ARTICLE AD BOX
ପ୍ରସିଦ୍ଧ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର୍ ଫୈଜଲ୍ ଶେଖ୍, ଯିଏ 'ମିଷ୍ଟର ଫୈଜୁ' ନାମରେ ବେଶ୍ ପରିଚିତ, ସେ ନିଜ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ସାଉଦି ଆରବର ମଦିନାରେ ନିଜ ପରିବାର ଲୋକଙ୍କ ଗହଣରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି।
ଆହୁରି ପଢ଼ନ୍ତୁ: ଭାରତରେ ପ୍ରତିବାଦର ଅଧିକାର: କେବେ ରୋକିପାରିବ ପୁଲିସ?
ଫୈଜୁ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିବାହର ସୁନ୍ଦର ଫଟୋଗୁଡ଼ିକ ଶେୟାର କରି କୋରାନର ଏକ ଶ୍ଲୋକ ଉଦ୍ଧୃତ କରିଛନ୍ତି। ସେ ଲେଖିଛନ୍ତି ଯେ ମଦିନାର ପବିତ୍ର ଭୂମିରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିବା ତାଙ୍କର ଏକ ସ୍ୱପ୍ନ ଥିଲା, ଯାହା ଆଜି ସତ୍ୟରେ ପରିଣତ ହୋଇଛି।
ଏହି ନୂତନ ଦାମ୍ପତ୍ୟ ଜୀବନର ଶୁଭାରମ୍ଭ ପାଇଁ ସେ ନିଜର ସମସ୍ତ ପ୍ରଶଂସକ ଏବଂ ଫଲୋଅର୍ସମାନଙ୍କୁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ତେବେ ସେ ନିଜ ପତ୍ନୀଙ୍କ ବିଷୟରେ କୌଣସି ଅଧିକ ସୂଚନା ଶେୟାର କରିନାହାଁନ୍ତି। ଗତ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା। ନିକଟରେ ଅଭିନେତ୍ରୀ ୟୁବିକା ଚୌଧୁରୀ ନିଜର ଏକ ବ୍ଲଗ୍ରେ ଫୈଜୁଙ୍କ ବିବାହ ନିମନ୍ତ୍ରଣ କାର୍ଡର ଏକ ଝଲକ ଦେଖାଇଥିଲେ, ଯେଉଁଥିରେ “ଫୈଜୁ ୱୋଡ୍ସ୍ ତନିଆ” ଲେଖାଥିବାର ଦେଖିବାକୁ ମିଳିଥିଲା। ମଦିନାରେ ବିବାହ ସମ୍ପନ୍ନ ହେବା ପରେ ମୁମ୍ବାଇରେ ବନ୍ଧୁ ଓ ସମ୍ପର୍କୀୟଙ୍କ ପାଇଁ ଏକ ଭବ୍ୟ ଉତ୍ସବର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି।
ସୋସିଆଲ ମିଡିଆ ଆପ୍ ଟିକଟକ୍ରୁ ନିଜର ଯାତ୍ରା ଆରମ୍ଭ କରିଥିବା ଫୈଜୁ ପରବର୍ତ୍ତୀ ସମୟରେ ଇନଷ୍ଟାଗ୍ରାମ ଓ ୟୁଟ୍ୟୁବ୍ରେ ବିରାଟ ପ୍ରଶଂସକ ଗୋଷ୍ଠୀ ଗଢ଼ିତୋଳିଥିଲେ। ସେ 'ଖତରୋଁ କେ ଖିଲାଡ଼ି ୧୨', 'ଝଲକ ଦିଖଲା ଜା ୧୦' ଏବଂ ନିକଟରେ 'ଦି ୫୦' ଭଳି ଲୋକପ୍ରିୟ ରିଆଲିଟି ସୋ'ରେ ନିଜର ପ୍ରଦର୍ଶନ ଦ୍ୱାରା ଦର୍ଶକଙ୍କ ମନ ଜିଣିପାରିଛନ୍ତି।
ଆହୁରି ପଢ଼ନ୍ତୁ: ‘୫ କୋଟି ପାଇଁ ମୋର ୨୨ କୋଟି କ୍ଷତି କରିଦେଲେ’
ଅଧିକ ଦେଖନ୍ତୁ:

1 hour ago
1


