Student Protest: ଝାଡ଼ଖଣ୍ଡ ବିଧାନସଭା ଘେରାଉ: ୬୦୦ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

10 hours ago 1
ARTICLE AD BOX

ରାଞ୍ଚି:ଝାଡ଼ଖଣ୍ଡରେ ସରକାରୀ ନିଯୁକ୍ତି ପରୀକ୍ଷା ଅନିୟମିତତାକୁ ନେଇ ଚାଲିଥିବା ଛାତ୍ର ଆନ୍ଦୋଳନ ଆହୁରି ତୀବ୍ର ରୂପ ନେଇଛି। ବିଧାନସଭା ମାର୍ଚ୍ଚ ସମୟରେ ଘଟିଥିବା ହିଂସାତ୍ମକ ପରିସ୍ଥିତିକୁ ନେଇ ପୁଲିସ ୧୦୦ ଜଣ ନାମିତ ଏବଂ ୫୦୦ ଜଣ ଅଜ୍ଞାତଙ୍କ ସମେତ ମୋଟ ୬୦୦ ଜଣ ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୁରୁବାର ୨୦ ଦିନରେ ପହଞ୍ଚିଥିବା ଏହି ଆନ୍ଦୋଳନ ରାଞ୍ଚିର ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମ୍‌ରେ ଜାରି ରହିଛି। ପରୀକ୍ଷାରେ ସ୍ୱଚ୍ଛତା, ବିବାଦୀୟ ପରୀକ୍ଷା ବାତିଲ ଏବଂ ରାଜ୍ୟ ବାହାରର ବିଚାରପତି କିମ୍ବା ସିବିଆଇ ଦ୍ୱାରା ନିରପେକ୍ଷ ତଦନ୍ତ ଦାବିରେ ଛାତ୍ରମାନେ ଅଡ଼ବସିଛନ୍ତି। ଗତ ସୋମବାର ବିଧାନସଭା ଘେରାଉ ବେଳେ ପୁଲିସର ଲାଠିଚାଲନା, ୱାଟର କାନନ୍‌ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି।

କଂଗ୍ରେସର ପଲଟା ଅଭିଯୋଗ

ବିଜେପି ହେମନ୍ତ ସୋରେନ୍ ସରକାରଙ୍କ ଉପରେ ଦମନଲୀଳାର ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ପଲଟା ଅଭିଯୋଗ କରିଛି ଯେ ବିଜେପି ରାଜ୍ୟ ବାହାରୁ ଲୋକ ଆଣି ଛାତ୍ର ଆନ୍ଦୋଳନକୁ ହାଇଜ୍ୟାକ୍ ଓ ରାଜନେତିକରଣ କରୁଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ୧୪ତମ ଜେପିଏସସି ପରୀକ୍ଷା ବାତିଲ କରିବାକୁ ଆଶ୍ୱାସନା ଦେବା ସହ ପରୀକ୍ଷା ସଂସ୍କାର ପାଇଁ ସରକାର ବଦ୍ଧପରିକର ବୋଲି ସ୍ପଷ୍ଟ କରିଛନ୍ତି। ତେବେ ସରକାର ଓ ଛାତ୍ର ପ୍ରତିନିଧିଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

Air India: ଏୟାର ଇଣ୍ଡିଆକୁ ସରକାରଙ୍କ କଡ଼ା ଚେତାବନୀ: ବିମାନ ପରିଚାଳନା ଓ ସୁରକ୍ଷା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ

Read Entire Article
LEFT SIDEBAR AD

Hidden in mobile, Best for skyscrapers.