Cricket Museum: ଏମ୍‌ସିଏ ‘ବାଟୋଗ୍ରାଫି’ରେ ପ୍ରଦର୍ଶିତ ହେବ ସଚିନଙ୍କ ୨୬ ଐତିହାସିକ ବ୍ୟାଟ୍‌

1 hour ago 2
ARTICLE AD BOX

ମୁମ୍ବାଇ: ଭାରତୀୟ କିଂବଦନ୍ତି କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ୨୬ଟି ଐତିହାସିକ ବ୍ୟାଟ୍‌ ସହ କିଛି ସ୍ମରଣୀୟ ସାମଗ୍ରୀ ମୁମ୍ବାଇସ୍ଥିତ ଏମ୍‌ସିଏ ଶରଦ ପାୱାର କ୍ରିକେଟ୍‌ ସଂଗ୍ରାହଳୟରେ ପ୍ରଦର୍ଶିତ ହେବ। ‘ବ୍ୟାଟୋଗ୍ରାଫି’ ନାମକ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ସଚିନଙ୍କ କ୍ରିକେଟ୍ ଯାତ୍ରାର କାହାଣୀକୁ ସେହି ବ୍ୟାଟ୍‌ଗୁଡ଼ିକ ମାଧ୍ୟମରେ ବର୍ଣ୍ଣନା କରିଯିବ। ଏଥିରେ ସଚିନ ହାସଲ କରିଥିବା ୧୦୦ ଶତକରେ ଅନ୍ତର୍ଭୁନ୍ତ କିଛି ବ୍ୟାଟ୍‌ ସହ ତାଙ୍କ କ୍ରୀଡ଼ାଜୀବନ ସହ ଜଡ଼ିତ ଅନ୍ୟାନ୍ୟ ସାମଗ୍ରୀ (ହେଲ୍‌ମେଟ୍‌, ଗ୍ଲେବ୍ସ, ପ୍ୟାଡ୍‌) ମଧ୍ୟ ରହିବ। 

ଏସବୁ ସଚିନ ଉପହାର ଭାବେ ଏମ୍‌ସିଏକୁ ପ୍ରଦାନ କରିବେ। ଫଳରେ ଦର୍ଶକମାନେ ସଚିନଙ୍କ ବିଭିନ୍ନ ମାଇଲ୍‌ଖୁଣ୍ଟର ଇତିହାସ ବିଷୟରେ ସୂଚନା ପାଇପାରିବେ ବୋଲି ମୁମ୍ବାଇ କ୍ରିକେଟ୍‌ ସଂଘ (ଏମ୍‌ସିଏ) ସଭାପତି ଅଜିଙ୍କ୍ୟ ନାଏକ କହିଛନ୍ତି। ଏହି ସଂଗ୍ରାହଳୟ ଚଳିତ ମାସ ୧୬ ତାରିଖରେ ଉଦ୍‌ଘାଟିତ ହେବ। ୧୩ ବର୍ଷ ତଳେ ଏହି ତାରିଖରେ ସଚିନ ନିଜର ୨୦୦ତମ ଟେଷ୍ଟ୍‌ ଘରୋଇ ପଡ଼ିଆ ୱାଙ୍ଖ୍‌ଡେରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଏହି ସ୍ମୃତି ଉଜ୍ଜୀବିତ ରଖିବା ଲାଗି ଏମ୍‌ସିଏ ଏଭଳି ଯୋଜନା କରିଛି।

Tennis: ଡବ୍‌ଲ୍ୟୁଟିଏ ଫାଇନାଲ୍ସ ସେମିରେ ନୋସ୍କୋଭା

Read Entire Article
LEFT SIDEBAR AD

Hidden in mobile, Best for skyscrapers.