ARTICLE AD BOX
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ଏବଂ ମୁଖପାତ୍ର ସମ୍ବିତ ପାତ୍ର ଷ୍ଟାରଲିଙ୍କ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଉପରେ ଆକ୍ରମଣ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଶନିବାର ଷ୍ଟାରଲିଙ୍କର ପ୍ରସଙ୍ଗରେ ସେ କହିଛନ୍ତି, କିଛି ଦିନ ପୂର୍ବରୁ କଂଗ୍ରେସ ନେତା ଜୟରାମ ରମେଶ ଏବଂ ସୁପ୍ରିୟା ଶ୍ରୀନେତ ଟୁଇଟ୍ କରି ପ୍ରଶ୍ନ ଉଠାଇଥିଲେ ଯେ, ଅଭିଯୋଗ ସତ୍ତ୍ବେ ୧୨ ଘଣ୍ଟା ମଧ୍ୟରେ ଏୟାରଟେଲ ଏବଂ ଜିଓ ଷ୍ଟାରଲିଙ୍କ ସହିତ ବୁଝାମଣା ନେଇ ଘୋଷଣା କେମିତି କରିଦେଲେ? ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ପ୍ରଶ୍ନ ଉଠାଇ ରାହୁଲ ଗାନ୍ଧୀଙ୍କ ଷ୍ଟାରଲିଙ୍କ ଉପରେ ଦିଆଯାଇଥିବା ବୟାନ ଉପରେ ସମ୍ବିତ ପାତ୍ର ପ୍ରଶ୍ନ ଉଠାଇଛନ୍ତି।
ବରିଷ୍ଠ ବିଜେପି ନେତା ଶ୍ରୀ ପାତ୍ର କହିଛନ୍ତି, ରାହୁଲ ଗାନ୍ଧୀ ଷ୍ଟାରଲିଙ୍କର ଭାରତରେ ପ୍ରବେଶକୁ ସ୍ବାଗତ କରି କହିଥିଲେ, ଦେଶରେ ଜଣେ ବ୍ୟକ୍ତିର ଆଧିପତ୍ୟ ରହିଛି। ରାହୁଲ ଗାନ୍ଧୀଙ୍କ ‘ମୋଦୀ ବନାମ ମୀର ଜାଫର’ ବୟାନ ଉପରେ ମଧ୍ୟ ଶ୍ରୀ ପାତ୍ର ଟାର୍ଗେଟ କରିଛନ୍ତି।
ସେ ଅଭିଯୋଗ ଆଣିଛନ୍ତି ଯେ, ରାଜରାସ୍ତାରେ ଉପଦ୍ରବ ସୃଷ୍ଟି ଉଦ୍ୟମ କରାଯାଉଛି ଏବଂ ବିନା ନିର୍ବାଚନରେ କ୍ଷମତାକୁ ଆସିବାର ଉଦ୍ୟମ କରାଯାଉଛି। ରାହୁଲ ଗାନ୍ଧୀଙ୍କ ଉପରେ ଅଭିଯୋଗ ଆଣି ଶ୍ରୀ ପାତ୍ର କହିଛନ୍ତି, ସେ ପ୍ରଧାନମନ୍ତ୍ରୀ ହେବା ପାଇଁ ଦୁଇ ପ୍ରକାରର ମାନଦଣ୍ଡ ଆପଣାଉଛନ୍ତି। ବିନା ପରିଶ୍ରମରେ ଏମାନେ ସବୁ କିଛି କରିବାକୁ ଚାହିଁବେ।
ପୁରୀ ବେରବୋଇରେ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିଲା ବାଡ଼ି: ସମ୍ବିତ ପାତ୍ର
ବିଜେପି ମୁଖପାତ୍ର ଶ୍ରୀ ପାତ୍ର ପ୍ରଶ୍ନ ଉଠାଇଛନ୍ତି ଯେ, ଯେତେବେଳେ ୨୦୨୫ ଶେଷ ସମୟରେ ବିଦେଶୀ କମ୍ପାନିର ଭାରତରେ ଉପଗ୍ରହ ସେବା ଆରମ୍ଭ କରିବାକୁ ନେଇ ପ୍ରଶ୍ନ ଉଠାଯାଉଥିଲା, ଏବେ ରାହୁଲ ଗାନ୍ଧୀଙ୍କ ଆଭିମୁଖ୍ୟ ଅଲଗା କାହିଁକି?

55 minutes ago
1


