ARTICLE AD BOX
ମୁମ୍ବାଇ: ଦୀର୍ଘ ୧୦ ବର୍ଷ ଅଧ୍ୟକ୍ଷ ଦାୟିତ୍ବ ତୁଲାଇବା ପରେ ଗତକାଲି ଏନ୍ ଚନ୍ଦ୍ରଶେଖରନ ଟାଟା ସନ୍ସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରେ ଟାଟା ଷ୍ଟିଲ୍ର ପରିଚାଳନା ନିର୍ଦ୍ଦେଶକ ଟି ଭି ନରେନ୍ଦ୍ରନ ଆଗରେ ଥିବା କୁହାଯାଉଛି। ଏନ୍ଆଇଟି ତ୍ରିଚି ଓ ଆଇଆଇଏମ୍ କୋଲକାତାରେ ପାଠପଢ଼ିଥିବା ଶ୍ରୀ ନରେନ୍ଦ୍ରନ ୧୯୮୮ରେ ଟାଟା ଷ୍ଟିଲ୍ରେ ଯୋଗଦେଇଥିଲେ। ତାଙ୍କ ପାଖରେ ଗ୍ରୁପ୍ରେ କାମ କରିବାର ୪ ଦଶନ୍ଧିର ଅଭିଜ୍ଞତା ରହିଛି।
ଇତି ମଧ୍ୟରେ ଟାଟା ଗ୍ରୁପ୍କୁ ପରିଚାଳନା କରୁଥିବା ସଂସ୍ଥା ଟାଟା ସନ୍ସରେ ସିଂହଭାଗ ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟ୍ସ ପକ୍ଷରୁ ନୂଆ ଅଧ୍ୟକ୍ଷ ସନ୍ଧାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣେ ବ୍ୟକ୍ତିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯିବ। ଏଥି ସହିତ ଚନ୍ଦ୍ରଶେଖରନଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ ଏକ ଚୟନ କମିଟି ମଧ୍ୟ ଗଠନ କରାଯିବ।
Tata: ଟାଟା ସନ୍ସକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବା ଲାଗି ଉଦ୍ୟମ ଆରମ୍ଭ
କମିଟି ଜଣେ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ ନ କରିବା ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ କମ୍ପାନିର ଦାୟିତ୍ବ ସମ୍ଭାଳିବେ। ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ସନ୍ସକୁ ଏବେ ତାଙ୍କ ସାବତ ଭାଇ ନୋଏଲ ଟାଟା ସମ୍ଭାଳୁଛନ୍ତି। ତାଙ୍କ ଅଧୀନରେ କମ୍ପାନି ଭିନ୍ନ ରଣନୀତି ନେଇ ପରିଚାଳିତ ହେଉଛି। ଗ୍ରୁପ୍ର କେତେକ କମ୍ପାନିର ଆର୍ଥିକ ପ୍ରଦର୍ଶନକୁ ନେଇ ଚନ୍ଦ୍ରଶେଖରନଙ୍କ ଉପରେ ନୋଏଲ ଖୁସି ନଥିଲେ। ସେଥିପାଇଁ ତାଙ୍କୁ ଆଉ ସୁଯୋଗ ଦେବାକୁ ନୋଏଲ ଚାହୁନଥିଲେ ବୋଲି ଚର୍ଚ୍ଚା ହେଉଛି।

1 month ago
16


