Attack: ୟୁକ୍ରେନ୍‌ ଆକ୍ରମଣରେ ୩୦ ହଜାର କୋଟିରେ ନିର୍ମିତ କ୍ରିମିଆ ସେତୁର ବଡ଼ ଅଂଶ ଧ୍ୱଂସ

17 minutes ago 1
ARTICLE AD BOX

କିବ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ସହ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକର ଦୁଇ ଦିନ ପୂର୍ବରୁ ୟୁକ୍ରେନ୍‌ ରୁଷ୍‌ର କ୍ରିମିଆ ସେତୁ ଉପରେ ବଡ଼ ଧରଣର ଆକ୍ରମଣ କରିଛି। ମଙ୍ଗଳବାର ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ଆକ୍ରମଣରେ ସେତୁର ମୁଖ୍ୟ ସଡ଼କ ଅଂଶର ଏକ ବଡ଼ ଭାଗ ଭାଙ୍ଗି ସମୁଦ୍ରରେ ପଡ଼ିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା କ୍ରିମିଆର ରୁଷ୍‌ ସମର୍ଥିତ ଗଭର୍ଣ୍ଣର ସର୍ଗେଇ ଆକ୍ସିଓନୋଭ୍‌ କହିଛନ୍ତି। ସେତୁ ଉପରେ ସଡ଼କ ଯାତାୟାତ ବନ୍ଦ ଥିବାବେଳେ ରେଳ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି।

ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ଏହି ଆକ୍ରମଣକୁ ଏକ ଅଭୂତପୂର୍ବ ଅଭିଯାନର ଅଂଶ ବୋଲି କହିଛନ୍ତି। ରୁଷ୍‌ ପ୍ରତିଦିନ ୟୁକ୍ରେନ୍‌ର ଭିତ୍ତିଭୂମି ଉପରେ ଆକ୍ରମଣ କରୁଥିବାରୁ ଏହାର ଜବାବ ଦିଆଯାଇଛି ବୋଲି ସେ କହିଛନ୍ତି। ୧୯ କିଲୋମିଟର ଲମ୍ବର ଏହି ସେତୁ ରୁଷ୍‌ର ମୂଳ ଭୂଖଣ୍ଡକୁ କ୍ରିମିଆ ଉପଦ୍ୱୀପ ସହ ଯୋଡ଼ିଛି। ୨୦୧୪ରେ ରୁଷ୍‌ କ୍ରିମିଆକୁ ନିଜ ଅଞ୍ଚଳରେ ମିଶାଇବା ପରେ ୨୦୧୮ରେ ପୁଟିନ ଏହି ସେତୁର ଉଦ୍‌ଘାଟନ କରିଥିଲେ। ଏହା ରୁଷ୍‌ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଭାବେ ପରିଚିତ। ପୂର୍ବରୁ ମଧ୍ୟ ଏହା ଉପରେ ଏକାଧିକ ଥର ଆକ୍ରମଣ ହୋଇଛି।

Attack on ship: ହର୍ମୁଜ ଦେଇ ଯାଉଥିବା ତୈଳ ଟ୍ୟାଙ୍କର୍ ଉପରେ ଜୋରଦାର ଆକ୍ରମଣ

ଅନ୍ୟପକ୍ଷରେ କ୍ରେମ୍‌ଲିନ୍‌ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍‌ ସେତୁର ମରାମତି କରାଯିବ ଏବଂ ଏହାକୁ ପୂର୍ବାପେକ୍ଷା ଆହୁରି ଭଲ କରାଯିବ ବୋଲି କହିଛନ୍ତି। କ୍ଷୟକ୍ଷତିର ଆକଳନ ଓ ମରାମତି ପାଇଁ ରୁଷ୍‌ ସରକାର ଏକ କମିସନ ଗଠନ କରିଛନ୍ତି। ନଭେମ୍ବର ୧୯ରେ ଚୀନ୍‌ର ସେନ୍‌ଜେନ୍‌ ସହରରେ ଟ୍ରମ୍ପ, ଜିନ୍‌ପିଙ୍ଗ୍‌ ଓ ପୁଟିନଙ୍କ ମଧ୍ୟରେ ବୈଠକ ହେବ। ଏଥିରେ ୟୁକ୍ରେନ୍‌ ଯୁଦ୍ଧ ପ୍ରମୁଖ ପ୍ରସଙ୍ଗ ହେବ ବୋଲି ଟ୍ରମ୍ପ କହିଛନ୍ତି। ଏହି ସମୟରେ ରୁଷ୍‌ ପକ୍ଷରୁ ୟୁକ୍ରେନ୍‌ର ରାଜଧାନୀ କିବ୍‌ର ଉତ୍ତର ଓ ଦକ୍ଷିଣ ସେତୁ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏଥିଯୋଗୁଁ ମେଟ୍ରୋ ସେବା ଓ ବିଦ୍ୟୁତ୍‌ ଯୋଗାଣ ପ୍ରଭାବିତ ହୋଇଛି। ରୁଷ୍‌ ପକ୍ଷରୁ ଗତ ରାତିରେ ୨୨ଟି ଅଞ୍ଚଳରେ ୧,୪୪୧ଟି ୟୁକ୍ରେନୀୟ ଡ୍ରୋନ୍‌ ଖସାଇ ଦିଆଯାଇଥିବା ଦାବି କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.