Subhashit: ସୁଭାଷିତ: ପରହିତ ପରି ଧର୍ମ ନାହିଁ କି ପରପୀଡ଼ା ପରି ପାପ ନାହିଁ

1 day ago 4
ARTICLE AD BOX

ପରହିତ ସରିସ ଧରମ ନାହିଁ ଭାଇ।
ପରପୀଡ଼ା ସମ ନାହିଁ ଅଧମାଇ।।
-ତୁଳସୀ ଦାସ

ଶ୍ରାବଣ ଶୁକ୍ଳ ସପ୍ତମୀ ସନ୍ଥକବି ତୁଳସୀ ଦାସଙ୍କର ପବିତ୍ର ଜୟନ୍ତୀ। ଭାରତୀୟ ଭକ୍ତି ସାହିତ୍ୟ ପରମ୍ପରାର ସେ ଜଣେ ଉଜ୍ଜ୍ବଳ ନକ୍ଷତ୍ର। ସେ ଥିଲେ ଜଣେ ମହାନ୍‌ ରାମଭକ୍ତ, ସାଧକ ଓ ଲୋକ-ଶିକ୍ଷକ। ତୁଳସୀ ଦାସଙ୍କର ଶ୍ରେଷ୍ଠକୃତି ‘ଶ୍ରୀରାମଚରିତ ମାନସ’। ଏହା ଭାରତୀୟ ଜନମାନସରେ ଶ୍ରୀରାମଙ୍କର ଆଦର୍ଶକୁ ଅତ୍ୟନ୍ତ ସରଳ, ସାବଲୀଳ ଓ ହୃଦୟସ୍ପର୍ଶୀ ଭାଷାରେ ଉପସ୍ଥାପିତ କରିଛି।

V-Mart: ଭି-ମାର୍ଟର ମହାବଚତ୍‌ କା ଡବଲ୍‌ ଅଫର

ତୁଳସୀଦାସଙ୍କ ସଂପର୍କରେ ଅନେକ ଲୋକକଥା ବା କିଂବଦନ୍ତି ପ୍ରଚଳିତ ଅଛି। ସେସବୁ ମଧ୍ୟରୁ ଗୋଟିଏ ଚର୍ଚ୍ଚିତ କଥା ଆମକୁ କହେ, ଯେ ସାଂସାରିକ ଆସକ୍ତି ହିଁ ତାଙ୍କୁ ଶ୍ରୀରାମଙ୍କର ଜଣେ ଏକନିଷ୍ଠ ଭକ୍ତରେ ପରିଣତ କରିଥିଲା। ସେହି କଥାଟି ହେଉଛି- ତୁଳସୀ ଦାସଙ୍କର ପତ୍ନୀ ଥିଲେ ରତ୍ନାବଳୀ। ପତ୍ନୀଙ୍କ ପ୍ରତି ତାଙ୍କର ଅତ୍ୟଧିକ ଆସକ୍ତି ଥିଲା। ଏକଦା ରତ୍ନାବଳୀ ତାଙ୍କ ପିତାଙ୍କ ଘରକୁ ଯାଇଥିଲେ। ମାତ୍ର ତାଙ୍କ ସହ ମିଳିତ ହେବା ପାଇଁ ତୁଳସୀ ଦାସ ଏତେ ବ୍ୟାକୁଳ ହୋଇପଡ଼ିଲେ ଯେ ବର୍ଷା ଓ ଅନ୍ଧାର ରାତିକୁ ଖାତର ନ କରି ଦୀର୍ଘପଥ ଚାଲି ଚାଲି ଯାଇ ପତ୍ନୀଙ୍କ ନିକଟରେ ପହଞ୍ଚି ଯାଇଥିଲେ। ଏପରିକି ପଥ ମଧ୍ୟରେ ଥିବା ଏକ ନଦୀର ସ୍ରୋତ ମଧ୍ୟ ତାଙ୍କର ଗତିରୋଧ କରିପାରି ନ ଥିଲା।
ତାଙ୍କର ସେହି ଅତ୍ୟଧିକ ଆସକ୍ତି ଦେଖି ପତ୍ନୀ ରତ୍ନାବଳୀ ତାଙ୍କୁ ଗୋଟିଏ ଦୋହା ଶୁଣାଇଥିଲେ। ଦୋହାଟି ହେଉଛି-

“ଅସ୍ଥିଚର୍ମମୟ ଦେହ ମମ, ତାମେ ଏତନି ପ୍ରୀତି।
ତେତି ଯଦି ଶ୍ରୀରାମ ମହଁ, ହୋତ ନ ତ ଭବଭୀତି।।”

Judgement: ୪୫୪ ଫାର୍ମାସି ଅଫିସରଙ୍କ ନିଯୁକ୍ତି ଉପରେ ରୋକ୍‌ ଲଗାଇଲେ ପଞ୍ଜାବ ହାଇକୋର୍ଟ

ଏହାର ଅର୍ଥ- “ମୋର ଏହି ଅସ୍ଥିଚର୍ମମୟ ଶରୀର ପ୍ରତି ତୁମର ଯେତିକି ପ୍ରେମ, ତାହାର ଅର୍ଦ୍ଧମାତ୍ର ଯଦି ଶ୍ରୀରାମଙ୍କ ପ୍ରତି ଥାଆନ୍ତା, ତେବେ ତୁମର ଆଉ ସଂସାରର ଭୟ ରହନ୍ତା ନାହିଁ।” ସ୍ତ୍ରୀଙ୍କର ଏହି କଥାଟି ତୁଳସୀଦାସଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ସେ ହୋଇଯାଇଥିଲେ ଶ୍ରୀରାମଙ୍କର ଏକନିଷ୍ଠ ଭକ୍ତ। ତୁଳସୀ ଦାସ ମଧ୍ୟ ଅନେକ ଲୋକଶିକ୍ଷାମୂଳକ ଦୋହାର ରଚୟିତା। ଉପରୋଦ୍ଧୃତ ସୁଭାଷିତ ତାହାର ଏକ ଉଦାହରଣ। ଏଥିରେ ସେ କହିଛନ୍ତି- “ପରର ହିତ କରିବା ପରି ଧର୍ମ ନାହିଁ କି ପରକୁ ପୀଡ଼ା ଦେବାପରି ପାପ ନାହିଁ।” ଅଷ୍ଟାଦଶ ପୁରାଣର ରଚୟିତା ବ୍ୟାସଦେବଙ୍କ ସଂପର୍କରେ ମଧ୍ୟ ଏହିପରି ଗୋଟିଏ କଥା ପ୍ରଚଳିତ ଅଛି। ସେଥିରେ କୁହାଯାଇଛି- ଅଷ୍ଟାଦଶ ପୁରାଣରେ ବ୍ୟାସଦେବ ଯେଉଁ ଦୁଇଟି ମାତ୍ର ସାରକଥା କହିଛନ୍ତି, ତାହା ହେଉଛି- “ପରୋପକାର ପୁଣ୍ୟ ଓ ପରପୀଡ଼ନ ପାପ।”

Read Entire Article
LEFT SIDEBAR AD

Hidden in mobile, Best for skyscrapers.