statewide cyber awareness ସାଇବର ସଚେତନତା ଅଭିଯାନରେ ଯୋଗ ଦେଲେ ୪୦ଲକ୍ଷ ଛାତ୍ରଛାତ୍ରୀ

23 hours ago 4
ARTICLE AD BOX

କଟକ: ରାଜ୍ୟବ୍ୟାପୀ ପୁଲିସ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚାଲିଥିବା ସାଇବର ଅପରାଧ ସମ୍ପର୍କିତ ସଚେତନତା ଅଭିଯାନରେ ୪୦ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବନ, ଶିକ୍ଷକ ଓ ପୁଲିସ କର୍ମଚାରୀ ଭାଗ ନେଇଛନ୍ତି। 

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ଓଡ଼ିଶା ପୁଲିସ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ସହଯୋଗରେ ଆଜି (ଶୁକ୍ରବାର) ଏକ ରାଜ୍ୟବ୍ୟାପୀ ସାଇବର ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି।ଆରକ୍ଷୀ ମହାନିର୍ଦ୍ଦେଶକ, କ୍ରାଇମବ୍ରାଞ୍ଚ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟାରୁ ଆରମ୍ଭ ହୋଇଥିବା ଏହି ବ୍ୟାପକ ଅଭିଯାନରେ ରାଜ୍ୟର ୩୫ଟି ପୋଲିସ ଜିଲ୍ଲା ଅନ୍ତର୍ଗତ ୨୦,୦୦୦ରୁ ଅଧିକ ବିଦ୍ୟାଳୟ ଏବଂ ୨,୦୦୦ରୁ ଅଧିକ ମହାବିଦ୍ୟାଳୟ ଲାଇଭ୍ ୱେବକାଷ୍ଟ ଓ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ। ଏହି ଅଭିଯାନରେ ୪୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ ପୋଲିସ କର୍ମଚାରୀ ଅଂଶଗ୍ରହଣ କରି ସାଇବର ସଚେତନତା କ୍ଷେତ୍ରରେ ଓଡ଼ିଶାର ଏକ ନୂଆ ମାଇଲଖୁଣ୍ଟ ସୃଷ୍ଟି କରିଛନ୍ତି।

Cyber Safety Awareness: ଶିକ୍ଷାନୁଷ୍ଠାନରେ ‘ସୁରକ୍ଷିତ ଡିଜିଟାଲ ଜୀବନ’ର ଗୁରୁମନ୍ତ୍ର ଦେଲା ପୁଲିସ

ବର୍ତ୍ତମାନ ସମୟରେ ସାଇବର ଅପରାଧର ବିଭିନ୍ନ ନୂଆ ରୂପ ସାମ୍ନାକୁ ଆସୁଥିବା ବେଳେ ଛାତ୍ରଛାତ୍ରୀ ଓ ଯୁବପିଢ଼ି ଅନଲାଇନ୍ ଠକେଇ, ବ୍ଲାକମେଲିଂ ଏବଂ ବିଭିନ୍ନ ପ୍ରକାର ଡିଜିଟାଲ୍ ଶୋଷଣର ଶିକାର ହେଉଛନ୍ତି। ଏପରିକି କେତେକ କ୍ଷେତ୍ରରେ ଅଜାଣତରେ ନିଜର ବ୍ୟାଙ୍କ ଖାତା, ସିମ୍ କାର୍ଡ କିମ୍ବା ପରିଚୟପତ୍ରକୁ ସାଇବର ଅପରାଧୀଙ୍କ ଦ୍ୱାରା ଅପବ୍ୟବହାର ପାଇଁ ଉପଲବ୍ଧ କରାଇବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଯୁବପିଢ଼ିଙ୍କୁ ସାଇବର ବିପଦ ସମ୍ପର୍କରେ ସଚେତନ କରିବା, ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ସମ୍ପର୍କରେ ଜ୍ଞାନ ପ୍ରଦାନ କରିବା ଏବଂ ସେମାନଙ୍କୁ ନିଜ ପରିବାର ଓ ସମାଜରେ ‘ସାଇବର ସଚେତନତାର ଦୂତ’ ଭାବେ ଗଢ଼ି ତୋଳିବା ଏହି ଅଭିଯାନର ପ୍ରମୁଖ ଲକ୍ଷ୍ୟ ଥିଲା।

Cyber awareness

ଏହି ଅବସରରେ ରାଜ୍ୟପାଳ, ଓଡ଼ିଶା ଡ. ହରି ବାବୁ କମ୍ଭମପାଟି ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ନେଇ ସଚେତନ ଓ ସତର୍କ ରହିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ସେହିପରି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର-ସୁରକ୍ଷିତ ଓଡ଼ିଶା ଗଠନରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। 

Cyber safety awareness: ମୋବାଇଲ୍‌ ବ୍ୟବହାର ସତର୍କତା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସୁରକ୍ଷିତ ରଖିବାକୁ ପରାମର୍ଶ

ସାଇବର ଆର୍ଥିକ ଠକେଇ ଘଟିଲେ ‘ଗୋଲ୍ଡେନ୍ ଆୱାର’ ମଧ୍ୟରେ ତୁରନ୍ତ ପଦକ୍ଷେପ ନେବାର ଗୁରୁତ୍ୱ ଉପରେ ବିଶେଷ ଭାବେ ସଚେତନ କରାଯାଇଥିଲା। କୌଣସି ବ୍ୟକ୍ତି ସାଇବର ଆର୍ଥିକ ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ନମ୍ବରରେ ଯୋଗାଯୋଗ କରିବା ସହ cybercrime.gov.in ପୋର୍ଟାଲରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଥିଲା। ଠକେଇର ଶିକାର ହେବା ପରେ ଯେତେ ଶୀଘ୍ର ଅଭିଯୋଗ କରାଯିବ, ଠକେଇ ହୋଇଥିବା ଅର୍ଥକୁ ରୋକିବା ଏବଂ ତାହାର ପୁନରୁଦ୍ଧାରର ସମ୍ଭାବନା ସେତେ ଅଧିକ ରହିଥାଏ।

କାର୍ଯ୍ୟକ୍ରମରେ କମିସନର-ତଥା-ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଡ ଏନ୍ ତିରୁମାଳା ନାଏକ, ଡିଆଇଜି, କ୍ରାଇମବ୍ରାଞ୍ଚ ବି. ଗଙ୍ଗାଧର, ଡିଆଇଜି, କ୍ରାଇମବ୍ରାଞ୍ଚ ମଡକର ସନ୍ଦୀପ ସମ୍ପତଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ, ଶିକ୍ଷା ବିଭାଗର ଅଧିକାରୀ ଏବଂ ବିଭିନ୍ନ ଜିଲ୍ଲାର ପୁଲିସ ଓ ଶିକ୍ଷା ପ୍ରଶାସନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.