Nvidia CEO: କର୍ମଚାରୀଙ୍କୁ କ୍ଷମା ମାଗିଲେ ଏନ୍‌ଭିଡିଆ ସିଇଓ, ଅଫିସ୍‌ ଆସିଲେ, କାମ କଲେ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ଫସିଥିବା ବିଶ୍ୱର ଅଗ୍ରଣୀ ଚିପ୍‌ ନିର୍ମାତା କମ୍ପାନି ଏନ୍‌ଭିଡିଆର ସିଇଓ ଜେନସନ୍ ହୁଆଙ୍ଗ ପୁଣି ଅଫିସ୍‌କୁ ଫେରିଛନ୍ତି। କମ୍ପାନିର ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ବନ୍ଦ କୋଠରିରେ ବୈଠକ କରିଛନ୍ତି। ବ୍ୟକ୍ତିଗତ ଜୀବନରେ ଘଟିଥିବା ଘଟଣା ପାଇଁ ସେ କର୍ମଚାରୀଙ୍କୁ କ୍ଷମା ମାଗିଛନ୍ତି। ମେରିକାର କାଲିଫର୍ଣ୍ଣିଆସ୍ଥିତ ସାଣ୍ଟା କ୍ଲାରା ମୁଖ୍ୟାଳୟରେ ସୋମବାର ହୁଆଙ୍ଗ ବରିଷ୍ଠ ଅଧିକାରୀଙ୍କ ସହ ନିୟମିତ ସକାଳ ବୈଠକ କରିଥିଲେ। ବୈଠକ ଆରମ୍ଭରେ ସେ ନିଜର ଭୁଲ୍‌ ପାଇଁ ଦୁଃଖ ପ୍ରକାଶ କରିଥିଲେ। ଏହାପରେ କମ୍ପାନିର ଦୈନନ୍ଦିନ କାର୍ଯ୍ୟ ଓ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଫେରାଇ ଆଣିବାକୁ ଉଦ୍ୟମ
ନଭେମ୍ବର ୮ରେ ହୁଆଙ୍ଗ କମ୍ପାନିର କର୍ମଚାରୀଙ୍କୁ ଏକ ଇମେଲ୍‌ ପଠାଇ ନିଜର ଭୁଲ ସ୍ୱୀକାର କରିଥିଲେ। ଏହି ଘଟଣା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ଆଘାତ ଦେଇଥିବା ସେ ଲେଖିଥିଲେ। ନିଜ କାର୍ଯ୍ୟ ପାଇଁ କୌଣସି ବାହାନା ନଥିବା କହିବା ସହ ପରିବାର ଓ କର୍ମଚାରୀଙ୍କ ଭରସା ପୁଣି ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ଜଣାଇଥିଲେ। ଏହି ବିବାଦ ସହ ଚୀନ୍‌ର ଗୁପ୍ତଚର କାର୍ଯ୍ୟକଳାପର ଅଭିଯୋଗ ରହିଛି। ସିଙ୍ଗାପୁରର ମେଗାସ୍ପିଡ୍‌ କମ୍ପାନିର ପୂର୍ବତନ ମୁଖ୍ୟ ଆଲିସ୍‌ ହୁଆଙ୍ଗଙ୍କ ସହ ଜେନସନ୍‌ଙ୍କ ସମ୍ପର୍କ ଥିବା ଏବଂ ତାଙ୍କୁ ଚୀନ୍‌ର ଗୁପ୍ତଚର ଭାବେ ସନ୍ଦେହ କରାଯାଉଥିବା ନେଇ ଆମେରିକୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ତେବେ ଏହି ଗୁପ୍ତଚର ସମ୍ପର୍କିତ ଅଭିଯୋଗ ଏଯାଏଁ ପ୍ରମାଣିତ ହୋଇନାହିଁ।

କୋଲକାତା ବିମାନବନ୍ଦରରେ ହାଇଜ୍ୟାକ୍ ଆଲର୍ଟ

ଏହି ଘଟଣାର ତଦନ୍ତ ପାଇଁ ଏନ୍‌ଭିଡିଆର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଏକ ସ୍ୱାଧୀନ ତଦନ୍ତ ଆରମ୍ଭ କରିଛି। ଏଥିପାଇଁ ଆମେରିକାର ଆଇନ ସଂସ୍ଥା ୱାକ୍‌ଟେଲ୍‌, ଲିପ୍‌ଟନ୍‌, ରୋଜେନ୍‌ ଆଣ୍ଡ କାଟ୍‌ଜ୍‌କୁ ନିଯୁକ୍ତ କରାଯାଇଛି। ଏହି ତଦନ୍ତରେ ଆମେରିକାର ଜାତୀୟ ସୁରକ୍ଷା କିମ୍ବା କମ୍ପାନିର ଗୋପନୀୟ ତଥ୍ୟ ପ୍ରଭାବିତ ହୋଇଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯିବ। ବିବାଦ ମଧ୍ୟରେ ହୁଆଙ୍ଗ କମ୍ପାନିର ନିୟମିତ କାର୍ଯ୍ୟ ଜାରି ରଖି ସ୍ଥିତିକୁ ସ୍ୱାଭାବିକ ରଖିବାକୁ ଉଦ୍ୟମ କରୁଥିବା ରିପୋର୍ଟରେ କୁହାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.