Student Union Election: ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଘୋଷଣା ଦାବି: ଏବିଭିପି ପକ୍ଷରୁ କୁଳପତିଙ୍କୁ ଦାବିପତ୍ର ପ୍ରଦାନ

1 day ago 4
ARTICLE AD BOX

ଜୟପୁର(ଦେବାଶିଷ ସାହୁ): ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା, ପରିଚାଳନା ସମିତି ଗଠନ ଏବଂ କ୍ୟାମ୍ପସର ବିଭିନ୍ନ ମୌଳିକ ସମସ୍ୟାର ତୁରନ୍ତ ସମାଧାନ ଦାବି କରି ଆଜି ଏବିଭିପି ପକ୍ଷରୁ କୁଳପତି ପ୍ରଫେସର ହୃଷୀକେଶ ସେନାପତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ବିଶ୍ବବିଦ୍ୟାଳୟରେ ଛାତ୍ର ପ୍ରତିନିଧିତ୍ୱ ଉପରେ ଗୁରୁତ୍ୱାରୋପ କରାଯିବା ସହ ଛାତ୍ର ସଂସଦ ମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଗୁଣ, ଶୃଙ୍ଖଳା ଓ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ସହ ସୁସ୍ଥ ଶିକ୍ଷା ପରିବେଶ ଗଠନ ସମ୍ଭବ ବୋଲି ଏବିଭିପି ପକ୍ଷରୁ କୁହାଯାଇଛି।

ବସ୍ ସୁବିଧା ଯୋଗାଇବାକୁ ଦାବି

ତେଣୁ ସରକାରଙ୍କ ନିୟମ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା ସହ ପରିଚାଳନା ସମିତି ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ବିଶ୍ୱବିଦ୍ୟାଳୟରେ ରହିଥିବା ବିଭିନ୍ନ ମୌଳିକ ସୁବିଧାର ଅଭାବ ଦୂର କରିବା, ହଷ୍ଟେଲ ସମସ୍ୟାର ସ୍ଥାୟୀ ସମାଧାନ, ପରୀକ୍ଷାଫଳ ପ୍ରକାଶ ସମ୍ବନ୍ଧୀୟ ସମସ୍ୟା ସହ କ୍ୟାମ୍ପସରେ ଛାତ୍ରୀମାନଙ୍କ ପାଇଁ ସାନିଟାରୀ ପ୍ୟାଡ୍ ମେସିନ୍ ସ୍ଥାପନ, ଶହୀଦ ଲକ୍ଷ୍ମଣ ନାୟକ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଛାତ୍ରାବାସରୁ କ୍ୟାମ୍ପସକୁ ଯାତାୟତ ପାଇଁ ବସ୍ ସୁବିଧା ଯୋଗାଇବାକୁ ଦାବି ହୋଇଛି।

Sea: ରାମତରା ମୀରା ବିଚ୍‌ ନିକଟରେ ପୁଣି କୂଳ ଲଂଘିଲା ସମୁଦ୍ର, ସ୍ଥାୟୀ ପଥର ବନ୍ଧ ନିର୍ମାଣ ପାଇଁ ଦାବି

ଏହାସହ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ଓ ଅଧ୍ୟାପିକା ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବାକୁ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। କୁଳପତି ପ୍ରଫେସର ହୃଷିକେଶ ସେନାପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଏବିଭିପି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ସହ ବିଭିନ୍ନ ମୌଳିକ ସୁବିଧା ଓ ଭିତ୍ତିଭୂମି ସମସ୍ୟା ନେଇ ଦାବିପତ୍ର ଦିଆଯାଇଛି। ବିଶ୍ବବିଦ୍ୟାଳୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଯଥାଶୀଘ୍ର ସାରିବା ପାଇଁ ଦିଆଯାଉଛି। ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରୟାସ ଜାରି ରହିଛି। ଛାତ୍ର ସଂସଦ ନିର୍ବାଚନ ସମ୍ପର୍କିତ ନିଷ୍ପତ୍ତି ସରକାରଙ୍କ ଅଧୀନରେ ରହିଛି। ସରକାରଙ୍କ ନିଷ୍ପତ୍ତି ଆସିବା ପରେ ବିଶ୍ୱବିଦ୍ୟାଳୟରେ ତାହାକୁ କାର୍ଯ୍ୟକାରୀ କରାଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.