Petrol Commission: ପେଟ୍ରୋଲ, ଡିଜେଲ, ଏଲ୍‌ପିଜି କମିସନ ବୃଦ୍ଧି ଦାବି

15 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି କମିସନ ବୃଦ୍ଧି କରିବାକୁ ପେଟ୍ରୋଲ ପମ୍ପ ମାଲିକ ଓ ଗ୍ୟାସ୍‌ ବିତରକମାନେ ଦାବି କରିଛନ୍ତି। ପେଟ୍ରୋଲ କମିସନ ଲିଟର ପିଛା ୧ ଟଙ୍କା ୫୦ ପଇସା, ଡିଜେଲ କମିସନ ଲିଟର ପିଛା ୨ ଟଙ୍କା ୫୦ ପଇସା ଏବଂ ଏଲ୍‌ପିଜି ସିଲିଣ୍ଡର ପିଛା କମିସନ୍‌ ୧୨୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଦାବି କରିଛନ୍ତି। ୧୪.୨ କିଗ୍ରା ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡରରେ ଏବେ ଡିଲରମାନଙ୍କୁ ୭୫ ଟଙ୍କା କମିସନ ମିଳୁଛି।

ବଢ଼ିଯାଇଛି ପମ୍ପ ଓ ଗୋଦାମ ଚଳାଇବା ଖର୍ଚ୍ଚ
ପେଟ୍ରୋଲ ପମ୍ପ ମାଲିକ ଓ ଗ୍ୟାସ ବିତରକମାନେ ଏଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଓ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନିଗୁଡ଼ିକୁ ଜଣାଇଛନ୍ତି। ପେଟ୍ରୋଲ ପମ୍ପ ମାଲିକ ଓ ଗ୍ୟାସ ବିତରକଙ୍କ କହିବାନୁଯାୟୀ, ପମ୍ପ ଓ ଗୋଦାମ ଚଳାଇବା ଖର୍ଚ୍ଚ ବଢ଼ିଯାଇଛି। କର୍ମଚାରୀଙ୍କ ବେତନ, ବିଜୁଳି ଖର୍ଚ୍ଚ, ବ୍ୟାଙ୍କ ଚାର୍ଜ ଓ ଅନ୍ୟାନ୍ୟ ଖର୍ଚ୍ଚ ବଢ଼ିଯାଇଛି। କିନ୍ତୁ ସେହି ଅନୁପାତରେ କମିସନ ବଢ଼ିନାହିଁ। କମ୍‌ ଲାଭ କାରଣରୁ ଗ୍ରାମାଞ୍ଚଳରେ ପେଟ୍ରୋଲ ପମ୍ପମାଲିକମାନଙ୍କୁ ଖର୍ଚ୍ଚ ଉଠାଇବା କଷ୍ଟକର ହୋଇପଡ଼ିଛି।

Gold & Silver Price: ୧୦ ଦିନରେ ସୁନା ୭୫୦୦ ଟଙ୍କା ଶସ୍ତା

Read Entire Article
LEFT SIDEBAR AD

Hidden in mobile, Best for skyscrapers.