ARTICLE AD BOX
ଚେନ୍ନାଇ: ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲାରେ ନାଗେରକୋଏଲ ରେଳ ୟାର୍ଡରେ ରଖାଯାଇଥିବା ଏକ ଅବ୍ୟବହୃତ ରେଳ ଡବାରେ ଜଣେ ୫୪ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ନଭେମ୍ବର ୧୩ ତାରିଖରେ ଏହି ଅପରାଧ ଘଟିଛି। ବଗିିଟିକୁ ଅନ୍ୟ ଏକ ଟ୍ରେନ୍ରେ ବ୍ୟବହାର କରିବାପାଇଁ ସଫା କରିବା ସମୟରେ ଏଥିରୁ ମହିଳାଙ୍କ ମୃତଦେହ ମିଳିଥିଲା। ମହିଳାଙ୍କ ପରିଚୟ ହଠାତ୍ ଜଣାପଡ଼ିନଥିଲା। ରେଳବାଇ ପୁଲିସ ମହିଳାଙ୍କ ସୁନା ମୁଦିରେ ଥିବା ହଲମାର୍କ ବିବରଣୀରୁ ଏହା ଗୁଜରାଟର ବୋଲି ଜାଣିଥିଲା।
୬ ଘଣ୍ଟାର ତଦନ୍ତ ପରେ ଗିରଫ
ସେଠାକାର ବିକ୍ରେତାଙ୍କ ସୂଚନା ମୁତାବକ ମୁଦିଟିକୁ ଛତିଶଗଡ଼ର ରାୟପୁରକୁ ଜଣେ ରିଟେଲରଙ୍କ ପାଖକୁ ପଠାଯାଇଥିଲା। ଏହାପରେ ପୁଲିସ ମହିଳାଙ୍କ ପ୍ୟାନ୍ କାର୍ଡ ଏବଂ ସୁନା କିଣିବା ସମୟରେ ସେ ଦେଇଥିବା ମଧ୍ୟପ୍ରଦେଶ ଠିକଣା ପୁଲିସକୁ ମିଳିଥିଲା। ପରିଶେଷରେ ପୁଲିସ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲା। ଉକ୍ତ ମହିଳା ଜଣଙ୍କ ଗତ ୩ ମାସରୁ ତାଙ୍କୁ ଘରୁ କୁଆଡ଼େ ଚାଲି ଯାଇଥିଲେ। ସେବେଠାରୁ ସେ ନିଖୋଜ ଥିଲେ। ପୁଲିସ ପୀଡ଼ିତା ମହିଳାଙ୍କୁ ଚିହ୍ନଟ କରିବା ସହ ଏହି ମାମଲାରେ ଅଭିଯୁକ୍ତକୁ ମଧ୍ୟ ୬ ଘଣ୍ଟାର ତଦନ୍ତ ପରେ ଗିରଫ କରିଛି।
ଗୁଳିମାଡ଼ର ଶିକାର ଅଧିକାରୀ ସିପି ନୌଟିୟାଲ
ରେଳ ଷ୍ଟେସନ୍ର ସିସିଟିଭି ଫୁଟେଜ୍ ଯାଞ୍ଚ ଆଧାରରେ ତଦନ୍ତକାରୀ ଦଳ ୩ ସନ୍ଦିଗ୍ଧଙ୍କ ନିକଟରେ ପହଞ୍ଚିଥିଲେ। ଫୁଟେଜ୍ରୁ ଜଣେ ଧଳା ପୋଷାକ ପିନ୍ଧିଥିବା ବ୍ୟକ୍ତି ବଗିରୁ ବାହାରିଥିବା ଦେଖିବାକୁ ମିଳିଥିଲା। ତାକୁ ଜେରା କରିବା ପରେ ସେ ଏହି ଅପରାଧ ଘଟାଇଥିବା ସ୍ବୀକାର କରିଥିଲା। ପୂର୍ବରୁ ମଧ୍ୟ ସେ ମହିଳାଙ୍କ ସହ ଅସଦାଚରଣ କରିଥିଲା। ତଦନ୍ତକାରୀ ଦଳ କହିଛନ୍ତି, ସେ ମହିଳାଙ୍କୁ ଟ୍ରେନ୍ ବଗିକୁ ନେଇ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିବାପରେ ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଏହି ହତ୍ୟାକାଣ୍ଡରେ କୌଣସି ଅସ୍ତ୍ର ବ୍ୟବହାର କରିନି। ସେ ମହିଳାଙ୍କୁ ନିଜ ହାତରେ ମାରି ଏବଂ ଛାତିକୁ ବାରମ୍ବାର ଗୋଇଠା ମାରି ହତ୍ୟା କରିଛି।

7 hours ago
3


