Sundargarh: ଭଡ଼ା ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

1 hour ago 1
ARTICLE AD BOX

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଚାଞ୍ଚଲ୍ୟ। ଏକ ଭଡ଼ା ଘର ଭିତରୁ ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ମୃତ ଯୁବତୀଙ୍କ ପରିଚୟ ଝାରସୁଗୁଡ଼ାଜିଲ୍ଲା କଣ୍ଟାପାଲି ଅଞ୍ଚଳର ପୁଷ୍ପା ଖଡ଼ିଆ ବୋଲି ଜଣାପଡ଼ିଛି। ତେବେ ଏହା ଏକ ସାଧାରଣ ମୃତ୍ୟୁ ନା ଯୋଜନାବଦ୍ଧ ହତ୍ୟା, ତାକୁ ନେଇ ଏବେ ସନ୍ଦେହ ଘନୀଭୂତ ହୋଇଛି।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ଡେଙ୍ଗିଭାଡ଼ି ଅଞ୍ଚଳର ଏକ ଭଡ଼ା ଘରେ ପୁଷ୍ପା ଜଣେ ଯୁବକଙ୍କ ସହ ରହୁଥିଲେ। ତେବେ ଗତ କିଛି ସମୟ ଧରି ଘର ଭିତରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ନେଇ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ସୁନ୍ଦରଗଡ଼ ଟାଉନ ଥାନା ପୁଲିସ ଘଟଣାସ୍ଥଳକୁ ପହଞ୍ଚିଛି। ଘର ଖୋଲାଯିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଏବଂ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପଟେ ପୁଷ୍ପାଙ୍କ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ l

ଡେଙ୍ଗିଭାଡ଼ି ଅଞ୍ଚଳରେ ଆଲୋଡ଼ନ

ଘଟଣାକୁ ନେଇ ଡେଙ୍ଗିଭାଡ଼ି ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଷ୍ପାଙ୍କ ସହ ରହୁଥିବା ଯୁବକଙ୍କ ଭୂମିକା କ'ଣ, କେବେଠାରୁ ଘର ଭିତରେ ମୃତଦେହ ପଡ଼ିରହିଥିଲା ଏବଂ ଯୁବତୀଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ଏବେ ଉଠିଛି ଅନେକ ପ୍ରଶ୍ନ। ପୁଲିସର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟିବ।

Accident: ପାଲଲହଡ଼ାରେ ଏସ୍‌ପିଙ୍କ ବୋଲେରୋକୁ ଧକ୍କା ଦେଲା ଟ୍ରକ୍‌, ଏସ୍‌ପି ଓ ଡ୍ରାଇଭର ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.