Supreme Court Bar Association: ଛାତ୍ରଙ୍କ ଉପରେ ଅତ୍ୟଧିକ ବଳ ପ୍ରୟୋଗ କରାଯାଇଛି: ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌

1 hour ago 2
ARTICLE AD BOX

ନୂଆଦିଲ୍ଲୀ: କକ୍ରୋଚ ଜନତା ପାର୍ଟି (ସିଜେପି)ର ‘ସଂସଦ ଚଲୋ’ ଆନ୍ଦୋଳନ ସମୟରେ ଛାତ୍ରମାନଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଉପରେ ସୁପ୍ରିମକୋର୍ଟ ବାର ଆସୋସିଏସନ ଅସନ୍ତୋଷ ପ୍ରକାଶ କରିଛି। ନିର୍ଦ୍ଦୋଷ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ନିର୍ମମ ଲାଠିଚାର୍ଜକୁ ସୁପ୍ରିମକୋର୍ଟ ବାର ଆସୋସିଏସନ ଦୃଢ଼ ନିନ୍ଦା କରିଛି। ଆନ୍ଦୋଳନ ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ଯୋଗୁ ଅନେକ ଗୁରୁତର ଭାବେ ଆହତ ହୋଇଥିଲେ।

 ପ୍ରଦର୍ଶନକାରୀଙ୍କ ଉପରେ ଅତ୍ୟଧିକ ଓ ମାତ୍ରାଧିକ ବଳ ପ୍ରୟୋଗ କରାଯାଇଥିବା ବାର ଆସୋସିଏସନ୍‌ ନିଜ ବିବୃତିରେ କହିଛି। ଏପରି ଘଟଣାକୁ ଖୁବ୍‌ ଚିନ୍ତାଜନକ କହିବା ସହିତ ଗଣତାନ୍ତ୍ରିକ ସମାଜ ଏହାକୁ ଗ୍ରହଣ କରିବ ନାହିଁ ବୋଲି ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ତୀବ୍ର ଶବ୍ଦରେ ନିନ୍ଦା କରି କହିଛି।

ହିମାଚଳ, ଜମ୍ମୁ-କାଶ୍ମୀର ଓ ଉତ୍ତର ପୂର୍ବ ରାଜ୍ୟରେ ମୌସୁମୀ ବର୍ଷାରେ ୧୨୦ ମୃତ

 ଆସୋସିଏସନ ସରକାରଙ୍କୁ ଏହି ଘଟଣାରେ ବିନା କୌଣସି ଭେଦଭାବରେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ବାର୍‌ ଆସୋସିଏସନ୍‌ ପକ୍ଷରୁ ଜାରି ବୟାନରେ ନିର୍ଦ୍ଦୋଷ ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ କଡ଼ା ନିନ୍ଦା କରାଯିବା ସହିତ ଆହତ ଛାତ୍ର ଓ ଆଇନ କ୍ଷେତ୍ରରେ ଜଡ଼ିତ ଆହତଙ୍କ ଚିକିତ୍ସା କରିବାକୁ କୁହାଯାଇଛି। ଏପରି ଘଟଣାର ପୁନରାବୃତ୍ତି ଯେପରି ନ ଘଟେ ସେ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.