Suspended: ବୌଦ୍ଧ ପୁଲିସ ବିଭାଗରେ ହଲଚଲ୍: ଜଣେ କନେଷ୍ଟବଳ ଓ ଏସଆଇ ନିଲମ୍ବିତ

1 hour ago 1
ARTICLE AD BOX

କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ଦୁଇ ପୁଲିସ  କର୍ମଚାରୀ । ଜଣେ ହେଲେ ମନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା ।

 (sambad.in) Constable Yashmohan Majhi of Manmunda police station, Sub-Inspector Chandan Jena of Boudh police station have been suspended Photograph: (sambad.in)

ବୌଦ୍ଧ: ବୌଦ୍ଧ ପୁଲିସବିଭାଗରେ ବଡ଼ ହଲଚଲ୍ ହୋଇଥିବା ଦେଖାଦେଇଛି । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହୋଇଛନ୍ତି ଦୁଇ ପୁଲିସ  କର୍ମଚାରୀ । ଜଣେ ହେଲେ ମନମୁଣ୍ଡା ଥାନା କନେଷ୍ଟବଳ ଯଶମୋହନ ମାଝୀ ଓ ଆଉ ଜଣେ ହେଲେ ବୋୖଦ୍ଧ ଥାନା ସବ୍-ଇନ୍ସପେକ୍ଟର ଚନ୍ଦନ ଜେନା । ଯଶମୋହନ ପେଟ୍ରୋଲିଂ କାର୍ଯ୍ୟରେ ହେରଫେର କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଠିକି ସମୟରେ ଚାର୍ଜସିଟ ଦାଖଲ ନ କରିଥିବାରୁ ଚନ୍ଦନଙ୍କୁ ନିଲମ୍ବନକରାଯାଇଥିବା ବୌଦ୍ଧ ଏସପି କୁଲଦୀପ ମିନା ସୂଚନା ସୂଚନା ଦେଇଛନ୍ତି ।

୨ ଜଣଙ୍କୁ ବଦଳି କରାଯାଇଛି

ପ୍ରକାଶ ଥାଉକି ୪ ଜଣ ପୁଲିସ କର୍ମଚାରୀ ଗଞ୍ଜେଇ କାରବାରକୁ ନେଇ ଏକ ଅଡ଼ିଓ ଭାଇରାଲ ପରେ ସମ୍ପୃକ୍ତ ପୁଲିସ ବାବୁଙ୍କ ନିଦ ହଜାଇ ଦେଇଥିବା ବେଳେ ଗତକାଲି ଏଥି ମଧ୍ୟରୁ ୨ ଜଣଙ୍କୁ ବଦଳି କରାଯାଇଛି। ଯାହାକି ତଦନ୍ତର ପ୍ରାରମ୍ଭିକ ଆକ୍ସନ ବୋଲି କୁହାଯାଉଥିବା ବେଳେ ଆଗକୁ ଡିଜିପି କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା ।

Death: ରେଳ ଇଞ୍ଜିନ ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.