Diabetes: ଡାଇବେଟିସ୍ ରୋଗୀମାନେ ମଦ ପିଇଲେ କ୍ୟାନ୍ସର ହୁଏ କି?

1 hour ago 1
ARTICLE AD BOX

ଭୁବନେଶ୍ୱର: ଡାଇବେଟିସ୍ ବା ମଧୁମେୟ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା, ଯହା ଶରୀରର ଯକୃତ (ଲିଭର), କିଡନୀ ଏବଂ ହୃଦୟର କାର୍ଯ୍ୟକ୍ଷମତାକୁ ଗଭୀର ଭାବରେ ପ୍ରଭାବିତ କରିଥାଏ। ତେବେ ଡାଇବେଟିସ୍ ରୋଗୀମାନେ ମଦ୍ୟପାନ କରିବା ଉଚିତ କି ନାହିଁ ଏବଂ ଏହା ଦ୍ୱାରା କ୍ୟାନସରର ଆଶଙ୍କା କିପରି ବଢ଼ିଥାଏ, ସେନେଇ ବିଶେଷଜ୍ଞ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ମଦ୍ୟପାନ ସବୁବେଳେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଏବଂ ଏହାର ସିଧାସଳଖ ପ୍ରଭାବ ଲିଭର ଉପରେ ପଡ଼ିଥାଏ। ଦୀର୍ଘଦିନ ଧରି ମଦ ପିଇବା ଦ୍ୱାରା ଫ୍ୟାଟି ଲିଭର୍, ଲିଭର୍ ସିରୋସିସ୍ ଏବଂ ଶେଷରେ ଲିଭର୍ କ୍ୟାନସର ଭଳି ମାରାତ୍ମକ ରୋଗର ଆଶଙ୍କା ବହୁଗୁଣିତ ହୋଇଯାଏ।

ଆହୁରି ପଢନ୍ତୁ: Accident: ଜାତୀୟ ରାଜପଥରେ ଛାତିଥରା ଦୁର୍ଘଟଣା; ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ଡାଇବେଟିସ୍ ରୋଗୀଙ୍କ ପାଇଁ ମଦ କାହିଁକି ଅଧିକ ବିପଦଜନକ?
ଯଦି କାହାର ଡାଇବେଟିସ୍ ଭଳି ରୋଗ ଅଛି, ତେବେ ମଦ୍ୟପାନ ଅଗ୍ନ୍ୟାଶୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ଏହାଫଳରେ ଶରୀରରେ ଇନ୍ସୁଲିନ୍ ପ୍ରସ୍ତୁତ କରିବାର କ୍ଷମତା କମିଯାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ନିୟମିତ ମଦ ପିଇବା 'ଘା'ରେ ଲୁଣ ଛିଞ୍ଚିବା' ସହ ସମାନ। ଏହାଦ୍ୱାରା ଫ୍ୟାଟି ଲିଭର୍ ଏବଂ ଲିଭର୍ ଫାଇବ୍ରୋସିସ୍ ସମସ୍ୟା ବୃଦ୍ଧି ପାଇବା ସହ ସମୟକ୍ରମେ ହେପାଟାଇଟିସ୍ ମଧ୍ୟ ହୋଇପାରେ।

କ୍ୟାନସରର ବିପଦ କିପରି ବଢ଼ିଥାଏ?
ମଦରେ ଥିବା ଏସେଟାଲ୍ଡିହାଇଡ୍ (Acetaldehyde) ନାମକ ଉପାଦାନ ଯକୃତ, ପାଟିର ଭିତରଭାଗ, ଖାଦ୍ୟନଳୀ, ପେଟ, ଅଗ୍ନ୍ୟାଶୟ, ପ୍ରୋଷ୍ଟେଟ୍ ଏବଂ ମହିଳାଙ୍କ କ୍ଷେତ୍ରରେ ସ୍ତନ କ୍ୟାନସରର ବିପଦକୁ ବହୁମାତ୍ରାରେ ବଢ଼ାଇଥାଏ। ଅଧ୍ୟୟନରୁ ଜଣାପଡିଛି ଯେ ବୟସ ବୃଦ୍ଧି ସହିତ ମଦ୍ୟପାନ କ୍ୟାନସରର ଆଶଙ୍କାକୁ କ୍ରମାଗତ ଭାବେ ବଢ଼ାଇଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.