Tata Group: ଟାଟାର ନୂଆ ଅଧ୍ୟକ୍ଷ ସନ୍ଧାନ ପ୍ରକ୍ରିୟା ଆରମ୍ଭ

10 hours ago 1
ARTICLE AD BOX

ମୁମ୍ବାଇ: ଏକ ଅତ୍ୟନ୍ତ ବିବାଦୀୟ ପରିସ୍ଥିତି ଦେଇ ଟାଟା ଗ୍ରୁପ୍‌ ଗତି କରୁଥିବା ବେଳେ ୧୦ ବର୍ଷ ପୂର୍ବେ ଗ୍ରୁପ୍‌ର ଦାୟିତ୍ବ ସମ୍ଭାଳିଥିବା ଏନ୍‌ ଚନ୍ଦ୍ରଶେଖରନ ଇସ୍ତଫା ଦେବା ପରେ ତାଙ୍କ ପରେ କିଏ ମୁଖ୍ୟ ହେବେ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଯାଇଛି। ଟାଟା ଗ୍ରୁପ୍‌କୁ ପରିଚାଳନା କରୁଥିବା ସଂସ୍ଥା ଟାଟା ସନ୍ସରେ ସିଂହଭାଗ ଅଂଶଧନ ରଖିଥିବା ଟାଟା ଟ୍ରଷ୍ଟ୍‌ସ ପକ୍ଷରୁ ନୂଆ ଅଧ୍ୟକ୍ଷ ସନ୍ଧାନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଚନ୍ଦ୍ରଶେଖରନଙ୍କ ଉପରେ ଖୁସି ନଥିଲେ ନୋଏଲ

ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣେ ବ୍ୟକ୍ତିଙ୍କୁ ଅନ୍ତରୀଣ ଅଧ୍ୟକ୍ଷ କରାଯିବ। ଏଥି ସହିତ ଚନ୍ଦ୍ରଶେଖରନଙ୍କ ଉତ୍ତରାଧିକାରୀ ଖୋଜିବା ପାଇଁ ଏକ ଚୟନ କମିଟି ମଧ୍ୟ ଗଠନ କରାଯିବ। କମିଟି ଜଣେ ବ୍ୟକ୍ତିଙ୍କୁ ଅଧ୍ୟକ୍ଷ ଭାବେ ଚୂଡ଼ାନ୍ତ ନ କରିବା ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ କମ୍ପାନିର ଦାୟିତ୍ବ ସମ୍ଭାଳିବେ।ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ସନ୍ସକୁ ଏବେ ତାଙ୍କ ସାବତ ଭାଇ ନୋଏଲ ଟାଟା ସମ୍ଭାଳୁଛନ୍ତି। ତାଙ୍କ ଅଧୀନରେ କମ୍ପାନି ଭିନ୍ନ ରଣନୀତି ନେଇ ପରିଚାଳିତ ହେଉଛି। ଗ୍ରୁପ୍‌ର କେତେକ କମ୍ପାନିର ଆର୍ଥିକ ପ୍ରଦର୍ଶନକୁ ନେଇ ଚନ୍ଦ୍ରଶେଖରନଙ୍କ ଉପରେ ନୋଏଲ ଖୁସି ନଥିଲେ। ସେଥିପାଇଁ ତାଙ୍କ ତୃତୀୟ ପାଳିର କାର୍ଯ୍ୟକାଳ ବଢ଼ାଇବା ସମୟ ଗତ ଫେବ୍ରୁଆରି ଥିଲେ ମଧ୍ୟ ସେ ଏତେ ମାସ ଗଡ଼ିଯିବା ପରେ ମଧ୍ୟ କିଛି ସ୍ପଷ୍ଟ କରୁନଥିଲେ। ତେଣୁ କୌଣସି ଅପ୍ରୀତିକର ପରିସ୍ଥିତିରେ ବିଦା ହେବା ପୂର୍ବରୁ ଚନ୍ଦ୍ରଶେଖନର ନିଜ କାର୍ଯ୍ୟକାଳ ୨୦୨୭ ଫେବ୍ରୁଆରିରେ ଶେଷ ହେବା ପୂର୍ବରୁ ଆଗୁଆ ଇସ୍ତଫା ଘୋଷଣା କରିଛନ୍ତି। ଏଥି ସହିତ ନୂଆ ଅଧ୍ୟକ୍ଷଙ୍କ ବିଷୟରେ ବିଚାର କରିବା ବେଳେ ନିଜ ନାମ ବିଚାରକୁ ନ ନେବାକୁ ମଧ୍ୟ ସେ ବୋର୍ଡକୁ ଅନୁରୋଧ କରିଛନ୍ତି।

RG Kar case: ଆର୍‌ଜି କର ଦୁଷ୍କର୍ମ ପୀଡ଼ିତାଙ୍କ ଶବଦାହ ମାମଲା: ଟିଏମ୍‌ସିର ପୂର୍ବତନ ବିଧାୟକ ଗିରଫ

Read Entire Article
LEFT SIDEBAR AD

Hidden in mobile, Best for skyscrapers.