Taj-Mahal: ତାଜମହଲର ୨୨ ବନ୍ଦ କୋଠରୀ: ରହସ୍ୟ ନା ଗୁଜବ? ଜାଣନ୍ତୁ ସତ କ’ଣ

1 day ago 4
ARTICLE AD BOX

ନୂଆଦିଲ୍ଲୀ;  ଧଳା ମାର୍ବଲରେ ଝଲସୁଛି ତାଜମହଲ… ଦୁନିଆ ଜାଣେ ଏହାକୁ ପ୍ରେମର ସ୍ମାରକ ଭାବେ। କିନ୍ତୁ ଏହି ଭବ୍ୟ ସୌଧର ତଳେ ଲୁଚିଛି କ’ଣ? କାହିଁକି ବନ୍ଦ ରହିଛି ୨୨ଟି କୋଠରୀ? ଏହା ଭିତରେ ରହିଛି କି କୌଣସି ଗୁପ୍ତ ରହସ୍ୟ? ନା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀ କେବଳ ଏକ ଗୁଜବ? ପ୍ରାୟ ୪୦୦ ବର୍ଷ ଧରି ଲୋକଙ୍କ କୌତୁହଳ ବଢ଼ାଇ ଆସୁଥିବା ଏହି ୨୨ଟି ବନ୍ଦ କୋଠରୀର ସତ କ’ଣ? ଆସନ୍ତୁ, ଜାଣିବା ତାଜମହଲର ଏହି ଚର୍ଚ୍ଚିତ ରହସ୍ୟର ପୂରା କାହାଣୀ।

କେଉଁଠି ଅଛି ୨୨ କୋଠରୀ?  
ଯମୁନା ନଦୀ କୂଳରେ ଠିଆ ହୋଇଥିବା ତାଜମହଲକୁ ଦେଖିବା ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ହେଲେ ଏହି ଭବ୍ୟ ସୌଧର ଏକ ଅଂଶ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଏହି ଅଂଶକୁ ନେଇ ହିଁ ଚର୍ଚ୍ଚା ହୁଏ ୨୨ଟି ବନ୍ଦ କୋଠରୀକୁ ନେଇ। ପ୍ରକୃତରେ ଏଗୁଡ଼ିକୁ ସାଧାରଣ ଅର୍ଥରେ ‘କୋଠରୀ’ କହିବା ଅପେକ୍ଷା ଏକ ମେହେରାବଦାର ଗଳିପଥ ବା ଆର୍ଚ୍ଡ କରିଡର ବୋଲି କହିବା ଅଧିକ ଯୁକ୍ତିଯୁକ୍ତ। ଏହି ସଂରଚନା ତାଜମହଲର ମୁଖ୍ୟ ପ୍ଲାଟଫର୍ମର ତଳଭାଗରେ, ଯମୁନା ନଦୀ ଆଡ଼କୁ ଥିବା ବେସମେଣ୍ଟ ଅଂଶରେ ରହିଛି।  

USA: ‘ମାଗଣାରେ ଭାରତକୁ ଉଡ଼ାଣ’: ବିଜ୍ଞାପନରେ ତାଜମହଲର ଚିତ୍ର ସହିତ ବେଆଇନ ପ୍ରବାସୀଙ୍କ ଆତ୍ମ-ନିର୍ବାସନ ପାଇଁ ଆମେରିକା ଘୋଷଣା କଲା ୨,୬୦୦ ଡଲାରର ଏକ୍‌ଜିଟ୍ ବୋନସ୍

ତାଜମହଲର ଏହି ଅଂଶ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିବାରୁ ଏହାକୁ ନେଇ ବିଭିନ୍ନ କଳ୍ପନା ଓ ଦାବି ଜନ୍ମ ନେଇଛି। ସୋସିଆଲ ମିଡିଆରେ ଏହି କୋଠରୀ ଭିତରେ ପୁରୁଣା ମନ୍ଦିର କିମ୍ବା ମୂର୍ତ୍ତି ଥିବା ଭଳି ବିଭିନ୍ନ ଦାବି ମଧ୍ୟ କରାଯାଇଛି। ୨୦୨୨ରେ ଏହି କୋଠରୀଗୁଡ଼ିକୁ ଖୋଲି ଯାଞ୍ଚ କରିବା ପାଇଁ ଆଲାହାବାଦ ହାଇକୋର୍ଟରେ ଏକ ଆବେଦନ ମଧ୍ୟ ହୋଇଥିଲା। ତେବେ କୋର୍ଟ ଏହାକୁ ଖାରଜ କରିଥିଲେ। ଇତିହାସ ସମ୍ପର୍କିତ ଏଭଳି ପ୍ରଶ୍ନର ସମାଧାନ ବିଶେଷଜ୍ଞ ଓ ଐତିହାସିକମାନଙ୍କ ଗବେଷଣା ମାଧ୍ୟମରେ ହେବା ଉଚିତ ବୋଲି କୋର୍ଟଙ୍କ ମତ ଥିଲା।
 
ଫଟୋରେ ସାମ୍ନାକୁ ଆସିଥିଲା ଭିତର ଦୃଶ୍ୟ  
ଏହି ଚର୍ଚ୍ଚା ମଧ୍ୟରେ ASI ପକ୍ଷରୁ ଏହି ବନ୍ଦ ଅଂଶର କିଛି ଫଟୋ ସାର୍ବଜନୀନ କରାଯାଇଥିଲା। ଫଟୋରେ ଏଠାରେ କୌଣସି ଚମକପ୍ରଦ ଗୁପ୍ତଧନ କିମ୍ବା ମୂର୍ତ୍ତି ଦେଖାଯାଇନଥିଲା। ବରଂ ଏହି ଅଂଶରେ ଐତିହାସିକ ସଂରଚନାର ସଂରକ୍ଷଣ ଓ ମରାମତି କାର୍ଯ୍ୟ ହେଉଥିବା ଦେଖାଯାଇଥିଲା।
 
 ରହସ୍ୟ ଶୁଣିବାକୁ ରୋମାଞ୍ଚକର ହୋଇପାରେ, କିନ୍ତୁ ଇତିହାସକୁ ବୁଝିବା ପାଇଁ ପ୍ରମାଣ ହିଁ ସବୁଠାରୁ ବଡ଼ ଆଧାର। ତାଜମହଲର ୨୨ଟି ବନ୍ଦ ଅଂଶକୁ ନେଇ ଥିବା ଅନେକ ଦାବି ମଧ୍ୟରେ ଉପଲବ୍ଧ ପ୍ରତ୍ନତାତ୍ତ୍ୱିକ ତଥ୍ୟ ଏହାକୁ ଏକ ସ୍ଥାପତ୍ୟଗତ ସଂରଚନାର ଅଂଶ ବୋଲି ଦର୍ଶାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.