Low Pressure: ବଙ୍ଗୋପସାଗରରେ ପୁଣି ଲଘୁଚାପ ସମ୍ଭାବନା, ୧୭ରୁ ୨୦ ଯାଏଁ ଓଡ଼ିଶାରେ ବର୍ଷା

1 hour ago 1
ARTICLE AD BOX

ଭୁବନେଶ୍ବର: ଓଡ଼ିଶାର ପାଣିପାଗ ନେଇ ବଡ଼ ଖବର। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ନଭେମ୍ବର ୧୩ ତାରିଖ ବେଳକୁ ପୁଣି ଏକ ଲଘୁଚାପସୃଷ୍ଟି ହୋଇପାରେ। ୧୪ ତାରିଖରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସମ୍ଭାବନା ରହିଛି। ପରେ ଏହା ଅବପାତର ରୂପ ନେଇପାରେ। 

ଓଡ଼ିଶାରେ ୪ ଦିନ ବର୍ଷା ହେବାର ସମ୍ଭାବନା

ଲଘୁଚାପର ପ୍ରଭାବରେ ଓଡ଼ିଶାରେ ୪ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର ୧୭ରୁ ୨୦ ତାରିଖ ଯାଏଁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି।

Leopard: ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ, ଘର ଅଗଣାରୁ ପୋଷା କୁକୁରକୁ ଶିକାର କଲା

ପାଚିଲା କ୍ଷେତ ନଷ୍ଟ ହେବାର ସମ୍ଭାବନା

ଚଳିତ ବର୍ଷ ରାଜ୍ୟରେ ବନ୍ୟା ସହ କିଛି ମାତ୍ରାରେ ବାତ୍ୟାର ପ୍ରଭାବ ପଡ଼ିଛି । ଯାହା ଫଳରେ ଚାଷ ଆରମ୍ଭ ହେବା ଠାରୁ ଆରମ୍ଭ କରି ଏବେ ଚାଷ ଅମଳ ପର୍ଯ୍ୟନ୍ତ ଚାଷୀମାନେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଚାଷ ଆରମ୍ଭରୁ ବନ୍ୟା ସ୍ଥିତି ଦେଖାଦେବାରୁ ରାଜ୍ୟର ଅଧିକାଂଶ ଚାଷୀ ଠିକରେ ଚାଷ କାର୍ଯ୍ୟ କରିପାରିନଥିଲେ। ଏବେ ଅମଳ ସମୟ ଥିବାରୁ ଯଦି ଲଘୁଚାପଜନିତ ବର୍ଷା ହୁଏ ତେବେ ପାଚିଲା କ୍ଷେତ ନଷ୍ଟ ହେବାର ସମ୍ଭାବନା ରହିଛି । 

Read Entire Article
LEFT SIDEBAR AD

Hidden in mobile, Best for skyscrapers.