Arrested: ୬ ଆନ୍ତଜିଲ୍ଲା ଚୋର ଗିରଫ: ୨ ଲକ୍ଷ ୭୦ ହଜାର ନଗଦ ରାଶି, ୭୨ ଗ୍ରାମ ସୁନା ଜବତ

1 hour ago 1
ARTICLE AD BOX

କେସିଙ୍ଗା: କଳାହାଣ୍ଡିଜିଲ୍ଲା କେସିଙ୍ଗା ପୁଲିସପକ୍ଷରୁ ଆନ୍ତଜିଲ୍ଲା ଚୋର ରାକେଟର ପର୍ଦାଫାସ ହୋଇଛି ଏବଂ କେସିଙ୍ଗା ପୁଲିସକୁ ବଡ଼ ସଫଳତା ମିଳିଛି।୫ ଚୋର ଓ ଜଣେ ରିସଭର ଗିରଫ। ଜୁଲାଇ ୨୧ ତାରିଖରେ କେସିଙ୍ଗାର ବିଶିଷ୍ଟ ବ୍ୟବସାୟୀଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କାର ସାମଗ୍ରୀ ଓ ଟଙ୍କା ଘରେ କେହି ନ ଥିବାବେଳେ ଏମାନେ କଳାକନା ବୁଲାଇଥିଲେ। ଏହି ଘଟଣାର ତଦନ୍ତ କରି କେସିଙ୍ଗା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଚୋରି ହୋଇଥିବା ୨ ଲକ୍ଷ ୭୦ ହଜାର,ସୁନା ୭୨ ଗ୍ରାମ ଓ ୧୦୩୮ ଗ୍ରାମ ରୁପା ଜବତକରିଛି।

କେସିଙ୍ଗା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ଏହାର ତଦନ୍ତ କରୁଥିଲେ

ରାୟଗଡ଼ାରୁ କେସିଙ୍ଗାକୁ ଲମ୍ବିଛି ଚୋର ରାକେଟ। ରାୟଗଡ଼ା ଜିଲ୍ଲାରେ ୧୧ଟି ଘଟଣାରେ ଏମାନଙ୍କ ମଧ୍ୟରୁ ୨ ଜଣ ସଂଶ୍ଲିଷ୍ଟ। ଚୋରମାନେ ହେଲେ ମୁଖ୍ୟ ଆସାମୀ ନରେଶ ତାଣ୍ଡି,ରାୟଗଡ଼ା ଜେକେପୁରର ପ୍ରମି ଶ୍ରୀକାନ୍ତ, ରାହୁଲ ସାମଲ, ତେଜବ ନାଏକ, ହୁକା ଦୁତିୟା ଓ ରବି ଶଙ୍କର ମହନନ୍ଦିଆ।ଏମାନଙ୍କ ମଧ୍ୟରୁ ୨ ଜଣ ୧୧ ଚୋରି ରେ ସାମିଲ ଥିବା ଏସ୍ପି ନାଗରାଜ ଦେବର କୁଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କେସିଙ୍ଗା  ହସ୍ପିଟାଲରେ ଲିଫ୍ଟ ମେନ ଭାବରେ କାର୍ଯ୍ୟ କରୁଥିବା ନରେଶ ତାଣ୍ଡି ମୁଖ୍ୟ ଆସାମୀ। ଏମାନଙ୍କୁ ଆଣି ପୂର୍ବରୁ ବହୁବାର ଚୋରି ଉଦ୍ୟମ କରୁଥିବା ଏସ୍ପି କହିଛନ୍ତି। ଏସ ଡି ପିଓ ସନ୍ଦୀପ ମାଝୀଙ୍କ ନେତୃତ୍ୱରେ କେସିଙ୍ଗା ଆଇ ଆଇ ସି ଜିତେନ୍ଦ୍ର ବିଶ୍ୱାଳ ଏହାର ତଦନ୍ତ କରୁଥିଲେ।

Snakebite: ସର୍ପାଘାତରେ ଅଜା-ନାତି ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.