ARTICLE AD BOX
ରୋଷେଇ ଘରକୁ ସଫାସୁତରା ରଖିବା ସତ୍ତ୍ୱେ ଯଦି ସେଠାରୁ ଅଜବଗନ୍ଧ ଆସୁଛି, ତେବେ ଥରେ ଆପଣଙ୍କ ଡଷ୍ଟବିନ୍ ଉପରେ ମଧ୍ୟ ନଜର ପକାନ୍ତୁ। ଅନେକ ସମୟରେ ଆମେ ଡଷ୍ଟବିନ୍ରୁ ଅଳିଆ ବାହାର କରିଦେବା ପରେ ଭାବିଥାଉ ଯେ ଏହାସଫା ହୋଇଗଲା। କିନ୍ତୁ ଏହାର ଭିତର ପାଖରେ ଲାଗି ରହିଥିବା ଖାଦ୍ୟର ଛୋଟ ଖଣ୍ଡ, ପରିବା ଚୋପା ଏବଂ ଆର୍ଦ୍ରତା ଦୁର୍ଗନ୍ଧର କାରଣ ହୋଇଥାଏ। ତେଣୁ କେବଳ ଅଳିଆ ବାହାର କରିଦେବା ଯଥେଷ୍ଟ ନୁହେଁ, ଡଷ୍ଟବିନ୍କୁ ଠିକ୍ ଭାବେ ସଫା କରିବା ମଧ୍ୟ ଜରୁରୀ। କିଛି ସହଜ ଘରୋଇ ଉପାୟ ଆପଣାଇ ଏହି ସମସ୍ୟାକୁ କମ୍ କରାଯାଇପାରିବ।
ଡଷ୍ଟବିନ୍କୁ ଭଲ ଭାବେ ଧୋଇ ଶୁଖାନ୍ତୁ
ଅନେକ ଲୋକ ଡଷ୍ଟବିନ୍ରୁ ଅଳିଆ ବାହାର କରିବା ପରେ ସେଥିରେ ନୂଆ ଡଷ୍ଟବିନ୍ ବ୍ୟାଗ୍ ଲଗାଇ ଦିଅନ୍ତି। କିନ୍ତୁ ଏପରି କରିବା ଦ୍ୱାରା ଭିତର ପାଖରେ ଲାଗି ରହିଥିବା ମଇଳା ସଫା ହୋଇନଥାଏ। ତେଣୁ ସପ୍ତାହକୁ ଅତି କମ୍ରେ ଥରେ ସାବୁନ କିମ୍ବା ଡିସ୍ୱାଶ୍ ଲିକ୍ୟୁଇଡ୍ ଏବଂ ପାଣିରେ ଡଷ୍ଟବିନ୍କୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ କିଛି ସମୟ ପାଇଁ ଖରାରେ କିମ୍ବା ବାୟୁ ଚଳାଚଳ କରୁଥିବା ସ୍ଥାନରେ ଓଲଟା କରି ରଖି ଶୁଖାନ୍ତୁ।
ବେକିଂ ସୋଡ଼ା ଆସିବ କାମରେ (Kitchen Dustbin Cleaning Tips)
ବେକିଂ ସୋଡ଼ାର ବ୍ୟବହାର କେବଳ ରୋଷେଇ କାମରେ ନୁହେଁ, ବରଂ ଦୁର୍ଗନ୍ଧ କମ୍ କରିବାରେ ମଧ୍ୟ କରାଯାଇପାରିବ। ଏଥିପାଇଁ ଡଷ୍ଟବିନ୍ର ତଳ ଭାଗରେ ଅଳ୍ପ ବେକିଂ ସୋଡ଼ା ଛିଞ୍ଚି ଦିଅନ୍ତୁ। ଚାହିଁଲେ ଏହାକୁ ଏକ ଛୋଟ ଖୋଲା ପାତ୍ରରେ ରଖି ଡଷ୍ଟବିନ୍ ଭିତରେ ମଧ୍ୟ ରଖିପାରିବେ। ଏହା ଆର୍ଦ୍ରତା ଓ ଦୁର୍ଗନ୍ଧ ଶୋଷିବାରେ ସହାୟକ ହୋଇଥାଏ।
ଓଦା ଅଳିଆକୁ ଅଲଗା ରଖନ୍ତୁ
ରୋଷେଇ ଘରେ ପରିବା ଚୋପା, ଫଳର ଅବଶିଷ୍ଟ ଅଂଶ ଏବଂ ଚା’ ପତି ଭଳି ଓଦା ଅଳିଆରୁ ଶୀଘ୍ର ଦୁର୍ଗନ୍ଧ ବାହାରିଥାଏ। ତେଣୁ ଓଦା ଓ ଶୁଖିଲା ଅଳିଆ ପାଇଁ ଅଲଗା ଅଲଗା ଡଷ୍ଟବିନ୍ ରଖିବାକୁ ଚେଷ୍ଟା କରନ୍ତୁ। ଓଦା ଅଳିଆକୁ ଦୀର୍ଘ ସମୟ ଧରି ଡଷ୍ଟବିନ୍ରେ ଜମା କରି ରଖନ୍ତୁ ନାହିଁ। ବିଶେଷକରି ମାଛ, ମାଂସ ଏବଂ ବଳକା ଖାଦ୍ୟକୁ ତୁରନ୍ତ ବାହାରେ ଫିଙ୍ଗି ଦିଅନ୍ତୁ।
ଲେମ୍ବୁ ଚୋପା ବ୍ୟବହାର କରନ୍ତୁ
ଲେମ୍ବୁ ଚୋପାରେ ପ୍ରାକୃତିକ ସୁଗନ୍ଧ ରହିଛି, ଯାହା ହାଲୁକା ଦୁର୍ଗନ୍ଧ କମ୍ କରିବାରେ ସହାୟକ ହୋଇପାରେ। ଡଷ୍ଟବିନ୍କୁ ଧୋଇ ଶୁଖାଇବା ପରେ ଏହାର ପାଖରେ କିଛି ଶୁଖିଲା ଲେମ୍ବୁ ଚୋପା ରଖିପାରିବେ। ତେବେ ଏହାକୁ ଦୀର୍ଘ ସମୟ ଧରି ଡଷ୍ଟବିନ୍ରେ ରଖନ୍ତୁ ନାହିଁ। କାରଣ ଓଦା ଲେମ୍ବୁ ଚୋପା ନିଜେ ପଚି ଦୁର୍ଗନ୍ଧ ସୃଷ୍ଟି କରିପାରେ।
BJP: ୟୁପି ନିର୍ବାଚନ ୨୦୨୭: ୫୦ରୁ ଅଧିକ ଆସନରେ ବଦଳିପାରନ୍ତି ବିଜେପି ପ୍ରାର୍ଥୀ, ନୂଆ ଚେହେରା ଖୋଜୁଛି ଦଳ

59 minutes ago
1


