Surabhi Jyoti: ଗର୍ଭାବସ୍ଥାରେ ସକ୍ରିୟ ରହିବା ଜରୁରି: ସୁରଭି ଜ୍ୟୋତି

1 hour ago 1
ARTICLE AD BOX

ନିକଟରେ ଇନ୍‌ଷ୍ଟାଗ୍ରାମ୍‌ରେ ଆୟୋଜିତ ଏକ ‘ଆସ୍କ ମି ଏନିଥିଂ’ ସେସନ୍‌ରେ ଟେଲିଭିଜନ୍‌ ଅଭିନେତ୍ରୀ ସୁରଭି ପ୍ରଶଂସକମାନଙ୍କ ସହ ଆଲୋଚନା କରିବା ସହ ନିଜ ଗର୍ଭଧାରଣ ଯାତ୍ରା ବିଷୟରେ ଅନେକ କଥା ଶେୟାର କରିଥିଲେ। ସେସନ୍‌ ସମୟରେ ଜଣେ ସାତ ମାସର ଗର୍ଭବତୀ ପ୍ରଶଂସକ ସାଧାରଣ ପ୍ରସବ ପାଇଁ ଟିପ୍ସ ମାଗିଥିଲେ। ଏହାର ଉତ୍ତରରେ ସୁରଭି ନିଜର ଅଭିଜ୍ଞତା ବାଣ୍ଟି କହିଥିଲେ ଯେ, ତାଙ୍କ ପାଇଁ ଗର୍ଭାବସ୍ଥାରେ ସକ୍ରିୟ ରହିବା ବେଶ୍‌ ସହାୟକ ହୋଇଥିଲା।

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

ସୁରଭି କହିଥିଲେ, “ମୁଁ ଭାବୁଛି, ଆପଣଙ୍କୁ ଅଧିକ ଚାଲିବା ଉଚିତ। ଏହା ଏମିତି ଏକ ଅଭ୍ୟାସ, ଯାହା ମୁଁ ନିୟମିତ ଭାବେ କରୁଥିଲି। ଏହା ସହିତ ମୁଁ ଷ୍ଟ୍ରେଚିଂ ଏବଂ ହାଲୁକା ବ୍ୟାୟାମ ମଧ୍ୟ କରୁଥିଲି। ତେବେ ମୁଁ ନିୟମିତ ଜିମ୍‌ ଯିବା କିମ୍ବା ଓଜନ ଉଠାଇବା ଭଳି କଠିନ ବ୍ୟାୟାମ କରିନଥିଲି। ବ୍ୟାୟାମ, ଷ୍ଟ୍ରେଚିଂ ଏବଂ ଚାଲିବା ଏସବୁ ମୋତେ ବହୁତ ସାହାଯ୍ୟ କରିଛି। ଏବଂ ହଁ, ମୁଁ ଭାବୁଛି ଆପଣଙ୍କୁ ଶାନ୍ତ ଓ ସ୍ଥିର ରହିବା ମଧ୍ୟ ଉଚିତ।” ଏହାପରେ ଆଉ ଜଣେ ପ୍ରଶଂସକ ସୁରଭିଙ୍କୁ ପଚାରିଥିଲେ, “ଆଜିର ସମୟରେ ଜଣେ କିପରି ସାଧାରଣ ପ୍ରସବ କରିପାରିବ?” ଏହାର ଉତ୍ତରରେ ଅଭିନେତ୍ରୀ କହିଥିଲେ, “କାହିଁକି ନୁହେଁ? ଆଜିର ଦୁନିଆରେ ଏଥିରେ ସମସ୍ୟା କ’ଣ? ମୋ ପରିଚିତ ମଣ୍ଡଳୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ଆଜିର ସମୟରେ ମଧ୍ୟ ସାଧାରଣ ପ୍ରସବ ହୋଇଛି।”

ଏହି ଏଏମ୍‌ଏ ସେସନ୍‌ ମାଧ୍ୟମରେ ସୁରଭି ଗର୍ଭାବସ୍ଥାରେ ସକ୍ରିୟ ରହିବା ଏବଂ ନିଜ ଶରୀରକୁ ସୁସ୍ଥ ରଖିବାର ଗୁରୁତ୍ୱ ବିଷୟରେ ନିଜ ଅନୁଭୂତି ଶେୟାର କରିଥିଲେ। ତେବେ ପ୍ରତ୍ୟେକ ଗର୍ଭାବସ୍ଥା ଭିନ୍ନ ହୋଇଥିବାରୁ ବ୍ୟାୟାମ କିମ୍ବା ଅନ୍ୟାନ୍ୟ ଶାରୀରିକ କାର୍ଯ୍ୟକଳାପ ନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରି। ସୁରଭି ଜ୍ୟୋତି ଜୁନ୍‌ ୧୩ ତାରିଖରେ ସ୍ୱାମୀ ସୁମିତ ସୁରିଙ୍କ ସହ ତାଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଥିଲେ। ଏହି ଖୁସି ଖବର ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ।

Flood in Bhadrak: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି; ୧,୦୭,୭୭୩ ଜଣ ସ୍ଥାନାନ୍ତରିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.