ ନାହିଁ। ଏମ୍‌ଏମ୍‌ଡିଆର୍‌ ସଂଶୋଧନ ନିୟମ ୨୦୨୬ ଲାଗୁ ହେବା ପୂର୍ବରୁ ସରକାରଙ୍କ ନିକଟରେ ଜମା କରାଯାଇନଥିବା ଏହି ଧରଣର ଟିକସକୁ ବୈଧ ବିଚାର କରାଯିବ। ଯଦି ସେଭଳି ଟିକସ ରାଜ୍ୟ ସରକାର ସଂଗ୍ରହ କରିସାରିଥିବେ କିମ୍ବା ସରକାରଙ୍କ ନିକଟରେ ଜମା କରାଯାଇଥିବ ତେବେ ତାହାକୁ ଫେରସ୍ତ କରାଯିବ ନାହିଁ। ଏହି ବିଲ୍‌ ଜରିଆରେ ସରକାର ଖଣି କ୍ଷେତ୍ରକୁ ଏକ ନିର୍ଦ୍ଦିଷ୍ଟ ଆର୍ଥିକ ନିୟମ ପ୍ରଦାନ କରିବାକୁ ଚାହୁଛନ୍ତି।


କେନ୍ଦ୍ର ଆଣିଲା ସଂ‌ଶୋଧିତ ବିଲ୍‌

କେନ୍ଦ୍ର ସରକାର ଜଣାଇଛନ୍ତି ଯେ ଖଣିଜ ସମ୍ପଦ ହେଉଛି ସୀମିତ ଓ ସେଗୁଡ଼ିକ କିଛି ହାତଗଣତି ରାଜ୍ୟରେ ରହିଛି। ତେଣୁ ସେଗୁଡ଼ିକର ଉତ୍ତୋଳନ ଓ ପରିଚାଳନା ଜାତୀୟ ଲକ୍ଷ୍ୟ ଅନୁସାରେ ହେବା ଉଚିତ୍‌। ତେଣୁ ଖଣିଜ ପଦାର୍ଥ ଉପରେ ଶୁଳ୍କ ଲଗାଇବାରେ କୌଣସି ପ୍ରକାର ଆଞ୍ଚଳିକ ବୈଷମ୍ୟ ରହିଲେ ତାହା ସାର୍ବଜନୀନ ସ୍ବାର୍ଥକୁ ପ୍ରଭାବିତ କରିବ। କେନ୍ଦ୍ର କହିଛି ଯେ ଏଭଳି ଟିକସ ଲଗାଇବାର ସନ୍ତୁଳନ ରହୁନଥିବାରୁ ଶିଳ୍ପଗୁଡ଼ିକ ସ୍ଥାନୀୟ ଯୋଗାଣକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଉଛନ୍ତି, ଯାହା ଫଳରେ ପରିବହନ ଖର୍ଚ୍ଚ ଓ ପ୍ରଦୂଷଣ ବଢ଼ୁଛି। ଦେଶ ଭିତରେ ପର୍ଯ୍ୟପ୍ତ ଖଣିଜ ସମ୍ପଦ ଥିଲେ ମଧ୍ୟ ପ୍ରତିବର୍ଷ ବାହାରୁ ବିପୁଳ ପରିମାଣର ଖଣିଜ ପଦାର୍ଥ ଆମଦାନି କରିବାକୁ ପଡ଼ୁଛି।

ପୁଞ୍ଜି ପ୍ରତ୍ୟାହାରରୁ ୪୫,୩୦୬ କୋଟି ସଂଗ୍ରହ

ଟିକସର କୌଣସି ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇନଥିବାରୁ ରାଜ୍ୟଗୁଡ଼ିକୁ ଖଣିଜ ଅଧିକାାର ଓ ଖଣି ଥିବା ଅଞ୍ଚଳ ଉପରେ ଅସମାନ ଟିକସ ଲଗାଉଛନ୍ତି। ଫଳରେ ଖଣି କ୍ଷେତ୍ର ଉପରେ ଟିକସ ବୋଝ ବଢ଼ୁଛି, ଟିକସ ନୀତିକୁ ଆକଳନ କରାଯାଇପାରୁନାହିଁ ଏବଂ ଖଣି କାର୍ଯ୍ୟ ଆରମ୍ଭ ହେବା ପରେ ଉତ୍ପାଦନ ଓ ପ୍ରେରଣ ଉପରେ ଏକାଧିକ ଟିକସ, ସେସ୍‌ ଓ ଅନ୍ୟାନ୍ୟ ଶୁଳ୍କ ରାଜ୍ୟଗୁଡ଼ିକ ଲଗାଉଛନ୍ତି। ଅତ୍ୟଧିକ ଟିକସ ଖଣି କାର୍ଯ୍ୟକୁ ବାଣିଜ୍ୟିକ ଦୃଷ୍ଟିରୁ ଅଣଲାଭଦାୟକ କରୁଛି ଏବଂ ଖଣିଜ ଉତ୍ତୋଳନକୁ ନିରୁତ୍ସାହିତ କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.