Anil Kapoor: ୩୯ ବର୍ଷ ପରେ ପୁଣି ସେହି ଅନ୍ଦାଜରେ ନଜର ଆସିଲେ ‘ମିଷ୍ଟର ଇଣ୍ଡିଆ’ ଅନିଲ କପୁର

57 minutes ago 1
ARTICLE AD BOX

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅନିଲ କପୁର ନିଜର ଫିଟନେସ୍ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସେ ତାଙ୍କର ଏକ ସୁପରହିଟ୍ ଫିଲ୍ମର ସ୍ମୃତିକୁ ପୁଣି ଥରେ ସତେଜ କରିଛନ୍ତି। ପ୍ରାୟ ୩୯ ବର୍ଷ ପୂର୍ବେରିଲିଜ୍ହୋଇଥିବା ଲୋକପ୍ରିୟ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ପିନ୍ଧିଥିବା ସେହି ସ୍ୱତନ୍ତ୍ର ପୋଷାକକୁ ସେ ଏବେ ପୁଣି ଥରେ ପିନ୍ଧିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ୩୯ ବର୍ଷ ପରେ ମଧ୍ୟ ସେହି ପୋଷାକଟି ତାଙ୍କୁ ସେହିପରି ପରଫେକ୍ଟ ଫିଟ୍ ହେଉଛି।

ଆହୁରି ପଢନ୍ତୁ :5G: ମୋବାଇଲ୍ ଡାଟା ଏବଂ ୫ଜି ବ୍ୟବହାରରେ କେଉଁ ଦେଶ ଆଗରେ, ଜାଣନ୍ତୁ କିଛି ରୋଚକ ତଥ୍ୟ

ଅନିଲ କପୁର ତାଙ୍କର ଆଗାମୀ ଟେଲିଭିଜନ୍ ଶୋ’ ‘ଇଣ୍ଡିଆଜ୍ ଟପ୍ ୧%’ ର ସୁଟିଂ ସମୟରେ ଏହି ୩୯ ବର୍ଷ ପୁରୁଣା ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି। ଏହି ଶୋ’ଟି ଏକ ସ୍ୱତନ୍ତ୍ର ‘ମିଷ୍ଟର ଇଣ୍ଡିଆ’ ଥିମ୍ ଉପରେ ପର୍ଯ୍ୟବସିତ, ଯେଉଁଥିରେ ସମାଜରେ ନିଃସ୍ୱାର୍ଥପର ଭାବରେ ଦେଶ ଓ ଜନସାଧାରଣଙ୍କ ସେବା କରୁଥିବା ଲୋକମାନଙ୍କ ସମ୍ମାନାର୍ଥେ ଏହି ଏପିସୋଡ୍ ପ୍ରସ୍ତୁତ କରାଯାଇଛି।

ଆହୁରି ପଢନ୍ତୁ :Kangana Ranaut: କଟାକ୍ଷ କରି କଙ୍ଗନା କହିଲେ, ରାହୁଲ ଗାନ୍ଧୀଙ୍କ ଅବସ୍ଥା ଅଙ୍ଗୁର ଭଳି ଖଟା

ଶୋ’ର ସେଟ୍‌ରେ ପୋଷାକ ପିନ୍ଧିବା ସମୟରେ ଅନିଲ କପୁର କହିଛନ୍ତି, “ଖୁସିର କଥା ହେଉଛି ଏହି ଜ୍ୟାକେଟ୍, ସାର୍ଟ ଏବଂ ପ୍ୟାଣ୍ଟ୍ ଆଜି ବି ମତେ ସଠିକ୍ ଭାବରେ ଫିଟ୍ ହେଉଛି। ୩୯ ବର୍ଷ ପରେ ମଧ୍ୟ ଏସବୁ ମତେ ସେହିପରି ମାନୁଛି।” ଏହି ଅବସରରେ ସେ ମଧ୍ୟ ଏକ ରୋଚକ କଥା ସେୟାର କରି କହିଛନ୍ତି ଯେ, ଫିଲ୍ମରେ ବ୍ୟବହୃତ ହୋଇଥିବା ସେହି ପ୍ରସିଦ୍ଧ ଜ୍ୟାକେଟ୍‌ଟି ସେ କୌଣସି ବଡ଼ ବ୍ରାଣ୍ଡ୍‌ରୁ ନୁହେଁ, ବରଂ ‘ଚୋର ବଜାର’ରୁ କିଣିଥିଲେ।

ଆହୁରି ପଢନ୍ତୁ :CJP Protest: ଚର୍ଚ୍ଚାରେ ଅଜିଙ୍କ୍ୟ ସିନ୍ଦେ: ଅଭିଜିତ୍‌ ଦୀପ୍‌କେଙ୍କ ଅନୁପସ୍ଥିତିରେ ଯନ୍ତରମନ୍ତର ଆନ୍ଦୋଳନରେ ସିଜେପିର ନୂଆ ଚେହେରା

ବୟସ ବଢ଼ିବା ସତ୍ତ୍ବେ ଅନିଲ କପୁରଙ୍କ ଅଦ୍ଭୁତ ଫିଟନେସ୍ ଏବଂ ଯୁବସୁଲଭ ଶୈଳୀ ଦର୍ଶକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ତାଙ୍କର ଏହି ପୁରୁଣା ଲୁକ୍ ପୁଣି ଥରେ ଫ୍ୟାନ୍ସମାନଙ୍କ ମନରେ ‘ମିଷ୍ଟର ଇଣ୍ଡିଆ’ର ସେହି ଦିନଗୁଡ଼ିକର ସ୍ମୃତିକୁ ତାଜା କରିଦେଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.