SUV: ନିସାନର ନୂଆ ଏସ୍‌ୟୁଭି ‘ଟେକ୍‌ଟନ୍‌’

1 hour ago 1
ARTICLE AD BOX

ଭୁବନେଶ୍ବର: ପାହାଳସ୍ଥିତ ଜାହ୍ନବୀ ନିସାନରେ ନିସାନ ମୋଟର ଇଣ୍ଡିଆର ନୂଆ ପ୍ରିମିୟମ ସି-ଏସ୍‌ୟୁଭି ଟେକ୍‌ଟନ୍‌କୁ ଉନ୍ମୋଚନ କରାଯାଇଛି। ଷ୍ଟେଟ୍‌ ବ୍ୟାଙ୍କର ଉପମହାପ୍ରବନ୍ଧକ ନିଶିତ, ଜାହ୍ନବୀ ନିସାନର ବିକ୍ରୟ ଓ ପରିଚାଳନା ମହାପ୍ରବନ୍ଧକ ସଞ୍ଜୟ ପଣ୍ଡା, ପଦ୍ମନାଭ ପଟ୍ଟନାୟକ, ଦିଲୀପ କୁମାର ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶକ ଅମିତ କୁମାର ଜୈସୱାଲଙ୍କ ଉପସ୍ଥିତରେ ଏହାକୁ ଉନ୍ମୋଚନ କରାଯାଇଥିଲା।

ଆହୁରି ପଢନ୍ତୁ :Dead: ୮ ଦିନ ତଳେ ବଦଳି ହୋଇ ଆସିଥିଲେ, ଜୀବନ ହାରିଲେ ଦିଗପହଣ୍ଡି ଜେଲ୍‌ ୱାଡେନ୍‌

 ଏହାର ପ୍ରାରମ୍ଭିକ ଦାମ୍‌ ୧୦.୪୯ ଲକ୍ଷ ଟଙ୍କା ରହିଛି।ନୂଆ ଟେକ୍‌ଟନ୍‌ରେ ୧୦୦% ଟର୍ବୋଚାର୍ଜଡ୍‌ ଇଞ୍‌ଜିନ ରହିଛି। ଏହାର ଟି୧୬୦ର ମାଇଲେଜ୍‌ ଲିଟର ପିଛା ୧୯.୪ କିମି ଓ ଟି୨୮୦ର ୧୮.୫ କିମି ରହିଛି। ଏଥିରେ ୬-ସ୍ପିଡ୍‌ ଡିସିଟି ଓ ମାନୁଆଲ ଗିୟରବକ୍ସ, ୧୦.୧ ଇଞ୍ଚର ଇନ୍‌ଫୋଟେନ୍‌ମେଣ୍ଟ୍‌ ସ୍କ୍ରିନ, ୧୦.୨୫ ଇଞ୍ଚର ଡିଜିଟାଲ କକ୍‌ପିଟ୍‌, ୬ଟି ଏୟାରବ୍ୟାଗ୍‌, ୪୦ରୁ ଅଧିକ ସୁରକ୍ଷା ବୈଶିଷ୍ଟ୍ୟ ସହ ଏଡିଏଏସ୍‌, ୩୬୦ ଡିଗ୍ରି ପାର୍କିଂ ଆସିଷ୍ଟ ଓ ୩ଡି ଆରାଉଣ୍ଡ ଭିଉ ମନିଟର ଆଦି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.