Supreme Court: ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

1 hour ago 1
ARTICLE AD BOX
 ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଟିଏମସି ସାଂସଦ ଏବଂ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆଖି ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ମିଳିଛି। ସୋମବାର ସୁପ୍ରିମକୋର୍ଟ ତାଙ୍କୁ ତିନି ସପ୍ତାହ ପାଇଁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୫ ତାରିଖରେ କୋଲକାତା ହାଇକୋର୍ଟ ତାଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଏସଏସକେଏମ ହସ୍ପିଟାଲର ଏକ ମେଡିକାଲ ବୋର୍ଡ ଦ୍ୱାରା ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଆଖିର ରୋଗର ଚିକିତ୍ସା କୋଲକାତାରେ ହୋଇପାରିବ କି ବିଦେଶ ଯାତ୍ରା କରିବା ଆବଶ୍ୟକ ତାହା ଜଣାପଡ଼ିବ।ଅଭିଷେକ ବାନାର୍ଜୀ ହାଇକୋର୍ଟଙ୍କର ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତାଙ୍କୁ ଅନୁମତି ଦେଇଛନ୍ତି। ରିପୋର୍ଟ ଅନୁସାରେ, ତାଙ୍କର ବିଦେଶ ଯାତ୍ରା ସେପ୍ଟେମ୍ବରରେ ହେବାର କାର୍ଯ୍ୟକ୍ରମ ରହିଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.