Arrest: ବେଆଇନ ଭାବେ ବିଷାକ୍ତ ସାପ ରଖିବା ଅଭିଯୋଗରେ ଯୁବକ ଗିରଫ

1 hour ago 1
ARTICLE AD BOX

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବେଆଇନ ଭାବେ ବିଷାକ୍ତ ସାପ ରଖିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ରାଇରଙ୍ଗପୁର ବନଖଣ୍ଡ ତଥା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟରେ...

 ବେଆଇନ ଭାବେ ବିଷାକ୍ତ ସାପ ରଖିବା ଅଭିଯୋଗରେ ଯୁବକ ଗିରଫ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବେଆଇନ ଭାବେ ବିଷାକ୍ତ ସାପ ରଖିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। 

ସୂଚନା ଅନୁଯାୟୀ ରାଇରଙ୍ଗପୁର ବନଖଣ୍ଡ ତଥା ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟରେ ବେଆଇନ ଭାବେ ବିଷାକ୍ତ ସାପ ରଖି ବିଭିନ୍ନ ପ୍ରକାର ରୋଗ ବୈରାଗ୍ୟରୁ ମୁକ୍ତି ପାଇବା ପାଇଁ ସେ ବିଭିନ୍ନ ରଙ୍ଗର ପଥରର ମୁଦି ବିକ୍ରି କରୁଥିବା ନେଇ ବନ ବିଭାଗ ଖବର ପାଇ ତାଙ୍କୁ ଗିରଫ କରିବା ସହିତ ୨ ଟି ଗୋଖର ଓ ଗୋଟିଏ ଉଡ଼ନ୍ତା ବିଷାକ୍ତ ସାପକୁ ଉଦ୍ଧାର କରିଛି। ପଡ଼ୋଶୀ ପଶ୍ଚିମ ବଙ୍ଗର ୨୪ ପରଗଣା ଜିଲ୍ଳା ବାଡୁରିଆ ଥାନା ଆଟଘରା ଗ୍ରାମର ହାରୁନ ଶେଖ୍‌ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ୩ଟି ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିବା ନେଇ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଷାକ୍ତ ସାପ କାମୁଡ଼ାରେ ଭାଇ ଓ ଭଉଣୀଙ୍କ ମୃତ୍ୟୁ

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.