Day vs Night Skincare Routine: ସକାଳ ଓ ରାତିର ସ୍କିନ୍‌କେୟାର ରୁଟିନ୍‌ କେମିତି ହେବା ଜରୁରୀ? ଜାଣନ୍ତୁ ତ୍ୱଚାର ଯତ୍ନ ନେବାର ଉପାୟ

22 minutes ago 1
ARTICLE AD BOX

ଆମ ଶରୀରର ଶୋଇବା ଓ ଉଠିବା ଚକ୍ର ପରି ଆମ ତ୍ୱଚାର ମଧ୍ୟ ନିଜସ୍ୱ ଏକ ୨୪ ଘଣ୍ଟିଆ ‘ସର୍କାଡିଆନ୍ ରିଦମ୍’ ରହିଛି। ଏହି ପ୍ରାକୃତିକ ଚକ୍ର ଅନୁଯାୟୀ ଦିନ ଓ ରାତିରେ ତ୍ୱଚାର କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ବଦଳିଯାଏ। ତ୍ୱଚାର ସୁରକ୍ଷା, ଆର୍ଦ୍ରତା ବଜାୟ ରଖିବା ଓ କୋଷିକାର ମରାମତି ପ୍ରକ୍ରିୟା ଏହି ଘଣ୍ଟା ଅନୁସାରେ ପରିଚାଳିତ ହୁଏ। ତେଣୁ ସାରା ଦିନ ଗୋଟିଏ ପ୍ରକାର ସ୍କିନ୍‌କେୟାର କରିବା ବଦଳରେ ତ୍ୱଚାର ଏହି ପ୍ରାକୃତିକ ଚକ୍ରକୁ ବୁଝି ସେବା କଲେ ଅଧିକ ଭଲ ଫଳ ମିଳିଥାଏ।

ଆହୁରି ପଢ଼ନ୍ତୁ: ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬:  ପଞ୍ଜୀକରଣ ଶେଷ ତାରିଖ ୨୧ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି

ସକାଳର ସ୍କିନ୍‌କେୟାର କିପରି ହେବା ଉଚିତ?

ଦିନବେଳାର ରୁଟିନ୍ ମୁଖ୍ୟତଃ ତ୍ୱଚାକୁ ସୁରକ୍ଷା ଦେବା ଓ ହାଇଡ୍ରେଟ୍ ରଖିବା ଉପରେ ଆଧାରିତ ହେବା ଦରକାର:
ଆଣ୍ଟିଅକ୍ସିଡାଣ୍ଟସ୍: ଗାଲିକ୍ ଏସିଡ୍ ଓ ଭିଟାମିନ୍-ଇ ଭଳି ଆଣ୍ଟିଅକ୍ସିଡାଣ୍ଟ୍‌ ଫ୍ରି ରାଡିକାଲ୍ସକୁ ନିଷ୍କ୍ରିୟ କରି ତ୍ୱଚାକୁ ବାହ୍ୟ ଚାପରୁ ରକ୍ଷା କରନ୍ତି।
ନିଆସିନାମାଇଡ୍: ଏହା ତ୍ୱଚାର ସହନଶକ୍ତି ବଢ଼ାଏ, ସ୍କିନ୍ ବାରିଅର୍‌କୁ ମଜବୁତ କରେ ଏବଂ ତ୍ୱଚାର ରଙ୍ଗକୁ ସମାନ ରଖିବାରେ ସାହାଯ୍ୟ କରେ।
ହାଇଆଲୁରୋନିକ୍ ଏସିଡ୍: ଏହା ତ୍ୱଚାରେ ଜଳୀୟ ଅଂଶକୁ ଧରି ରଖେ, ଯାହାଫଳରେ ଦିନସାରା ତ୍ୱଚା କୋମଳ ଓ ସତେଜ ରହେ।
ସନ୍‌ସ୍କ୍ରିନ୍: ଏକ ମୃଦୁ କ୍ଲିନ୍‌ଜର୍, ଆଣ୍ଟିଅକ୍ସିଡାଣ୍ଟ ସିରମ୍ ଓ ମଶ୍ଚରାଇଜର୍ ପରେ ବ୍ରଡ୍-ସ୍ପେକ୍ଟ୍ରମ୍ ସନ୍‌ସ୍କ୍ରିନ୍ ଲଗାଇବା ଅତ୍ୟନ୍ତ ଜରୁରୀ। ଆଣ୍ଟିଅକ୍ସିଡାଣ୍ଟ ସୂର୍ଯ୍ୟକିରଣରୁ ସୁରକ୍ଷା ଦେବାରେ ସାହାଯ୍ୟ କରେ ସତ, କିନ୍ତୁ ଏହା ସନ୍‌ସ୍କ୍ରିନ୍‌ର ବିକଳ୍ପ ନୁହେଁ।

ରାତିର ସ୍କିନ୍‌କେୟାର କିପରି ହେବା ଉଚିତ?

ଦିନସାରା ପ୍ରଦୂଷଣ ଓ ଖରା ଯୋଗୁଁ ତ୍ୱଚାରେ ହୋଇଥିବା କ୍ଷତିକୁ ଭରଣା କରିବା ପାଇଁ ରାତିରେ ତ୍ୱଚାକୁ ଆରାମ ଦେବା ଓ ମରାମତି କରିବା ଜରୁରୀ:
ପ୍ରୋ-ଭିଟାମିନ୍: ଏହା ତ୍ୱଚାର ଆର୍ଦ୍ରତା ଫେରାଇ ଆଣିବା ସହ ସ୍କିନ୍ ବାରିଅର୍‌ର ମରାମତି କରେ।
ସେଣ୍ଟେଲା ଏସିଆଟିକା: ଏହା ତ୍ୱଚାର ଜ୍ୱଳନ ବା ଇରିଟେସନ୍ କମାଇ ତ୍ୱଚାକୁ ଶାନ୍ତ ରଖିବା ପାଇଁ ବେଶ୍ ଜଣାଶୁଣା।
ବାଇଫିଡା ଫର୍ମେଣ୍ଟ: ଏହି ଉପାଦାନ ତ୍ୱଚାର ସୁରକ୍ଷା ସ୍ତରକୁ ସୁସ୍ଥ ଓ ମଜବୁତ ରଖିବାରେ ସାହାଯ୍ୟ କରେ।
ସଫା କରିବା: ରାତିରେ ଶୋଇବା ପୂର୍ବରୁ ମୁହଁରୁ ସନ୍‌ସ୍କ୍ରିନ୍, ମେକଅପ୍, ଝାଳ ଓ ଧୂଳିମଳି ଭଲଭାବେ ସଫା କରିବା ନିହାତି ଆବଶ୍ୟକ। ଏହାପରେ ହାଇଡ୍ରେଟିଂ ସିରମ୍ ଓ ବାରିଅର୍-ବୁଷ୍ଟିଂ ମଶ୍ଚରାଇଜର୍ ବ୍ୟବହାର କରିବା ଉଚିତ।

ସକାଳ ଓ ରାତିର ଅଲଗା ରୁଟିନ୍ କାହିଁକି ଜରୁରୀ?

ସୁନ୍ଦର ଓ ସୁସ୍ଥ ତ୍ୱଚା ପାଇଁ କେବଳ କେଉଁ ପ୍ରଡକ୍ଟ ବ୍ୟବହାର କରୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ କେଉଁ ସମୟରେ ବ୍ୟବହାର କରୁଛନ୍ତି ତାହା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ସକାଳର ରୁଟିନ୍ ତ୍ୱଚାକୁ ବାହ୍ୟ ଆକ୍ରମଣରୁ ରକ୍ଷା କରୁଥିବା ବେଳେ ରାତିର ରୁଟିନ୍ ତ୍ୱଚାର କ୍ଷତି ପୂରଣ କରି ତାହାକୁ ପୁନର୍ଜୀବିତ କରେ। ତ୍ୱଚାର ପ୍ରାକୃତିକ ସର୍କାଡିଆନ୍ ରିଦମ୍ ସହ ତାଳ ଦେଇ ସ୍କିନ୍‌କେୟାର କଲେ ତ୍ୱଚା ଅଧିକ ଉଜ୍ଜ୍ୱଳ, ସୁସ୍ଥ ଏବଂ ସତେଜ ଦେଖାଯାଏ।

ଆହୁରି ପଢ଼ନ୍ତୁ: ଅଢେଇ ଲକ୍ଷ ଟଙ୍କାର ଶାଳ ସାଇଜ କାଠ ଜବତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.