ARTICLE AD BOX
ରେଢ଼ାଖୋଲ:ରେଢ଼ାଖୋଲ ଥାନା ନାକଟିଦେଉଳ ବ୍ଲକ ମୁଟୁରୁମୁଣ୍ଡା ଆଶ୍ରମ ସେବାଶ୍ରମରେ ସନ୍ଦେହଜନକ ଭାବରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି l ମୃତା ହେଲେ ଦେବଗଡ଼ ଜିଲ୍ଲା, ରିଆମାଳ, କୁଲବସା ଗ୍ରାମର ଜସ୍ମିନ୍ତା ବାଡାୟୁ l ଚଳିତ ବର୍ଷ ସେ ମୁଟୁରୁମୁଣ୍ଡା ସେବାଶ୍ରମରେ ପାଠ ପଢୁଥିଲେ l ବିଳମ୍ବିତ ରାତିରେ ଦେହ ଅସୁସ୍ଥ ହେବା ଅନୁଭବ କରିଥିଲେ l ସେଠାରେ ପାଠ ବଢୁଥିବା ତାଙ୍କର ବଡ଼ ଦିଦି ପ୍ରୀତି ବାଡାୟୁ ଅଧୀକ୍ଷିକା ଜୟନ୍ତୀବାଳା ସାହୁଙ୍କୁ ଜଣାଇଥିଲେ l ରାତ୍ର ହେବାରୁ ଚିକିତ୍ସା ପାଇଁ ନନେଇ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ l
ମୃତ୍ୟୁର କାରଣ ଅସ୍ପଷ୍ଟ
ଦେହ ଅଧିକ ଖରାପ ହେବାରୁ ସକାଳୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ପ୍ରଧାନ ଶିକ୍ଷକ ପ୍ରଣବ କିଶୋର ପ୍ରଧାନ ନେଇ ଭର୍ତ୍ତି କରିଥିଲେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ପରିବାର ଲୋକ ପହଞ୍ଚିଲେ ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ କହିଛନ୍ତି ପ୍ରଧାନ ଶିକ୍ଷକ। ସେପଟେ ଦେହ ଖରାପରୁ ଛାତ୍ରୀଙ୍କ ମୃତ ହୋଇଛି କି ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ସନ୍ଦେହ କରୁଛନ୍ତି ପରିବାର ଲୋକେ l

1 hour ago
1


