Supreme Court: ସୁପ୍ରିମକୋର୍ଟରେ ଚାକିରି ସୁଯୋଗ, ମାସିକ ଦରମା ୧.୪୨ ଲକ୍ଷ ଟଙ୍କା

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ନିଯୁକ୍ତି ସୁଯୋଗ ଆସିଛି। କୋର୍ଟ ଆସିଷ୍ଟାଣ୍ଟ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୫ଟି ପଦ ପୂରଣ କରାଯିବ। ଚୟନିତ ପ୍ରାର୍ଥୀଙ୍କୁ ସପ୍ତମ ବେତନ ଆୟୋଗ ଅନୁଯାୟୀ ଦରମା ସହ ଅନ୍ୟାନ୍ୟ ନିୟମାନୁଯାୟୀ ଭତ୍ତା ମିଳିବ। 

ଏହି ପଦବି ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ସୁପ୍ରିମକୋର୍ଟର ଅଫିସିଆଲ୍ ୱେବସାଇଟ୍ sci.gov.in ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ। ଉପଲବ୍ଧ ସୂଚନା ଅନୁଯାୟୀ, ଆବେଦନ ପ୍ରକ୍ରିୟା ୩ ନଭେମ୍ବର ୨୦୨୬ରୁ ଆରମ୍ଭ ହେବ ଏବଂ ୨୪ ନଭେମ୍ବର ୨୦୨୬ ଏହାର ଶେଷ ତାରିଖ ରହିଛି। ତେଣୁ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଯୁକ୍ତି ସମ୍ପର୍କିତ ସମସ୍ତ ନିୟମ ଓ ସର୍ତ୍ତାବଳି ଭଲ ଭାବେ ଯାଞ୍ଚ କରିବା ଆବଶ୍ୟକ। 

ନିଯୁକ୍ତି ପାଇଁ ୧୫ଟି ପଦ

ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ପ୍ରାର୍ଥୀଙ୍କର କମ୍ପ୍ୟୁଟର ସାଇନ୍ସ କିମ୍ବା ଇନଫର୍ମେସନ୍ ଟେକ୍ନୋଲୋଜିରେ ଇଞ୍ଜିନିୟରିଂ ସ୍ନାତକ ଡିଗ୍ରି ଥିବା ଆବଶ୍ୟକ। ଏହା ବ୍ୟତୀତ ସମ୍ପୃକ୍ତ ବିଷୟରେ ଡିଗ୍ରି ସହ ସଫ୍ଟୱେର୍ ଡେଭଲପମେଣ୍ଟ କ୍ଷେତ୍ରରେ ତିନି ବର୍ଷର ଅଭିଜ୍ଞତା ଥିବା ପ୍ରାର୍ଥୀ ମଧ୍ୟ ଆବେଦନ କରିପାରିବେ। କମ୍ପ୍ୟୁଟର ଆପ୍ଲିକେସନ୍ କିମ୍ବା ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ପାଇଁ ମଧ୍ୟ ସୁଯୋଗ ରହିଛି। ଆଇନରେ ଡିଗ୍ରୀ ଥିଲେ ତାହାକୁ ଅତିରିକ୍ତ ଯୋଗ୍ୟତା ଭାବେ ବିଚାର କରାଯିବ। ବୟସ ସୀମା ଅନୁଯାୟୀ, ୧ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାର୍ଥୀ ୧୮ ବର୍ଷରୁ କମ୍ ଏବଂ ୩୫ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ବୟସ ସୀମାରେ ଛାଡ଼ ମିଳିବ। ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ୍ ବିଜ୍ଞପ୍ତିରେ ଉଲ୍ଲେଖ ଥିବା ଯୋଗ୍ୟତା ଓ ବୟସ ସମ୍ପର୍କିତ ସର୍ତ୍ତ ଯାଞ୍ଚ କରିବା ଜରୁରୀ। 

ପ୍ରାର୍ଥୀଙ୍କ ଯୋଗ୍ୟତା ମୂଲ୍ୟାୟନ

ଏହି ପଦ ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷାର ତିନୋଟି ପର୍ଯ୍ୟାୟ ଏବଂ ସାକ୍ଷାତକାର ରହିଛି। ପ୍ରଥମ ପର୍ଯ୍ୟାୟରେ ସାଧାରଣ ଇଂରାଜୀ, ସାଧାରଣ ଦକ୍ଷତା, ଯୁକ୍ତିଯୁକ୍ତ ଚିନ୍ତନ ଓ ପରିମାଣାତ୍ମକ ଦକ୍ଷତା ସମ୍ପର୍କିତ ପ୍ରଶ୍ନ ପଚରାଯିବ। ଏହା ପରେ ବୈଷୟିକ ଦକ୍ଷତା ପରୀକ୍ଷା, ପ୍ରାକ୍ଟିକାଲ୍ ଦକ୍ଷତା ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କ ଯୋଗ୍ୟତା ମୂଲ୍ୟାୟନ କରାଯିବ। 

Cat Eye: ବିଲେଇ ଆଖିରୁ ରୋବୋଟିକ୍ କ୍ୟାମେରାକୁ ନୂଆ ଦିଗ, ଏଆଇ ଓ ଡ୍ରୋନ୍ ପ୍ରଯୁକ୍ତିରେ ମିଳିବ ସହାୟତା

ଦରମା ଦୃଷ୍ଟିରୁ ଏହି ପଦବି ଆକର୍ଷଣୀୟ। କୋର୍ଟ ଆସିଷ୍ଟାଣ୍ଟ ପଦ ପାଇଁ ବେତନ ସ୍ତର-୭ ଅନୁଯାୟୀ ମାସିକ ମୂଳ ଦରମା ୪୪,୯୦୦ ଟଙ୍କାରୁ ୧,୪୨,୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଆବେଦନ ଶୁଳ୍କ ସାଧାରଣ ବର୍ଗ ପାଇଁ ୧,୫୦୦ ଟଙ୍କା ଏବଂ ଏସ୍‌ସି, ଏସ୍‌ଟି, ଓବିସି, ପୂର୍ବତନ ସୈନିକ ଓ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ୭୫୦ ଟଙ୍କା ରହିଛି। ଅଧିକ ସୂଚନା ପାଇଁ ପ୍ରାର୍ଥୀମାନେ ସୁପ୍ରିମକୋର୍ଟର ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶିତ ବିଜ୍ଞପ୍ତି ଦେଖିପାରିବେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.