Subhadra Shakti brand ମିଶନ ଶକ୍ତିରୁ ସୁଭଦ୍ରା ଶକ୍ତି ବ୍ରାଣ୍ଡ୍‌: ୩ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମିଳିଲା ୨୪୭ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା

1 hour ago 2
ARTICLE AD BOX

ଭୁବନେଶ୍ୱର:  ଆଜି (ମଙ୍ଗଳବାର) ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ୩,୨୬,୩୬୬ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୪୭.୩୪ କୋଟି ଟଙ୍କାର ସୁଧ ଫେରସ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିସହ ୨୭ଟି ଜିଲ୍ଲାର ୮,୯୨୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୬.୦୩ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି, ୨୨ଟି ଜିଲ୍ଲାର ୨୦୪ଟି ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘକୁ ୬୦.୪୦ କୋଟି ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଏବଂ ୧୦ଟି ଜିଲ୍ଲାର ୩୭୬ଟି ଆଞ୍ଚଳିକ ମଞ୍ଚକୁ ୫.୩୭ କୋଟି ଟଙ୍କାର ନିରାପତ୍ତା ପାଣ୍ଠି ପ୍ରଦାନ କରାଯାଇଛି।

ShakthiSAT: ମିଶନ ଶକ୍ତିସ୍ୟାଟ୍: ୧୦୮ ଦେଶର ଛାତ୍ରୀ ପ୍ରସ୍ତୁତ କଲେ ସାଟେଲାଇଟ୍
ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅଧ୍ୟକ୍ଷତା କରିଥିଲେ। ନିଜ ବକ୍ତବ୍ୟରେ କହିଥିଲେ,  ଏହି ଆର୍ଥିକ ସହାୟତା ମହିଳାମାନଙ୍କ ଉଦ୍ୟୋଗ ଓ ଜୀବିକାଭିତ୍ତିକ କାର୍ଯ୍ୟକଳାପର ସମ୍ପ୍ରସାରଣରେ ସହାୟକ ହେବ। ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୨୦,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଯୋଗାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

୬ ମାସର ବକେୟା ଦରମା ଦାବି: ରାଜରାସ୍ତାରେ ଜୀବିକା ମିଶନ ଓ ମିଶନ ଶକ୍ତି ସଦସ୍ୟା
ଏହି ଅବସରରେ, ସୁଭଦ୍ରା ଶକ୍ତି ବଜାରର ଏକ ନୂତନ ଉତ୍ପାଦ କ୍ୟାଟାଲଗ୍‌ ଉନ୍ମୋଚନ ହୋଇଥିଲା। ଓଡ଼ିଶା ଜୀବିକା ମିଶନ ଓ ଦି ନଜ୍ ଲାଇଫ୍‌ସ୍କିଲ୍ସ ଫାଉଣ୍ଡେସନ୍ (The Nudge Lifeskills Foundation) ମଧ୍ୟରେ ଅନ୍ୟ ଏକ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।
କାର୍ଯ୍ୟକ୍ରମରେ ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀ ପକ୍ଷରୁ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI)ର ବୈଷୟିକ ସହଯୋଗରେ ପ୍ରସ୍ତୁତ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ (Low-GI) ବିଶିଷ୍ଟ ଚାଉଳଭିତ୍ତିକ ଇଡ୍‌ଲି ରାୱା, ଚୁଡ଼ା, ଚାଉଳ ଓ ମିଲେଟ୍‌ଭିତ୍ତିକ ପୁଷ୍ଟିକର କୁକିଜ୍ ଏବଂ ପ୍ରିମିୟମ୍ ସୁଗନ୍ଧିତ କଳାଜିରା ଚାଉଳର ଶୁଭାରମ୍ଭ କରାଯାଇଛି। 

Mission Shakti-ICRISAT MOU ମିଶନ ଶକ୍ତି ଉଦ୍ୟୋଗ ନିମନ୍ତେ  ଇକ୍ରିସାଟ୍ ସହ ବୁଝାମଣାପତ୍ର
ଏଥିସହ ମହିଳା କୃଷକ ଉତ୍ପାଦକ କମ୍ପାନୀଗୁଡ଼ିକର ବଜାର ସଂଯୋଗ ସମ୍ପ୍ରସାରଣ ନିମନ୍ତେ ୬ଟି ବ୍ୟବସାୟିକ ବୁଝାମଣାପତ୍ର ଓ ସହଭାଗିତା ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ୪ କୋଟି ୫୬ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ସମ୍ଭାବ୍ୟ ବ୍ୟବସାୟିକ କାରବାରର ସୁଯୋଗ ସୃଷ୍ଟି ହୋଇଛି। ଏହି ସହଭାଗିତାରେ ଉତ୍ତରାଖଣ୍ଡର KiWi Kisan Window, ତେଲଙ୍ଗାନାର Vajrateja Rice Cluster Pvt. Ltd., କଳାହାଣ୍ଡିର Bijayalaxmi Paddy & Agro Pvt. Ltd., ଭୁବନେଶ୍ୱରର VillaMart, ଗୁରୁଗ୍ରାମର KisaanSay Agtech Pvt. Ltd. ଏବଂ ପାରଳାଖେମୁଣ୍ଡିର Esse Naturals & Nutrition Pvt. Ltd. (DIAFIT) ସାମିଲ ହୋଇଛନ୍ତି। ଏହାଦ୍ୱାରା କଳାଜିରା ଚାଉଳ, Low-GI ଚାଉଳ, ଚୁଡ଼ା, ଇଡ୍‌ଲି ରାୱା ଓ ଅନ୍ୟାନ୍ୟ ମୂଲ୍ୟଯୁକ୍ତ ଖାଦ୍ୟ ଉତ୍ପାଦ ପାଇଁ ଅନୁଷ୍ଠାନିକ କ୍ରୟ ଓ ସିଧାସଳଖ ଗ୍ରାହକ ବଜାର ସଂଯୋଗ ଅଧିକ ସୁଦୃଢ଼ ହେବ।

From Smoke to Space: ଧୂଆଁରୁ ମହାକାଶ ଯାଏଁ: ସୁଭଦ୍ରା ସହ ଆଗେଇ ଚାଲିଛି ଓଡ଼ିଶାର ନାରୀଶକ୍ତି

ମହିଳା ଉଦ୍ୟୋଗୀଙ୍କ ଉତ୍ପାଦକୁ ଡିଜିଟାଲ୍ ବଜାରରେ ପହଞ୍ଚାଇବା ଦିଗରେ ଭୁବନେଶ୍ୱରସ୍ଥିତ VillaMartର ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଖୋର୍ଦ୍ଧା ମାତୃଶକ୍ତି କୃଷକ ଉତ୍ପାଦକ କମ୍ପାନୀର ‘ସୁଭଦ୍ରା ଶକ୍ତି’ ବ୍ରାଣ୍ଡ ଅଧୀନରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଉତ୍ପାଦର ଅନଲାଇନ୍ ପ୍ରଦର୍ଶନ ଓ ପ୍ରଚାରର ଶୁଭାରମ୍ଭ କରାଯାଇଛି। ଏହା ମହିଳା ଉଦ୍ୟୋଗୀଙ୍କ ଉତ୍ପାଦର ବଜାର ପରିସର ବୃଦ୍ଧି ସହ ନୂତନ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ସୁଯୋଗ ସୃଷ୍ଟି କରିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.