Stolen from builder's house: ବିଲ୍ଡରଙ୍କ ଘରୁ ଦେଢ଼କୋଟି ଟଙ୍କାର ଗହଣା ଓ ଟଙ୍କା ଚୋରି ଘଟଣା: ଖସିଗଲା ଅନ୍ତଃରାଜ୍ୟ ଚୋର ମନୋଜ ସିଂହ

1 hour ago 1
ARTICLE AD BOX

ଭୁବନେଶ୍ବର: ଲକ୍ଷ୍ମୀସାଗରର ବୁଦ୍ଧନଗରରେ ରହୁଥିବା ବିଲ୍ଡର ପ୍ରୀତମ କୁମାର ଜେନାଙ୍କ ଘରୁ ପ୍ରାୟ ଦେଢ଼କୋଟି ଟଙ୍କାର ଗହଣା, ଟଙ୍କା ଓ ଦାମୀ ଜିନିଷ ଲୁଟ୍ ମାମଲାରେ କମିସନରେଟ୍ ପୁଲିସକୁ ଅଧା ଅଧୁରା ସଫଳତା ମିଳିଛି। ପ୍ରାୟ ୧୧ଦିନର ତଦନ୍ତ ମଧ୍ୟରେ ୨ଟି ରାଜ୍ୟର ୫ରୁ ଅଧିକ ଜିଲ୍ଲା ବୁଲିବା ପରେ ଚୋରି ସାମଗ୍ରୀ ଜବତ କରିଛି। ଏହି ହାଇପ୍ରୋଫାଇଲ୍ ଚୋରିରେ ସଂପୃକ୍ତ ଅନ୍ତଃରାଜ୍ୟ ଅପରାଧୀ ମନୋଜ ସିଂ ଆନ୍ଧ୍ରପ୍ରଦେଶର ନିଲୋର ସହରରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ଚଢ଼ଉ ପୂର୍ବରୁ ଫେରାର୍ ହୋଇଯାଇଥିଲା ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।

Narendra Modi: ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ

୧୭% ଚୋରି ସାମଗ୍ରୀ ଧରି ଆନ୍ଧ୍ରପ୍ରଦେଶରୁ ଫେରିଲା ପୁଲିସ

ପୁଲିସ ସୂଚନା ଅନୁସାରେ, ଆନ୍ତଃରାଜ୍ୟ ଅପରାଧୀ ତଥା ହାଇପ୍ରୋଫାଇଲ୍ ଲୁଟେରା ମନୋଜ ସିଂର ହେଉଛି ଉତ୍ତରାଖଣ୍ଡର ବାସିନ୍ଦା। ସେ ୧୦ବର୍ଷରୁ ଅଧିକ ସମୟ ହେବ ବିଭିନ୍ନ ରାଜ୍ୟ ବୁଲିବୁଲି ବିଳାସପୂର୍ଣ୍ଣ ହୋଟେଲ୍‌ରେ ରୁହେ। ଆଉ ଆଖପାଖ ଅଞ୍ଚଳରେ ଥିବା ଦାମୀ ଓ ବିଳାସପୂର୍ଣ୍ଣ ଘରକୁ ଟାର୍ଗେଟ୍‌ କରେ। ଘରେ ରହୁଥିବା ଲୋକଙ୍କ ଚାଲିଚଳନକୁ ଅନୁଧ୍ୟାନ କରିବା ପରେ ନିଜ ସୁବିଧା ହିସାବରେ ଲୁଟ୍‌ପାଟ୍ କରେ। ଉଚ୍ଚକ୍ଷମତା ସଂପନ୍ନ କଟର୍ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରି କବାଟ ଭାଙ୍ଗି ଚୋରି କରେ। ଏହିକ୍ରମରେ ସେ ଗତ ଜୁଲାଇ ୩୦ତାରିଖ ରାତିରେ ଝାଡ଼ଖଣ୍ଡର ରାଞ୍ଚିରୁ ବସ୍‌ ଯୋଗେ ଭୁବନେଶ୍ବର ଆସିଥିଲା। ଏହା ପରେ ୩୧ତାରିଖ ଅର୍ଥାତ ବିଲ୍ଡରଙ୍କ ଘରୁ ଚୋରି ହେବା ଦିନ ପୁରୀ ବାଇପାସ୍ ରାସ୍ତାରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲ୍‌ରେ ରହିଥିଲା। ପରେ ରାତି ପ୍ରାୟ ୯ଟା ପରେ ବିଲ୍ଡର ପ୍ରୀତମଙ୍କ ଘରେ ପଶି ଚୋରି କରିଥିଲା। ପରେ ସେହିଦିନ ହିଁ ଟ୍ୟାକ୍ସି କରି ହୋଟେଲ୍‌ରୁ ପୁରୀ ଓ ପରେ ବ୍ରହ୍ମପୁର ପଳାଇଥିଲା। ପରେ ସେଠୁ ବିଶାଖାପାଟଣାସ୍ଥିତ ଏକ ହୋଟେଲ୍‌ରେ ଯାଇ ରହିଥିଲା। ପୁଲିସ ତାକୁ ଖୋଜୁଥିବା ଜାଣିପାରି ଉକ୍ତ ହୋଟେଲ୍ ଛାଡ଼ି ନିଲୋର୍‌ସ୍ଥିତ ଏକ ତାରକା ହୋଟେଲ୍‌ରେ ଯାଇ ରହିଥିଲା। କମିସନରେଟ୍ ପୁଲିସର ଏକାଧିକ ଟିମ୍ ହୋଟେଲ୍ ଘେରଉ କରି ଚଢ଼ଉ କରିବା ପୂର୍ବରୁ ହିଁ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚମ୍ପଟ୍ ମାରିଥିଲା। ଆଉ ପୁଲିସ ଯେତେବେଳେ ମନୋଜ ରହୁଥିବା ରୁମ୍‌ରେ ଚଢ଼ଉ କରିଥିଲା, ସେଠାରୁ କିଛି ଚୋରି ଗହଣା ଓ ତା’ର ଦୁଇଟି ମୋବାଇଲ୍ ଧରି ଫେରିଥିଲା।

Smart Bazaar: ସ୍ମାର୍ଟ ବଜାରର ‘ଫୁଲ୍‌ ପୈସା ବସୁଲ୍‌ ସେଲ୍‌’

କୁଆଡ଼େ ଗଲା ସରାଇ ଆପ
ଅନେକ ସମୟରେ ଅପରାଧୀ ବିଭିନ୍ନ ସ୍ଥାନରୁ ଅପରାଧ ଘଟାଇ ରାଜଧାନୀର ବିଭିନ୍ନ ହୋଟେଲ୍‌ରେ ଆତ୍ମଗୋପନ କରନ୍ତି। ପରିଚୟ ବଦଳାଇ ନଚେତ୍ ଅନ୍ୟ କୌଣସି ଉପାୟ ଅବଲମ୍ବନ କରି ରୁହନ୍ତି। ଏହାକୁ ରୋକିବା ପାଇଁ କମିସନରେଟ୍ ପୁଲିସ ସରାଇ ଆପ୍ ବ୍ୟବହାର କରିବାକୁ ସବୁ ହୋଟେଲ୍‌କୁ ତାଗିଦ୍ କରିଥିଲା। ଆଉ ଏଥିପାଇଁ ସମୟେ ସମୟେ ହୋଟେଲ୍‌ଗୁଡ଼ିକରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଏ। ଏହି କ୍ରମରେ କମିସନରେଟ୍ ପୁଲିସର ତଦନ୍ତ ଅନୁଯାୟୀ, ମନୋଜ ହେଉଛି ଜଣେ ହାଇପ୍ରୋଫାଇଲ୍ ଅନ୍ତଃରାଜ୍ୟ ଅପରାଧୀ। ତେଣୁ ସେ ଯେତେବେଳେ ପୁରୀ ବାଇପାସ୍ ନିକଟରେ ଏକ ହୋଟେଲ୍ ବୁକିଂ କରି ରହିଥିଲା, ସେ ନେଇ ହୋଟେଲ୍ କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇ ନଥିଲେ। ତେଣୁ ଏହି ଘଟଣାରୁ ହିଁ ଜଣାପଡ଼ୁଛି ପୁଲିସର ଯୋଜନା ଓ ନିୟମ କେମିତି କାଗଜପତ୍ରରେ ହିଁ ସୀମିତ ରହୁଛି।

ତେବେ ଏସବୁ ଭିତରେ ଚୋରି ସାମଗ୍ରୀ ଜବତ ହେବାକୁ ନେଇ ପୁଲିସ ଓ ଅଭିଯୋଗକାରୀଙ୍କ ମଧ୍ୟରେ ଏକ ଦ୍ବନ୍ଦ୍ବ ଦେଖିବାକୁ ମିଳିଛି। ପୁଲିସ କମିସନର୍ ଆଜି ସାମ୍ବାଦିକ ସମ୍ମିଳନୀ ବେଳେ ସୂଚନା ଦେଇଥିଲେ ଯେ ୩୧ତାରିଖ ରାତିରେ ଚୋରି ହେବା ପରେ ମନୋଜ କୌଣସି ଗୋଟିଏ ସ୍ଥାନରେ ଅଧିକ ସମୟ ରହିବା ପାଇଁ ସୁଯୋଗ ପାଇ ନଥିଲା। ତାକୁ ପୁଲିସ ଲଗାତାର ପିଛା କରୁଥିବାରୁ ସେ ମଧ୍ୟ ସ୍ଥାନ ପରିବର୍ତ୍ତନ କରିଥିଲା। ତେଣୁ ଚୋରି ସାମଗ୍ରୀ ବିକ୍ରି କରିବା ବା ଆଉ କାହାକୁ ହସ୍ତାନ୍ତର କରିବାକୁ ତା’ ପାଖରେ ସମୟ ନଥିଲା। ତେଣୁ ନିଲୋର୍‌ସ୍ଥିତ ଉକ୍ତ ହୋଟେଲ୍‌ରୁ ପ୍ରାୟତଃ ସବୁ ଚୋରି ସାମଗ୍ରୀ ଜବତ ହୋଇଛି। ମାତ୍ର ତାହା କେତେ ପ୍ରତିଶତ ଏବଂ ତାହାର ମୂଲ୍ୟ କେତେ ଏପର୍ଯ୍ୟନ୍ତ ଆକଳନ କରାଯାଇନାହିଁ। ଅପରପଟେ ଅଭିଯୋଗକାରୀ ପ୍ରୀତମ ଜେନାଙ୍କ କହିବା କଥା ହେଉଛି, ତାଙ୍କ ଘରୁ ନଗଦ ଟଙ୍କା, ସୁନାଗହଣା, ଦାମୀ ଚଷମା, ଘଣ୍ଟା, ଭ୍ୟାନିଟି, ମୋବାଇଲ୍, ଲାପ୍‌ଟପ୍, ଇୟର ବଡ୍ ଆଦିକୁ ହିସାବକୁ ନେଲେ ପ୍ରାୟ ଦେଢ଼କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ଆଉ ଆଜି ପୁଲିସ ଯେଉଁ ଚୋରି ସାମଗ୍ରୀ ଆମକୁ ଫେରସ୍ତ କରିଛି ତାହାର ମୂଲ୍ୟ ହେଉଛି ମାତ୍ର ୨୫ଲକ୍ଷ ଟଙ୍କା। ଅର୍ଥାତ୍ ଆହୁରି କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷ ପୁଲିସ ଜବତ କରିପାରିନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.